Odisha news

12 ରୁ 30 ଅଗଷ୍ଟ, 2023 ମଧ୍ୟରେ ପୂର୍ବତଟ ରେଳପଥ ପରିସୀମା ମଧ୍ୟରେ ପ୍ରମୁଖ ଭିତ୍ତିଭୂମି ବିକାଶ ଏବଂ ନିରାପତ୍ତା ସମ୍ବନ୍ଧୀୟ କାର୍ଯ୍ୟ |

0

• 12 ଅଗଷ୍ଟରୁ 30 ଅଗଷ୍ଟ ମଧ୍ୟରେ ହରିଦାସପୁର, ଭୁବନେଶ୍ୱର, ମଞ୍ଚେଶ୍ୱର, କଟକ, ସମ୍ବଲପୁର ଏବଂ ସମ୍ବଲପୁର ସିଟି ରେଳ ଷ୍ଟେସନ ମାନଙ୍କରେ ନିରାପତ୍ତା ସମ୍ବନ୍ଧୀୟ ତଥା ଭିତ୍ତିଭୂମି ସମ୍ପର୍କିତ ବିକାଶମୂଳକ କାର୍ଯ୍ୟ କରାଯିବ |

17 ରୁ 30 ଅଗଷ୍ଟ, 2023 ସମୟ ଅବଧିରେ ଭୁବନେଶ୍ୱର ଏବଂ ମଞ୍ଚେଶ୍ୱର ମଧ୍ୟରେ ତୃତୀୟ ଲାଇନ ସହିତ ଜଡିତ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ କାର୍ଯ୍ୟ |

17 ରୁ 30 ଅଗଷ୍ଟ, 2023 ସମୟ ଅବଧି ମଧ୍ୟରେ ମଞ୍ଚେଶ୍ୱର ରେଳ ଷ୍ଟେସନର ଲେଆଉଟ୍ ରେ ପ୍ରମୁଖ ପରିବର୍ତ୍ତନ |

ଭୁବନେଶ୍ୱର ରେଳ ଷ୍ଟେସନରେ ସିଗନାଲ୍ ସିଷ୍ଟମ (ସାଙ୍କେତିକ ପ୍ରଣାଳୀ) ର ପ୍ରମୁଖ ପୁନଃ ବ୍ୟବସ୍ଥା |

• 14 ରୁ 21 ଅଗଷ୍ଟ, 2023 ପର୍ଯ୍ୟନ୍ତ ହରିଦାସପୁର ରେଳ ଷ୍ଟେସନର ସିଗନାଲ୍ ସିଷ୍ଟମର ଆଧୁନିକୀକରଣ  କାର୍ଯ୍ୟ ମଧ୍ୟ ହାତକୁ ନିଆଯାଇଅଛି |

• ଭୁବନେଶ୍ୱର କୋଚ୍ ରକ୍ଷଣାବେକ୍ଷଣ ଡିପୋ (କୋଚ୍ ମେଣ୍ଟେନାନ୍ସ ଡିପୋ) କୁ ଟ୍ରେନ ଗୁଡିକର ପ୍ରବେଶ ଏବଂ ପ୍ରସ୍ଥାନ ମଧ୍ୟ ପ୍ରଭାବିତ ହେବ |

• ସ୍ୱଳ୍ପ ଦିନ ପାଇଁ ଦୈନିକ ହାରାହାରି 25 ଟି ଟ୍ରେନ୍ (ଭୁବନେଶ୍ୱର ରୁ ଉତ୍ପତ୍ତି ହେଉଥିବା କିମ୍ବା ଏହି ମାର୍ଗ ଦେଇ ଯାତାୟାତ କରୁଥିବା) ପ୍ରକଳ୍ପ କାର୍ଯ୍ୟ ସମୟରେ ଅସ୍ଥାୟୀ ଭାବରେ ବାତିଲ୍ ହେବ |

Leave A Reply