Odisha news

ଆପଣଙ୍କ ଟୁଥ ବ୍ରସ ହୋଇପାରେ ଆପଣଙ୍କ ପାଇଁ ରୋଗର ଭଣ୍ଡାର : ରିସର୍ଚ୍ଚ

0

ଆପଣଙ୍କ ଟୁଥ ବ୍ରସ ମଧ୍ୟ ଆପଣଙ୍କୁ ରୋଗ ଗ୍ରସ୍ତ କରାଇପାରେ, ବିଶେଷ ଭାବରେ ଯେଉଁ ଟୁଥ ବ୍ରସ ଦ୍ୱାରା ଆମେ ପ୍ରତିଦିନ ନିଜ ଦାନ୍ତକୁ ସଫା କରିଥାଉ l ଏବଂ ଏହି ବ୍ରସ କୁ ଆମେ ମାସ ମାସ ଧରି ବ୍ୟବହାର କରୁ ଯାହାକି ଆମପାଇଁ ରୋଗକୁ ଡାକି ଆଣିଥାଏ l  ଗୋଟିଏ ଅଧ୍ୟୟନ ଅନୁସାରେ କୁହାଯାଇଛି ଯେ ଏହି ଟୁଥ ବ୍ରସ ରେ ୧ .୨ ମିଲିୟନ ରୁ ଅଧିକ ବ୍ୟାକ୍ଟେରିଆ ରହି ଥାଆନ୍ତି l

ନିୟୁର୍କ ର ଡେଣ୍ଟାଲ ଜର୍ନାଲ ର ରିପୋର୍ଟ ଅନୁସାରେ କୁହାଯାଇଛି ଯେ ପାଖାପାଖି ୭୦ % ଟୁଥ ବ୍ରସ ରେ ବ୍ୟାକ୍ଟେରିଆ ରହିଥାଏ l ଯାହାକି ସ୍ୱାସ୍ଥ୍ୟ ପକ୍ଷରେ ଖୁବ କ୍ଷତିକାରକ ଏବଂ ବ୍ୟାକ୍ଟେରିଆଲ ର ଇନଫେକ୍ସନ ମଧ୍ୟ ଅଧିକ ବୃଦ୍ଧି ହୋଇଥାଏ

କେତେଦିନ ରେ ଥରେ ବଦଳିବା ଜରୁରୀ ଟୁଥ ବ୍ରସ –
ଇଂଲଣ୍ଡ ର ମଞ୍ଚେଷ୍ଟର ବିଶ୍ୱବିଦ୍ୟାଳୟ ରେ ହୋଇଥିବା ଗୋଟିଏ ରିସର୍ଚ୍ଚ ଅନୁସାରେ ଟୁଥ ବ୍ରସ ରେ E .COIL ବ୍ୟାକ୍ଟେରିଆ ରହିଥାଏ l ଯାହାଦ୍ୱାରା ଝାଡା ବାନ୍ତି ଭଳି ରୋଗରେ ଆକ୍ରାନ୍ତ କରିଥାଏ l ଏବଂ ସ୍କିନ ଇନଫେକ୍ସନ ମଧ୍ୟ ରହିଥାଏ l ଏକ୍ସପର୍ଟ ଙ୍କ ମତ ଅନୁସାରେ ପ୍ରତି ୩ମାସ ରେ ଥରେ ବ୍ରସ ପରିବର୍ତନ କରିବା ଜରୁରୀ l ଯେତେବେଳେ ଆପଣ ଗୋଟିଏ ରୋଗରୁ ଭଲ ହେଉଛନ୍ତି ସେତେବେଳେ ତୁରନ୍ତ ବ୍ରସ କୁ ପରିବର୍ତନ କରି ନିଅନ୍ତୁ l
– ଟୁଥ ବ୍ରସ ଦ୍ୱାରା ଓରାଲ ଇନଫେକ୍ସନ ହୋଇଥାଏ l
– ଅଧୟନ ଅନୁସାରେ ଦୀର୍ଘଦିନ ଧରି ଟୁଥ ବ୍ରସ ବ୍ୟବହାର କରିବା ଦ୍ୱାରା କ୍ୟାନ୍ସର ରେ ପୀଡିତ ହୋଇ ପାରନ୍ତି l
– କଦାପି ଗାଧୁଆଘରେ ଟୁଥ ବ୍ରସ ରଖନ୍ତୁ ନାହିଁ l ଯଦିବି ରଖୁଛନ୍ତି କୌଣସି ବନ୍ଦ ଡବା ମଧ୍ୟରେ ରଖନ୍ତୁ l
– ଟୁଥ ବ୍ରସ କୁ ବେଡ଼ କିମ୍ବା ସୋଫା ଉପରେ ରଖନ୍ତୁ ନାହିଁ l
– ଯଦି ଘରର କୌଣସି ବ୍ୟକ୍ତି ରୋଗରେ ପଡିଛନ୍ତି ତେବେ ନିଜ ବ୍ରସ କୁ ତାଙ୍କ ବ୍ରସ ନିକଟରେ ରଖନ୍ତୁ ନାହିଁ l

Leave A Reply