ନୂଆଦିଲ୍ଲୀ : ଆପଣ ଭାବି ଥରେ ଦେଖିଲେ ଯଦି ବିନା ପଇସାରେ କାହାକୁ ଗାଡ଼ି ମିଳେ ତେବେ କେତେ ଖୁସିର କଥା । ଜାପାନ୍ ର ଅଟୋ କମ୍ପାନୀ ଟୟୋଟା ମୋଟର ପକ୍ଷରୁ ଗୋଟିଏ ଅଦ୍ଭୁତ ପଦକ୍ଷେପ ଉଠାଯାଇଛି । ସେଥିରେ ଗୋଟିଏ ବିଶେଷ ପେମେଣ୍ଟ ସିଷ୍ଟମ ରଖା ଯାଇଛି । ଏହି ସିଷ୍ଟମ ଟି ଦକ୍ଷିଣ ଆମେରିକା ମହାଦେଶର ଗୋଟିଏ ଦେଶରେ ଆରମ୍ଭ କରାଯାଇଛି । ଏହି ସିଷ୍ଟମ ଅନୁସାରେ ଲୋକମାନେ କ୍ୟାସ୍ କିମ୍ବା କାର୍ଡ ଦ୍ଵାରା ନୁହେଁ , ବରଂ ମକା ଓ ସୋୟାବିନ ଦେଇ ନିଜ ସହିତ ଘରକୁ ନେଇ ପାରିବେ କାର୍ ।
ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ଘଟଣା ବିଷୟରେ । ଟୟୋଟା ର ବ୍ରାଜିଲ ଅପରେସନ ଏହି ସ୍କିମ ଆରମ୍ଭ କରିଛି । ରୁରାଲ ବ୍ୟାଗ୍ରାଉଣ୍ଡର କଷ୍ଟମାର ମାନଙ୍କ ମଧ୍ୟରେ ନିଜର ସେଲ୍ ବଢ଼ାଇବା ପାଇଁ କମ୍ପାନୀ ନିଜର ବଛା ବଛି କିଛିଟା ଗାଡ଼ିକୁ ନେଇ ଏହି ପଦକ୍ଷେପ ନେଇଛି ଯେ ଜଣେ ଗ୍ରାହକ ମକା ଓ ସୋୟାବିନ ବଦଳରେ ଗାଡ଼ି କିଣି ପାରିବେ ।
ଟୟୋଟା ବ୍ରାଜିଲ ନିଜର ଏହି ସ୍କିମ ର ନାମ ଟୟୋଟା ବାରଟର ରଖିଛନ୍ତି । ମିଳିଥିବା ସୂଚନା ଅନୁସାରେ କମ୍ପାନୀ କହିଛି ଯେ ଚାଷ କରୁଥିବା ବ୍ୟକ୍ତି ମାନେ ଏହି ସୁବିଧାର ଲାଭ ଉଠାଇ ପାରିବେ । କମ୍ପାନୀ ପାଇଁ ସୋୟାବିନ ଓ ମକାର ମୂଲ୍ୟ ସମାନ ରହିଛି ।
ଏହି ଅଫର୍ ରେ ରହିଥିବା ଗାଡ଼ି ଗୁଡ଼ିକ ହେଲା Hilux ପିକ ଅପ୍ ଟ୍ରକ ବ୍ୟତୀତ Corolla Cross SUV କିମ୍ବା SW4 SV ସାମିଲ ରହିଛି । ଟୟୋଟା ପକ୍ଷରୁ ସୂଚନା ଦିଆଯାଇଛି ବ୍ରାଜିଲ ରେ ଏହି ସ୍କୀମ ଲଗାଇବାର ଉଦ୍ଦେଶ୍ୟ ହେଲା ସିଧାସଳଖ ଏହି ସେଲ୍ ରେ ୧୬% ଭାଗ ଗ୍ରାମୀଣ ଓ ଚାଷୀ ମାନଙ୍କ ପାଇଁ ରହିଛି । କମ୍ପାନୀ କେବଳ ଏଥିପାଇଁ କେବଳ ଚାଷୀ ମାନଙ୍କର ଯାଞ୍ଚ କରିବ ଯେ ସେ ପ୍ରକୃତ ଚାଷୀ କି ନୁହେଁ ।
Comments are closed.