Odisha news

ତିହିଡିରେ ଓଡିଶା ବନ୍ଦ ସଫଳ

0

ତିହିଡି, ୧୭/୦୭(ଯଦୁମଣି ପାଣିଗ୍ରାହୀ): ଫକୀରମୋହନ କଲେଜ ଛାତ୍ରୀ ଆତ୍ମହତ୍ୟା ଘଟଣାରେ ତାଙ୍କ ପରିବାରକୁ ନ୍ୟାୟ ପ୍ରଦାନ ଦାବିରେ ଆଜି ହୋଇଥିବା ୧୨ ଘଣ୍ଟିଆ ଓଡିଶା ବନ୍ଦ ତିହିଡିରେ ସଫଳ ହୋଇଛି । କଂଗ୍ରେସ ଓ ସିପିଆଇଏମ ପକ୍ଷରୁ ଆଜି ସକାଳେ ଭଦ୍ରକ=ଚାନ୍ଦବାଲି ରାସ୍ତା ଅବରୋଧ କରାଯିବା ସହିତ ତିହିଡି ବଜାରରେ ପ୍ରତିବାଦ ଶୋଭାଯାତ୍ରା କରାଯାଇଥିଲା । ଫଳରେ ଏହି ରାସ୍ତା ଦେଇ ଗାଡି ଚଳାଚଳ ବନ୍ଦ ରହିବା ସହିତ ତିହିଡିର ସମସ୍ତ ଦୋକାନ ବଜାର, ଶିକ୍ଷାନୁଷ୍ଠାନ ଓ ବ୍ୟାଙ୍କ ଗୁଡିକ ବନ୍ଦ ରହିଥିଲା । ଆଜିର ଏହି ବନ୍ଦରେ ବ୍ଳକ କଂଗ୍ରେସ ସରୋଜ ଦାସ, ବେଣୁଧର ଦାସ, ଗଣେଶ ମଲ୍ଲିକ, ସୁଧାଂଶୁ ମାହୁନ୍ତ, ଅକ୍ଷୟ ମଲ୍ଲିକ, ତ୍ରିଲୋଚନ ମହାଳିକ,ସିପିଆଇଏମର ପ୍ରଫୁଲ୍ଲ କୁମାର ପାଢୀ, ବିଷ୍ଣୁ ଦାସ, ସତ୍ୟବ୍ରତ କୁଣ୍ଡ ପ୍ରମୁଖ ସାମିଲ ଥିଲେ ।

Leave A Reply