Odisha news

ନାୟକ ଟ୍ରେଡର୍ସ ଆନୁକୂଲ୍ୟରେ ନିର୍ମାଣ କାର୍ଯ୍ୟ ସଂପର୍କିତ କର୍ମଶାଳା

0

ତିହିଡି, ୨୧/୦୮(ଯଦୁମଣି ପାଣିଗ୍ରାହୀ): ତିହିଡି ନାୟକ ଟ୍ରେଡର୍ସ ଆନୁକୂଲ୍ୟରେ ଅତ୍ୟାଧୁନିକ ନିର୍ମାଣ କାର୍ଯ୍ୟ ଓ କାରିଗରୀ ବିଦ୍ୟାର କର୍ମଶାଳା ଆଦାନୀ ଏସିସି ସିମେଣ୍ଟଏବଂ ଟାଟା ଟିସ୍କନ ରଡ କମ୍ପାନୀ ତରଫରୁ ତିହିଡି ଆଇଟିଆଇ ପରିସରରେ ଅନୁଷ୍ଟିତ ହୋଇଯାଇଛି । ତିହିଡି ବ୍ଳକର ୭୨ ଜଣ ଦକ୍ଷ ରାଜମିସ୍ତ୍ରୀ ଉକ୍ତ କର୍ମଶାଳାରେ ଅଂଶଗ୍ରହଣ କରିଥିଲେ । ଉତ୍ତମ ମାନର ରଡ ଓ ସିମେଣ୍ଟର ବ୍ୟବହାର ସଂପର୍କରେ ଆଦାନୀ ଏସିସି ସିମେଣ୍ଟର ଅଧିକାରୀ ସୁବୋଧ ରଞ୍ଜନ ପଟ୍ଟନାୟକ, ସୌମ୍ୟ ରଞ୍ଜନ ଦାସ, ସୋମ୍ବେଦ ସାମଲ, ରେହେମ ଖାଁ ସୂଚନା ଦେଇଥିଲେ । ସେହିପରି ସମସ୍ତ ଘର ନିର୍ମାଣ କାର୍ଯ୍ୟର ପ୍ଲାନ, ଡିଜାଇନ, ବ୍ୟୟ ଅଟକଳ, କାର୍ଯ୍ୟ ତଦାରଖ ମାଗଣାରେ କମ୍ପାନୀ ତରଫରୁ ପ୍ରଦାନ କରାଯିବ ବୋଲି ରାଜମିସ୍ତ୍ରୀ ବନ୍ଧୁ ମାନଙ୍କୁ ସେମାନେ ସୂଚନା ପ୍ରଦାନ କରିଥିଲେ । ଟାଟା ଟିସ୍କନ ରଡର ବାଲେଶ୍ୱର କ୍ଷେତ୍ରୀୟ ଅଧିକାରୀ ସୌମ୍ୟ ରାମ, ଭଦ୍ରକ ଜିଲ୍ଲାଧିକାରୀ ଅନୀଲ ମହାନ୍ତି, ଗ୍ରାହକ ସେବାଧିକାରୀ ରମେଶ ଦାସ ସମସ୍ତ ରାଜମିସ୍ତ୍ରୀ ମାନଙ୍କୁ ନିର୍ମାଣ କାର୍ଯ୍ୟ ସମୟରେ ସତର୍କତା ଅବଲମ୍ବନ କରିବା ଓ ଟାଟା ରଢର ଗୁଣବତ୍ତା ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ । ଆଦାନୀ ଏସିସି ସିମେଣ୍ଟର ଅନ୍ୟତମ ଅଧିକାରୀ ଜିତେନ୍ଦ୍ର କୁମାର ପତି ସମସ୍ତ ରାଜମିସ୍ତ୍ରୀ ମାନଙ୍କୁ ଏସିସି ସିମେଣ୍ଟ ବ୍ୟବହାର କରିବା ପାଇଁ ଅନୁରୋଧ କରିଥିଲେ । ନାୟକ ଟ୍ରେଡର୍ସର ସତ୍ତ୍ୱାଧିକାରୀ ପାର୍ଥସାରଥୀ ନାୟକ କମ୍ପାନୀର ସମସ୍ତ ଅଧିକାରୀ ଓ ରାଜମିସ୍ତ୍ରୀ ମାନଙ୍କୁ କୃତଜ୍ଞତା ପ୍ରକାଶ କରିଥିଲେ । ଏହି ଅବସରରେ ରାଜମିସ୍ତ୍ରୀ ମାନଙ୍କ ଲାଗି ଭୋଜନ ଓ ଉପହାର ପ୍ରଦାନର ବ୍ୟବସ୍ଥା କରାଯାଇଥିଲା ।

Leave A Reply