Odisha news

ଅନୁ ଚୌଧୁରୀଙ୍କୁ ନୂଆ ଦାୟିତ୍ୱ ଦେଲେ ସାଂସଦ ଅପରାଜିତା ଷଡ଼ଙ୍ଗୀ

0

ବେଗୁନିଆ/ଭୁବନେଶ୍ୱର: ବିଜେପି ନେତ୍ରୀ ତଥା ଓଲିଉଡ଼ ଅଭିନେତ୍ରୀ ଅନୁ ଚୌଧୁରୀଙ୍କୁ ନୂଆ ଦାୟିତ୍ୱ ଦେଇଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ | ଅନୁ ଚୌଧୁରୀ ଏଣିକି ବେଗୁନିଆ ନିର୍ବାଚନ ମଣ୍ଡଳୀରୁ ସାଂସଦ ପ୍ରତିନିଧି ଭାବେ କାର୍ଯ୍ୟ କରିବେ ବୋଲି ଅପରାଜିତା ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ ଚିଠି ଲେଖି ଜଣାଇଛନ୍ତି | ବେଗୁନିଆରୁ ୨୦୧୯ ବିଧାନସଭା ନିର୍ବାଚନରେ ବିଧାୟକ ପ୍ରାର୍ଥୀ ଭାବେ ଲଢ଼ିଥିବା ଋଷଭ ନନ୍ଦଙ୍କ ସ୍ଥାନରେ ଅନୁଙ୍କୁ ଏହି ନୂଆ ଦାୟିତ୍ୱ ମିଳିଛି | ବେଗୁନିଆ ନିର୍ବାଚନମଣ୍ଡଳୀ ଅଧୀନରେ ଯେକୌଣସି କାର୍ଯ୍ୟକ୍ରମ ବା ବୈଠକରେ ଭୁବନେଶ୍ୱର ସାଂସଦଙ୍କ ପ୍ରତିନିଧି ଭାବରେ ଅନୁ ଚୌଧୁରୀ ଯୋଗ ଦେବେ ବୋଲି ଚିଠିରେ ଉଲ୍ଲେଖ ରହିଛି |

Aparajita Sarangi

@AprajitaSarangi

My best wishes, dear Anu. I am sure you will put in very hard work for improving the lives around you. All my support to you in your endeavors. https://twitter.com/AnuChoudhury2/status/1230085248429568003 

Anu Choudhury@AnuChoudhury2

My gratitude to Hon’ble MP #AparajitaSarangi Mam – an inspiring leader who leads from the front; grateful to serve Begunia ppl – dream for an equitable, inclusive & prosperous Odisha.

View image on Twitter
View image on Twitter
42 people are talking about this
ତେବେ ହଠାତ କାହିଁକି ଋଷଭଙ୍କ ସ୍ଥାନରେ ଅନୁଙ୍କୁ ଦାୟିତ୍ୱ ଦିଆଗଲା ତାହାକୁ ନେଇ ଚର୍ଚ୍ଚା ଧରିଛି | କୁହାଯାଉଛି ବେଗୁନିଆ ବିଜେପିରେ ଥିବା ଗୋଷ୍ଠୀ କନ୍ଦଳ ପାଇଁ ସାଂସଦ ଏଭଳି ନିଷ୍ପତ୍ତି ନେଇଛନ୍ତି |

ଏଠାରେ ସୂଚନା ଥାଉ କି ଜାନୁୟାରୀ ୨୦, ୨୦୧୮ରେ ଅନୁ ଚୌଧୁରୀ ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଥିଲେ । ପ୍ରାୟ ୪୦ଟି ଓଡ଼ିଆ, ବଙ୍ଗାଳୀ, ତେଲୁଗୁ ଓ ହିନ୍ଦୀ ଚଳଚ୍ଚିତ୍ରରେ ଅଭିନୟ କରିଥିବା ଅଭିନେତ୍ରୀ ଅନୁ ଚୌଧୁରୀ ନିର୍ବାଚନରେ ଲଢ଼ିନଥିଲେ ବି ବିଜେପି ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଥିଲେ | ସେହିପରି ବିଜେଡି ନେତା ପ୍ରଶାନ୍ତ ନନ୍ଦଙ୍କ ପୁଅ ଋଷଭ ନନ୍ଦ ମାର୍ଚ୍ଚ ୨୧ ତାରିଖ ୨୦୧୯ରେ ଭାରତୀୟ ଜନତା ପାର୍ଟିରେ ଯୋଗଦେଇଥିଲେ । ଏହା ପରେ ତାଙ୍କୁ ବେଗୁନିଆ ନିର୍ବାଚନ ମଣ୍ଡଳୀରୁ ବିଧାନସଭା ନିର୍ବାଚନ ପାଇଁ ଟିକଟ ମିଳିଥିଲା | କିନ୍ତୁ ସେ ନିର୍ବାଚନରେ ହାରିଯାଇଥିଲେ |

Leave A Reply