ମେଷ: ସମସ୍ତଙ୍କୁ ସାଥୀରେ ନେଇ ଆଗକୁ ବଢ଼ିବେ। ଓକିଲଙ୍କୁ ପୁରୁଣା ମକଦ୍ଦମାରେ ସଫଳତା ମିଳିବ। ଅଚାନକ ଧନଲାଭ ହେବ। ବୈବାହିକ ଜୀବନ ଖୁସିରେ ଭରି ରହିବ।
ବୃଷ: ପ୍ରଭୁଙ୍କ ଆରାଧନାରେ ମନକୁ ଶାନ୍ତି ମିଳିବ। ବରିଷ୍ଠଙ୍କ ପରାମର୍ଶରେ ଆପଣ କୌଣସି ବଡ଼ ପଦକ୍ଷେପ ନେବେ। ଦାମ୍ପତ୍ୟ ଜୀବନରେ ମଧୁରତା ବୃଦ୍ଧି ହେବ।
ମିଥୁନ: ଆପଣଙ୍କ ଆଖପାଖରେ ମଧୁର ବାତାବରଣ ରହିବ। ପଡ଼ୋଶିଙ୍କ ଠାରୁ ଭଲ ଖବର ପାଇବେ। ପୂର୍ବରୁ ସମ୍ପାଦିତ କାମରୁ ଆଜି ଆପଣଙ୍କୁ ଲାଭ ମିଳିବ।
କର୍କଟ: ଆପଣଙ୍କ ଲାଗି ଦିନଟି ଉତ୍ସାହପୂର୍ଣ୍ଣ ରହିବ। କାମରେ ଏକାଗ୍ରତା ରଖିଲେ ସଫଳତା ମିଳିବ। ବ୍ୟବସାୟରେ ପ୍ରଚୁର ଲାଭ ହେବ। ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖନ୍ତୁ।
ସି˚ହ: କାର୍ଯ୍ୟକ୍ଷେତ୍ରରେ ଆହ୍ବାନର ସାମ୍ନା କରିପାରିବେ। ସମାଜରେ ଆପଣଙ୍କର ମାନ ସମ୍ମାନ ବଢ଼ିବ। ଜମି ଦଲାଲଙ୍କୁ ପୁରୁଣା ଜମିରୁ ଧନଲାଭ ହେବ।
କନ୍ୟା: ବ୍ୟବସାୟୀଙ୍କ ପାଇଁ ଦିନଟି ଅନୁକୂଳ। ସଫଳତା ପାଇବା ଦିଗରେ ଅଗ୍ରସର ହେବେ। ଚାକିରି ଖୋଜୁଥିବା ମହିଳାମାନଙ୍କୁ ଭଲ ଚାକିରିର ପ୍ରସ୍ତାବ ମିଳିବ।
ତୁଳା: କାମ କରିବାରେ ଯଥେଷ୍ଟ ଉତ୍ସାହ ରହିବ। ବ୍ୟବସାୟ ସମ୍ବନ୍ଧିତ ଜରୁରୀ ନିଷ୍ପତ୍ତି ନେବେ। ଭଲ ଖବର ମିଳିବାର ସମ୍ଭାବନା ଅଛି। ଜୀବନସାଥୀଙ୍କ ସହିତ ସମ୍ପର୍କରେ ସୁଧାର ଆସିବ।
ବିଛା: ଆତ୍ମବିଶ୍ବାସର ସହ କାର୍ଯ୍ୟ କରନ୍ତୁ, ସଫଳତା ମିଳିବ। ଆପଣଙ୍କ ଭାବନାକୁ ସକାରାତ୍ମକ ରଖନ୍ତୁ। ବ୍ୟବସାୟୀ କୌଣସି ଅନୁଭବୀଙ୍କ ମତ ନେଇ ଆଗକୁ ବଢ଼ନ୍ତୁ।
ଧନୁ: ବ୍ୟବସାୟ ବୃଦ୍ଧି ଲାଗି ନିକଟ ସ˚ପର୍କିୟ ସହଯୋଗ କରିବେ। ଜରୁରୀ କାମରେ ଯାତ୍ରା କରିବେ। ଦମ୍ପତ୍ତିଙ୍କ ଲାଗି ଦିନଟି ଭଲ ରହିବ। ଛାତ୍ରଙ୍କୁ ପରିଶ୍ରମର ସୁଫଳ ମିଳିବ।
ମକର: ଭାଗ୍ୟର ତାରକା ଉଜ୍ଜ୍ବଳ ରହିବ। ଯୋଜନା ଅନୁଯାୟୀ ସବୁ କାମ ପୂରା ହେବ। ରାଜନୀତି କ୍ଷେତ୍ରରେ ଥିବା ବ୍ୟକ୍ତିମାନେ କୌଣସି ଉଚ୍ଚପଦକୁ ମନୋନୀତ ହୋଇପାରନ୍ତି।
କୁମ୍ଭ: ପରିବାର ଲୋକଙ୍କ ସହିତ ଆନନ୍ଦର ମୁହୂର୍ତ୍ତ ବିତେଇବେ। ଆପଣଙ୍କର କୌଣସି ଇଚ୍ଛା ପୂରଣ ହେବ। ବ୍ୟବସାୟକୁ ନେଇ ଭଲ ଚୁକ୍ତି ହେବାର ସମ୍ଭାବନା ଅଛି।
ମୀନ: ଆଧୢାତ୍ମିକ ଭାବନାରେ ସମୟ ବିତିବ। ଅନ୍ୟ ଆଗରେ ଆପଣଙ୍କର କଥାକୁ ସ୍ପଷ୍ଟ ଭାବେ ପ୍ରକାଶ କରନ୍ତୁ। କାମ ସହଜରେ ପୂରା ହୋଇଯିବ। ଦାମ୍ପତ୍ୟ ଜୀବନ ବଢ଼ିଆ ରହିବ।