ଆଜି ମାର୍ଚ୍ଚ ମାସର ଶେଷଦିନ, କାଲି ହେଉଛି ଅପ୍ରେଲ ୧ତାରିଖ ୨୦୨୫ ଏବଂ କାଲିଠାରୁ ଆରମ୍ଭ ହେଉଛି ନୂଆ ଟ୍ୟାକ୍ସ ଇଅର, ପ୍ରତ୍ୟେକ ବର୍ଷ ପରି ଚଳିତ ବର୍ଷ ମଧ୍ୟ ଅନେକ ନିୟମ ରେ ପରିବର୍ତ୍ତନ ହେବାକୁ ଯାଉଛି l ଏପ୍ରିଲ ୧ତାରିଖ ରୁ ଅନେକ ଜିନିଷ ରେ ପରିବର୍ତ୍ତନ ଦେଖିବାକୁ ମିଳିପାରେ l ଯାହାର ପ୍ରଭାବ ପ୍ରାୟ ସମସ୍ତ ଜନସାଧାରଣ ଙ୍କ ପାକେଟ ଉପରେ ପଡିପାରେ l ସେଥିରେ ସାମିଲ ରହିଛି LPG ସିଲିଣ୍ଡର ଠାରୁ ନେଇ ଆପଣଙ୍କ ବ୍ୟାଙ୍କ ଖାତା, ଦେବିଟ କାର୍ଡ , କ୍ରେଡିଟ କାର୍ଡ ଉପରେ ପ୍ରଭାବ ପଡ଼ିବାର ଦେଖିବାକୁ ମିଳିପାରେ l କେବଳ ଏତିକି ନୁହେଁ ହାଇୱେ ଉପରେ ଯାତ୍ରା କରିବା ମଧ୍ୟ ହୋଇପାରେ ମହଂଗା , କାହିଁକିନା ଅନେକ ରୁଟ ରେ ଟୋଲ ଟ୍ୟାକ୍ସ ମଧ୍ୟ ବୃଦ୍ଧି ହୋଇପାରେ l
ଆସନ୍ତୁ ଜାଣିବା ଅପ୍ରେଲ ୧ତାରିକ ଠାରୁ କେଉଁ ୧୦ ଟି ପରିବର୍ତ୍ତନ ହେବାକୁ ଯାଉଛି –
ନମ୍ବର ୧ରେ – ପ୍ରତ୍ୟେକ ମାସ ଆରମ୍ଭ ରେ ଅଏଲ ଏଣ୍ଡ ଗ୍ୟାସ ଡିଷ୍ଟ୍ରିବିଯୁସନ କମ୍ପାନୀ ଗୁଡିକ ଏଲପିଜି ସିଲିଣ୍ଡର ର ମୂଲ୍ୟ ରେ ସଂଶୋଧନ କରିଥାଆନ୍ତି ଓ ଅପ୍ରେଲ ୧ତାରିଖରୁ ମଧ୍ୟ ଏଥିରେ ପରିଵର୍ତନ ଦେଖିବାକୁ ମିଳିବ, ଗତ କିଛି ସମୟ ହେଲାଣି ଯେଉଁଠି ୧୯ କେଜି LPG ଗ୍ୟାସ ର ମୂଲ୍ୟ କମୁଚି ବଢୁଛି ଦେଖିବାକୁ ମିଳୁଛି, ସେହି ସ୍ଥାନରେ ରନ୍ଧନ ଗ୍ୟାସ ର ମୂଲ୍ୟ ସେହିଭଳି ରହିଛି, ତେଣୁ ନୂଆ ବିତ ବର୍ଷ ଆରମ୍ଭରେ ୧୪ କିଲୋଗ୍ରାମ ଗ୍ୟାସ ର ମୂଲ୍ୟ ହ୍ରସ୍ୱ ହେବାର ସମ୍ଭାବନା ରହିଛି l
ନମ୍ବର ୨ରେ – ଏଲ୍ପିଜି ସିଲିଣ୍ଡର ମୂଲ୍ୟ ବ୍ୟତୀତ ସିଏନଜି ଓ ପିଏନଜି ର ମୂଲ୍ୟରେ ମଧ୍ୟ ଅପ୍ରେଲ ପ୍ରଥମ ତାରିଖରେ ସଂଶୋଧନ ଦେଖିବାକୁ ମିଳିବ l ଏହାଛଡା ATF ଅର୍ଥାତ ଏୟାର ଟରବାଇନ ଫିଞ୍ଚୁଲ ମୂଲ୍ୟ ରେ ମଧ୍ୟ ୧ଏପ୍ରିଲ ରୁ ସଂଶୋଧନ ହେବାକୁ ଯାଉଛି, ଯେଉଁଠି ସିଏନଜି ମୂଲ୍ୟ ଆରମ୍ଭ ଦେଇପାରେ ATF ମୂଲ୍ୟ ବୃଦ୍ଧି ବିମାନ ଯାତ୍ରା ମହଙ୍ଗା ହୋଇପାରେ l
ନମ୍ବର ୩ରେ – ଅପ୍ରେଲ ଏକ ତାରିଖ ରୁ UPI ସହିତ ଜଡିତ କିଛିଟା ପରିବର୍ତ୍ତନ ହୋଇପାରେ, ଏବଂ ଯେଉଁ ମୋବାଇଲ ନମ୍ବର ରେ UPI ଆକାଉଣ୍ଟ ଦୀର୍ଘ ସମୟ ପର୍ଯ୍ୟନ୍ତ ମୋବାଇଲ ନମ୍ବର ଆକ୍ଟିଭ ନାହିଁ, ବ୍ୟାଙ୍କ ରେକର୍ଡ ରୁ ହଟାଯିବ, ଯଦି ଆପଣଙ୍କ ମୋବାଇଲ ନମ୍ବର ମଧ୍ୟ ଜଡିତ ଅଛି ଏବଂ ୟୁପିଏଇ ଆପ ସହିତ ଜଡିତ ଅଛି ଏବଂ ବ୍ୟବହାର ହେଉନାହିଁ ତାହାକୁ ବନ୍ଦ କରିଦିଆଯିବ l
ନମ୍ବର ୪ରେ – ଡେବିଟ କାର୍ଡ ର ନୂଆ ନିୟମ ରେ ରୂପେ ଡେବିଟ ସିଲେକ୍ଟ କାର୍ଡ ରେ କିଛିଟା ବଡ଼ ଅପଡେଟ ହେବାକୁ ଯାଉଛି, ଯାହା ଅପ୍ରେଲ ୧ତାରିଖ ରୁ ଲାଗୁ ହେବ, ଏଥିରେ ଫିଟନେସ , ଯାତ୍ରା ଓ ମନୋରଞ୍ଜନ ସାମିଲ ରହିଛି, ଏବଂ ଆକ୍ସିଡେଣ୍ଟ କ୍ଷେତ୍ରରେ ୧୦ ଲକ୍ଷ ପର୍ଯ୍ୟନ୍ତ ପର୍ସନାଲ ଆକ୍ସିଡେଣ୍ଟ କଭର ମିଳିବ l
ନମ୍ବର ୫ରେ – ନୂଆ ଟ୍ୟାକ୍ସ ଇଅର ର ଆରମ୍ଭ ରେ କେନ୍ଦ୍ରୀୟ କର୍ମଚାରୀ ଙ୍କର ଗ୍ୟାରେଣ୍ଟି କୃତ ପେନସନ ଦେଉଥିବା ୟୂନିଫଏଡ ପେନସନ ସ୍କିମ ରେ ପରିବର୍ତ୍ତନ ହେବାକୁ ଯାଉଛି l ସର୍ବନିମ୍ନ ପେନ୍ସନ ୧୦ ହଜାର ହେବ ବୋଲି ପେନ୍ସନ ସ୍କିମ ରେ କୁହାଯାଇଛି l
ନମ୍ବର ୬ ରେ – ବଜେଟ ୨୦୨୫ ରେ ମଧ୍ୟବିତ୍ତ ପରିବାର ଙ୍କୁ ଅସ୍ବସ୍ତି ଦେବାକୁ ଯାଇ ସରକାର ଅନେକ ନୂଆ ଘୋଷଣା କରିଛନ୍ତି, ଯେଉଁଥିରେ ଟ୍ୟାକ୍ସ ସ୍ଲାବ କୁ ନେଇ ବିଶେଷ ପରିବର୍ତ୍ତନ ଘୋଷଣା ହୋଇଛି l ନୂଆ ଟ୍ୟାକ୍ସ ନିୟମ ଅନୁସାରେ ୧୨.୭୫ ଲକ୍ଷ ପର୍ଯ୍ୟନ୍ତ ବେତନ ଭୋଗୀ ଟ୍ୟାକ୍ସ ରୁ ମୁକ୍ତ ହୋଇପାରନ୍ତି , ଏହା ସେମାନଙ୍କ ପାଇଁ ଲାଗୁ ହେବ ଯେଉଁମାନେ ନୂଆ ଟ୍ୟାକ୍ସ ବିକଳ୍ପ କୁ ବାଛି ଥାଆନ୍ତି l
ନମ୍ବର ୭ରେ – TDS ଲିମିଟ ରେ ବୃଦ୍ଧି ବ୍ୟତୀତ TDS ବିନିମୟ କୁ ମଧ୍ୟ ଅପଡେଟ କରାଯାଇଛି L ଯେଉଁଥିରେ ଆବଶ୍ୟକତା କଟାଊତି କୁ କମ କରିବା ଓ ଟ୍ୟାକ୍ସ ପେୟର ଙ୍କ ପାଇଁ ସୁବିଧା ନେଇ ଆସିଛି l ବରିଷ୍ଠ ନାଗରିକ ଙ୍କ ପାଇଁ ଆୟ କୁ ସୁଧ TDS ସୀମା ଦ୍ଵିଗୁଣ କରି ୧ଲକ୍ଷ କରିଦିଆଯାଇଛି l ଯାହାଦ୍ୱାରା ବୟସ୍କ ମାନଙ୍କର ବିତିୟ ସୁରକ୍ଷା ବଢିଯାଇଛି l
ନମ୍ବର ୮ରେ – ଅପ୍ରେଲ ୧ତାରିଖ ଠାରୁ ଭାରତୀୟ ଷ୍ଟେଟ ବ୍ୟାଙ୍କ ଓ ପଞ୍ଜାବ ନେସନାଲ ବ୍ୟାଙ୍କ ସମେତ ଅନ୍ୟ ବ୍ୟାଙ୍କ ର ଗ୍ରାହକ ମାନଙ୍କର ସେଭିଙ୍ଗସ ଆକାଉଣ୍ଟ ର ମିନିମମ ବାଲାନ୍ସ ଧାର୍ଯ୍ୟ କରାଯିବ l ମିନିମମ ବାଲାନ୍ସ ନରହିଲେ ଫାଇନ ଲଗାଯିବ l
ନମ୍ବର ୯ ରେ – ଟୋଲ ଟ୍ୟାକ୍ସ ରେ ବୃଦ୍ଧି ହେବାକୁ ଯାଉଛି, ୩୧ ମାର୍ଚ୍ଚ ର ମଧ୍ୟ ରାତ୍ରିରୁ ଟୋଲ ଟ୍ୟାକ୍ସ ମୂଲ୍ୟରେ ବୃଦ୍ଧି ହେବାକୁ ଯାଉଛି l ଯାହାର ସିଧା ପ୍ରଭାବ ଆପଣଙ୍କ ପାକେଟ ଉପରେ ପଡିପାରେ, ଯେଉଁଥିରେ ହାଲୁକା ବହନ ରେ ୫ଟଙ୍କା ଓ ଭାରି ଯାନ ରେ ୨୦ରୁ୨୫ ଟଙ୍କା ବୃଦ୍ଧି ହୋଇପାରେ l
ନମ୍ବର ୧୦ରେ – ଅପ୍ରେଲ ୧ତାରିଖ ରୁ କ୍ରେଡିଟ କାର୍ଡ ନିୟମ ରେ ମଧ୍ୟ ପରିବର୍ତ୍ତନ ହେବାକୁ ଯାଉଛି, ଯେଉଁଥିରେ ବିମାନ ଯାତ୍ରା ଉପଭୋଗ କରୁଥିବା ବ୍ୟକ୍ତି, ଅନଲାଇନ ରେ ଖାଦ୍ୟ ଖାଉଥିବା ବ୍ୟକ୍ତି ଙ୍କୁ ଅନେକ କ୍ଷେତ୍ରରେ ଲାଭ ମିଳିପାରେ ବୋଲି ଆଶା କରାଯାଉଛି l