ପଶ୍ଚିମବଙ୍ଗରେ ହେଉଥିବା ଲକ୍ ଡାଉନ ପାଇଁ ପୂର୍ବ ତଟ ରେଳପଥର ଟ୍ରେନ ଗୁଡିକ ପ୍ରଭାବିତ
ପଶ୍ଚିମବଙ୍ଗରେ ସମ୍ପୂର୍ଣ୍ଣ ସଟ୍ ଡାଉନ ହେଉଥିବାରୁ ଟ୍ରେନ ସେବା ବାତିଲ, ଆଂଶିକ ବାତିଲ ଓ ରହଣି ପ୍ରତ୍ୟାହାର କରାଯିବାକୁ ନିଷ୍ପତ୍ତି ନିଆଯାଇଅଛି l
ପଶ୍ଚିମବଙ୍ଗ ରାଜ୍ୟରେ ଅଗଷ୍ଟ ମାସ ୨୭ ତାରିଖରେ ସମ୍ପୂର୍ଣ୍ଣ ଲକ୍ ଡାଉନ ହେଉଥିବାରୁ ଟ୍ରେନ ସେବା ନିମ୍ନ ମତେ ପ୍ରଭାବିତ ହେବ –
ବାତିଲ ହେଉଥିବା ଟ୍ରେନ :
A. ସିଆଲଦାରୁ ଛାଡୁଥିବା 02201 ସିଆଲଦା -ଭୁବନେଶ୍ୱର ଦୁରନ୍ତ ସ୍ପେସିଆଲକୁ ୨୮ ଓ ୩୧ ଅଗଷ୍ଟ 2020 ତାରିଖ ଦିନ ବାତିଲ କରାଯିବ l
B. ଭୁବନେଶ୍ୱରରୁ ଛାଡୁଥିବା 02202 ଭୁବନେଶ୍ୱର – ସିଆଲଦା ଦୁରନ୍ତ ସ୍ପେସିଆଲକୁ 29 ଅଗଷ୍ଟ ଏବଂ ସେପ୍ଟେମ୍ବର ପହିଲା 2020 ତାରିଖ ଦିନ ବାତିଲ କରାଯିବ l
C. 02074/02073 ଭୁବନେଶ୍ୱର -ହାଓଡ଼ା -ଭୁବନେଶ୍ୱର ଜନ ଶତାବ୍ଦୀ ସ୍ପେସିଆଲକୁ ୨୭ ଅଗଷ୍ଟ , 2020 ତାରିଖ ଦିନ ଉଭୟ ଭୁବନେଶ୍ୱର ଓ ହାଓଡ଼ା ଦିଗରୁ ବାତିଲ କରାଯିବ l
ଆଂଶିକ ବାତିଲ ହେଉଥିବା ଟ୍ରେନ :
A. ୨୬ ଅଗଷ୍ଟ , 2020 ତାରିଖ ରେ ସିକନ୍ଦରାବାଦରୁ ଛାଡୁଥିବା 02704 ସିକନ୍ଦରାବାଦ -ହାଓଡ଼ା ଫଳକନୁମା ସ୍ପେସିଆଲ ଏକ୍ସପ୍ରେସ ଏହାର ଯାତ୍ରା ଭୁବନେଶ୍ୱର ଠାରେ ସମାପ୍ତ କରିବ ଏବଂ ହାଓଡ଼ା ପର୍ଯ୍ୟନ୍ତ ଯିବ ନାହିଁ l
B. ୨୭ ଅଗଷ୍ଟ 2020 ତାରିଖ ରେ ହାଓଡ଼ା ରୁ ଛାଡୁଥିବା 02703 ହାଓଡ଼ା -ସିକନ୍ଦରାବାଦ ଫଳକନୁମା ସ୍ପେସିଆଲ ଏକ୍ସପ୍ରେସ ହାଓଡ଼ା ପରିବର୍ତ୍ତେ ଭୁବନେଶ୍ୱରରୁ ଛାଡିବ ଏବଂ ଏହି ତାରିଖ ଦିନ ଏହା ହାଓଡ଼ାଠାରୁ ଭୁବନେଶ୍ୱର ପର୍ଯ୍ୟନ୍ତ ବାତିଲ ରହିବ l
ପ୍ରତ୍ୟାହାର କରାଯାଉଥିବା ରହଣି :
A.ଭୁବନେଶ୍ୱରରୁ ଛାଡୁଥିବା 02801 ଭୁବନେଶ୍ୱର -ନୂଆଦିଲ୍ଲୀ ସ୍ପେସିଆଲ ପୁରୁଷୋତ୍ତମ ଏକ୍ସପ୍ରେସ ଓ ନୂଆଦିଲ୍ଲୀରୁ ଆସୁଥିବା 02802 ନୂଆଦିଲ୍ଲୀ -ଭୁବନେଶ୍ୱର ସ୍ପେସିଆଲ ପୁରୁଷୋତ୍ତମ ଏକ୍ସପ୍ରେସ ୨୬ ଅଗଷ୍ଟ , 2020 ରେ ଉଭୟ ଦିଗରୁ ପୁରୁଲିଆ ଓ ହିଜଲୀ ଠାରେ ରହଣି କରିବ ନାହିଁ l
B. ଭୁବନେଶ୍ୱରରୁ ଛାଡୁଥିବା 02823 ଭୁବନେଶ୍ୱର-ନୂଆଦିଲ୍ଲୀ ସ୍ପେସିଆଲ ରାଜଧାନୀ ଏକ୍ସପ୍ରେସ ୨୭ ଅଗଷ୍ଟ , 2020 ରେ ଏବଂ ନୂଆଦିଲ୍ଲୀରୁ ଆସୁଥିବା 02824 ନୂଆଦିଲ୍ଲୀ -ଭୁବନେଶ୍ୱର ସ୍ପେସିଆଲ ରାଜଧାନୀ ଏକ୍ସପ୍ରେସ ୨୬ ଅଗଷ୍ଟ , 2020ରେ ଉଭୟ ଦିଗରୁ ହିଜଲୀ ଠାରେ ରହଣି କରିବ ନାହିଁ I