କୋରେଇ ୨୬ା୦୮ : ବୈତରଣୀ ନଦୀର ଉପର ମୁଣ୍ଡରେ ବ୍ୟାପକ ପରିମାଣର ବର୍ଷା ହେବା ଫଳରେ ଏହି ବର୍ଷାପାଣି ବୈତରଣୀ ନଦୀରେ ପ୍ରଭାବିତ ହୋଇ ବର୍ତମାନ ନଦୀର ଆଖୁଆପଦା ଠାରେ ବିପଦ ସଂକେତ ଉପରେ ପ୍ରଭାବିତ ହେଉଛି । ଫଳରେ ନଦୀକୂଳ ଗ୍ରାମର ଲୋକ ମାନେ ଆଶଙ୍କା ମଧ୍ୟରେ ରହିଛନ୍ତି ।
ଆଜି ରାତି ସୁଦ୍ଧା ଏହା ଅଧିକ ଭାବେ ପ୍ରଭାବିତ ହେବାର ଆଶଙ୍କା ରହିଥିବାରୁ କୋରେଇ ବ୍ଳକର ଅସନଝର, ରଣପୁର, ଗୌରପୁର, ମୁକୁନ୍ଦପୁର, ବନ୍ଦାଳ, ଅମୃତିଆ ଓ ମୂଳାପାଳ ପଂଚାୟତର ନଦୀ କୂଳରେ ଅବସ୍ଥିତ ଗ୍ରାମ ଗୁଡିକର ଲୋକମାନେ ଏବେ ଆତଙ୍କିତ ହୋଇ ପଡିଛନ୍ତି ।
ବୈତରଣୀନଦୀରେ ଏକ ବଡବନ୍ୟା ଆସୁଥିବାରୁ ଜିଲ୍ଲା ପ୍ରଶାସନର ନିଦେ୍ର୍ଧଶରେ ବ୍ଲକ ପ୍ରଶାସନ ପକ୍ଷରୁ ନଦୀକୂଳବର୍ତି ଅଂଚଳ ପରିଦର୍ଶନ କରିବା ସହ ବନ୍ୟାଜଳରେ ପ୍ରଭାବିତ ଅଂଚଳ ଗୁଡିକରେ ଏକ ପ୍ରଚାର ଗାଡି ବୁଲାଇ ତଳିଆ ଅଂଚଳରେ ଥିବା ଲୋକ ମାନେ ଉଚ୍ଚାସ୍ଥାନକୁ ଚାଲିଆସିବା ସହ ଯେପରି କୌଣସି ଧନ ଜୀବନ ନଷ୍ଟ ନ ହୁଏ ସେଥିପ୍ରତି ଲୋକ ମାନଙ୍କୁ ସର୍ତକ ରହିବାକୁ ସୂଚନା ଦେଇଛନ୍ତି । ଦୁଇଦିନ ଧରି ଲାଗି ରହିଥିବା ବର୍ଷାରେ ଜନ ଜୀବନ ଅସ୍ତବ୍ୟସ୍ଥ ହୋଇପଡିଥିବା ଏବଂ ଏପଟେ ବନ୍ୟା ବଢ଼ୁଥିବାରୁ ବର୍ତମାନ ଲୋକମାନେ ଭୟଭିତ ଅବସ୍ଥାରେ ରହିଛନ୍ତି ।