Odisha news

ଟ୍ରେନ ସମ୍ଭଧୀୟ ଗୁରୁତ୍ୱ ପୁର୍ଣ ସୂଚନା : ଯାତ୍ରୀମାନଙ୍କ ସୁବିଧା ପାଇଁ ବ୍ରଜରାଜ ନଗରରେ ତିନିଟି ଓ ବେଲପାହାଡ଼ରେ ଦୁଇଟି ଟ୍ରେନ ରହଣି କରିବ

0

ବ୍ରଜରାଜନଗରରେ ରହଣି କରିବାକୁ ଥିବା ଟ୍ରେନ :
18477/18478 ପୁରୀ-ଯୋଗ ନଗରୀ-ପୁରୀ କଳିଙ୍ଗ ଉତ୍କଳ ଏକ୍ସପ୍ରେସ 24 ମାର୍ଚ୍ଚରେ ଉଭୟ ପାର୍ଶ୍ୱରୁ ଛାଡୁଥିବା ଟ୍ରେନ ବ୍ରଜରାଜ ନଗର ଠାରେ ରହଣି କରିବ | ପୁରୀରୁ ଛାଡୁଥିବା ଏହି ଟ୍ରେନ୍ ବ୍ରଜରାଜ ନଗରରେ ପୂର୍ବାହ୍ନ 10 ଘ. 58 ମି. ଘଣ୍ଟାରେ ପହଞ୍ଚି ପୂର୍ବାହ୍ନ 11 ଘଟିକାରେ ଋଷିକେଶ ଅଭିମୁଖେ ଯାତ୍ରା କରିବ | ଫେରିବା ମାର୍ଗରେ ଋଷିକେଶରୁ ଛାଡୁଥିବା ଏହି ଟ୍ରେନ ଏହି ଟ୍ରେନ୍ ବ୍ରଜରାଜ ନଗରରେ ମଧ୍ୟାହ୍ନ 12 ଘ. 23 ମି.ରେ ପହଞ୍ଚି ମଧ୍ୟାହ୍ନ 12 ଘ. 25 ମି.ରେ ପୁରୀ ଅଭିମୁଖେ ଯାତ୍ରା କରିବ |

22866/22865 ପୁରୀ-ମୁମ୍ବାଇ ଏଲଟିଟି- ପୁରୀ ଏକ୍ସପ୍ରେସ ପୁରୀ ଠାରୁ 28 ମାର୍ଚ୍ଚ ଏବଂ ମୁମ୍ବାଇ ଠାରୁ 30 ମାର୍ଚ୍ଚ ଦିନ ଛାଡୁଥିବା ଏହି ଟ୍ରେନ ବ୍ରଜରାଜ ନଗର ଠାରେ ରହଣି କରିବ | ପୁରୀରୁ ଛାଡୁଥିବା ଏହି ଟ୍ରେନ୍ ବ୍ରଜରାଜ ନଗର ଠାରେ ଅପରାହ୍ନ 2ଘ.09ମି.ରେ ପହଞ୍ଚି ଅପରାହ୍ନ 2ଘ.11ମି.ରେ ମୁମ୍ବାଇ ଅଭିମୁଖେ ଯାତ୍ରା କରିବ | ଫେରିବା ମାର୍ଗରେ, ମୁମ୍ବାଇରୁ ଛାଡୁଥିବା ଏହି ଟ୍ରେନ୍ ବ୍ରଜରାଜ ନଗରରେ ରାତ୍ରି 11ଘ.10ମି.ରେ ପହଞ୍ଚି ରାତ୍ରି 11ଘ.12ମି.ରେ ପୁରୀ ଅଭିମୁଖେ ଯାତ୍ରା କରିବ |

20813/20814 ଯୋଧପୁର-ପୁରୀ-ଯୋଧପୁର ଏକ୍ସପ୍ରେସ ଯୋଧପୁରରୁ 25 ମାର୍ଚ୍ଚ ଏବଂ ପୁରୀରୁ 29 ମାର୍ଚ୍ଚ ଠାରୁ ଛାଡୁଥିବା ଟ୍ରେନ ବ୍ରଜରାଜ ନଗର ଠାରେ ରହଣି କରିବ | ଯୋଧପୁରରୁ ଛାଡୁଥିବା ଏହି ଟ୍ରେନ୍ ବ୍ରଜରାଜ ନଗରରେ ରାତ୍ରି 12ଘ.24ମି.ରେ ପହଞ୍ଚି ରାତ୍ରି 12ଘ.26ମି.ରେ ପୁରୀ ଅଭିମୁଖେ ଯାତ୍ରା କରିବ | ଫେରିବା ମାର୍ଗରେ, ପୁରୀରୁ ଛାଡୁଥିବା ଏହି ଟ୍ରେନ୍ ବ୍ରଜରାଜ ନଗରରେ ରାତ୍ରି 12ଘ.46ମି.ରେ ପହଞ୍ଚି ରାତ୍ରି 12ଘ.48ମି.ରେ ଯୋଧପୁର ଅଭିମୁଖେ ଯାତ୍ରା କରିବ |

ବେଲପାହାଡ଼ରେ ରହଣି କରିବାକୁ ଥିବା ଟ୍ରେନ :

18477/18478 ପୁରୀ-ଯୋଗ ନଗରୀ-ପୁରୀ କଳିଙ୍ଗ ଉତ୍କଳ ଏକ୍ସପ୍ରେସ 24 ମାର୍ଚ୍ଚରେ ଉଭୟ ପାର୍ଶ୍ୱରୁ ଛାଡୁଥିବା ଟ୍ରେନ ବେଲପାହାଡ଼ ଠାରେ ରହଣି କରିବ | ପୁରୀରୁ ଛାଡୁଥିବା ଏହି ଟ୍ରେନ୍ ବେଲପାହାଡ଼ରେ ପୂର୍ବାହ୍ନ 11 ଘ. 09 ମି.ରେ ପହଞ୍ଚି ପୂର୍ବାହ୍ନ 11ଘ. 11 ମି.ରେ ଋଷିକେଶ ଅଭିମୁଖେ ଯାତ୍ରା କରିବ | ଫେରିବା ମାର୍ଗରେ ଋଷିକେଶରୁ ଛାଡୁଥିବା ଏହି ଟ୍ରେନ ଏହି ଟ୍ରେନ୍ ବେଲପାହାଡ଼ରେ ମଧ୍ୟାହ୍ନ 12 ଘ. 06 ମି.ରେ ପହଞ୍ଚି ମଧ୍ୟାହ୍ନ 12 ଘ. 08 ମି.ରେ ପୁରୀ ଅଭିମୁଖେ ଯାତ୍ରା କରିବ |

12879/12880 ଭୁବନେଶ୍ୱର-ମୁମ୍ବାଇ ଏଲଟିଟି – ଭୁବନେଶ୍ୱର ଏକ୍ସପ୍ରେସ ମୁମ୍ବାଇ ଠାରୁ 25 ମାର୍ଚ୍ଚ ରୁ ଏବଂ ଭୁବନେଶ୍ୱରରୁ 27 ମାର୍ଚ୍ଚରୁ ଛାଡୁଥିବା ଟ୍ରେନ ବେଲପାହାଡ଼ରେ ରହଣି କରିବ | ମୁମ୍ବାଇ ଏଲଟିଟିରୁ ଛାଡୁଥିବା ଏହି ଟ୍ରେନ୍ ବେଲପାହାଡ଼ରେ ରାତ୍ରି 10ଘ.55ମି.ରେ ପହଞ୍ଚି ରାତ୍ରି 10ଘ.57ମି.ରେ ଭୁବନେଶ୍ୱର ଅଭିମୁଖେ ଯାତ୍ରା କରିବ | ଫେରିବା ମାର୍ଗରେ, ଭୁବନେଶ୍ୱରରୁ ଛାଡୁଥିବା ଏହି ଟ୍ରେନ୍ ବେଲପାହାଡ଼ରେ ଅପରାହ୍ନ 02ଘ.20ମି.ରେ ପହଞ୍ଚି ଅପରାହ୍ନ 02ଘ.22ମି.ରେ ମୁମ୍ବାଇ ଏଲଟିଟି ଅଭିମୁଖେ ଯାତ୍ରା କରିବ  |

Nalco
Leave A Reply