Odisha news

ଅଗ୍ନିକାଣ୍ଡରେ ପୋଡିଗଲା ୫ ଦୋକାନ ଗୃହ, ବିଭିନ୍ନ ସାମଗ୍ରୀ ନଷ୍ଟ

0

ତିହିଡି, ୨୧/୦୭(ଯଦୁମଣି ପାଣିଗ୍ରାହୀ): ଆଜି ସକାଳ ପ୍ରାୟ ୭-୩୦ ସମୟରେ ତିହିଡି ବଜାରରେ ଆକସ୍ମିକ ଅଗ୍ନିକାଣ୍ଡ ଘଟି ୫ ଦୋକାନ ଗୃହ ପୋଡି ଯାଇଥିବା ଜଣାଯାଇଛି । ଖବରପାଇ ଦମକଳବାହିନୀ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ନିଆିଁକୁ ଆୟତ୍ତ କରିଥିଲେ । ବିଦୁ୍ୟତ ସଟ୍ସର୍କିଟରୁ ଏଭଳି ଅଗି୍ନକାଣ୍ଡ ଘଟିଥିବା ଅନୁମାନ କରାଯାଉଛି । ଏହି ଅଗ୍ନିକାଣ୍ଡରେ ଦୋକାନୀ ମାନଙ୍କର ଲକ୍ଷାଧିକ ଟଙ୍କାର ବିଭିନ୍ନ ସାମଗ୍ରୀ ନଷ୍ଟ ହୋଇଥିବା ଜଣାଯାଇଛି । ଦୋକାନ ଗୃହ ପୋଡି ଯାଇଥିବା ଦୋକାନୀ ମାନେ ହେଉଛନ୍ତି ଦୟାନିଧି ସାହୁ(ଫୁଲ ଦୋକାନ) ଚନ୍ଦ୍ରକାନ୍ତ ମହାନ୍ତି(ଷ୍ଟୁଡିଓ) ପ୍ରକାଶ ସାହୁ (ଜଳଖିଆ ଦୋକାନ), ସୁଦାମ ଯେନା(ଫୁଲ ଦୋକାନ) ଓ ବିକାଶ କର(ପାଥୋଲୋଜି) । ପ୍ରକାଶ ଯେ, ଆଜି ସକାଳେ ଦୋକାନ ଗୁଡିକର ପଛପଟୁ ଆକସ୍ମିକ ଭାବେ ଖୁବ ଜୋରରେ ଧୂଆଁ ବାହାରିବା ସହିତ ନିଆଁ ଲାଗି ଯାଇଥିଲା । ପରେ ଏହା ଦ୍ରୁତବେଗରେ ଗୋଟିଏ ପରେ ଗୋଟିଏ ଦୋକାନ କୁ ବ୍ୟାପୀ ଯାଇଥିଲା । ଏହା ଜାଣିବା ପରେ ସେଠାରେ ଉପସ୍ଥିତ କିଛି ଦୋକାନୀ ବାହାର ଲୋକଙ୍କ ସହାୟତାରେ କିଛି ସାମଗ୍ରୀ ଉଦ୍ଧାର କରିଥିବା ବେଳେ ଅଧିକାଂଶ ସାମଗ୍ରୀ ପୋଡି ନଷ୍ଟ ହୋଇଯାଇଛି । ଅଗ୍ନକାଣ୍ଡରେ କ୍ଷତିଗ୍ରସ୍ତ ଦୋକାନୀ ମାନଙ୍କୁ ସରକାରୀ ସହାୟତା ଯୋଗାଇ ଦେବାକୁ ଦାବି ହେଉଛି ।

Leave A Reply