Odisha news

ବାରୋ ପଞ୍ଚାୟତର ସରପଞ୍ଚ ଉଦ୍ଧବ ନାୟକଙ୍କ ପରଲୋକ

0

ତିହିଡି, ୦୭/୦୭: ତିହିଡି ବ୍ଲକ ଅନ୍ତର୍ଗତ ବାରୋ ପଞ୍ଚାୟତର ଜନପ୍ରିୟ ସରପଞ୍ଚ ଉଦ୍ଧବ ନାୟକଙ୍କ ଆଜି ଭୋର ସମୟରେ ହୃଦଘାତରେ ପରଲୋକ ଘଟିଛି । ମୃତୁ୍ୟ ବେଳକୁ ତାଙ୍କୁ ୬୭ ବର୍ଷ ବୟସ ହୋଇଥିଲା । କଂଗ୍ରେସର ବରିଷ୍ଠ ନେତା ତଥା ଜଣେ ଦୃଢ ସଙ୍ଗଠକ ଭାବେ ଜଣାଶୁଣା ସ୍ୱର୍ଗତ ନାୟକ ଗତ ୨୦୨୨ ମସିହା ପଞ୍ଚାୟତ ନିର୍ବାଚନରେ କଂଗ୍ରେସ ସମର୍ଥିତ ସରପଞ୍ଚ ପ୍ରାର୍ଥୀ ଭାବେ ନିର୍ବାଚନ ଲଢି ବିଜୟୀ ହୋଇଥିଲେ । ସେ ୨୦୧୨ ମସିହାରୁ ୨୦୧୭ ମସିହା ଯାଏଁ ବାରୋ ପଞ୍ଚାୟତର ସରପଞ୍ଚ ରହିଥିବା ବେଳେ ୨୦୧୭ରୁ ୨୦୨୨ ମସିହା ଯାଏଁ କାଁପଡା ପଞ୍ଚାୟତରୁ ସମିତିସଭ୍ୟ ଭାବେ ନିର୍ବାଚିତ ହୋଇଥିଲେ । ସେ ପଞ୍ଚାୟତର ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟ ବିଶେଷକରି ରାସ୍ତାଘାଟ ନିର୍ମାଣ ଠାରୁ ଆରମ୍ଭ କରି କୃଷି, ସ୍ୱାସ୍ଥ୍ୟ ଓ ଶିକ୍ଷା କ୍ଷେତ୍ରରେ ଉନ୍ନତି ଦିଗରେ ନିରନ୍ତର ଉଦ୍ୟମ ଜାରି ରଖିଥିଲେ । ନିଜ ପଞ୍ଚାୟତର ସମସ୍ୟାକୁ ପଞ୍ଚାୟତ ସମିତି ବୈଠକ ଠାରୁ ପୁଣି ଜିଲ୍ଲା ପ୍ରଶାସନ ଯାଏଁ ଦୃଷ୍ଟି ଆକର୍ଷଣ କରାଇ ତା’ର ସମାଧାନ ଦିଗରେ ବାଟ ଫିଟାଉଥିଲେ । ପଞ୍ଚାୟତର ସାଧାରଣ ଲୋକଙ୍କ ସମସ୍ୟା ସହିତ ସେ ସଦାସର୍ବଦା ଜଡିତ ରହି ଆସିଥିଲେ । ଆଜି ତାଙ୍କ ମରଶରୀରକୁ ତିହିଡି ପୁରୁଣାହାଟ ଛକ ଠାରୁ ଏକ ଶୋଭାଯାତ୍ରାରେ ତିହିଡି ବ୍ଳକ ପରିସରକୁ ନିଆଯାଉଥିବା ବେଳେ ଭଦ୍ରକ-ବାଲେଶ୍ୱର କେନ୍ଦ୍ରୀୟ ସମବାୟ ବ୍ୟାଙ୍କର ଶାଖା ପରିଚାଳକ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ । ବ୍ଲକ ପରିସରରେ ବିଡିଓ ନିରଞ୍ଜନ ବାରିକ, ବ୍ଲକ ଅଧ୍ୟକ୍ଷା ଅବନ୍ତୀ ଦାସ, ପ୍ରାକ୍ତନ ବ୍ଲକ ଅଧ୍ୟକ୍ଷ ଶୁକଦେବ ମଳିକ, ବ୍ଲକ କଂଗ୍ରେସ ସଭାପତି ସରୋଜ ଦାସ, ବରିଷ୍ଠ କଂଗ୍ରେସ ନେତା ଅମୀୟ ମହାପାତ୍ର, ଦିଗମ୍ବର ଦାସ, ସରପଞ୍ଚ ଶୁଭ୍ରନାରାୟଣ ସେଠୀ, ସଞ୍ଜିବ ବେହେରା, ପ୍ରଦୀପ ବଳ, ସୁପ୍ରଭା ପାଣି, କୁନ୍ତଳା ମଳିକ, ପ୍ରେମଲତା ବିଶ୍ୱାଳ, ବିଜେଡି ବ୍ଲକ ସଭାପତି ସୁରେନ୍ଦ୍ର ନାୟକ, ଚିନ୍ତାମଣି ଦାସ, ଗଣେଶ ବିଶ୍ୱାଳ, ବିଜେପି ନେତା ରଘୁନାଥ ପାତ୍ର, ସାଂସଦଙ୍କ ପ୍ରତିନିଧି ସୀତାକାନ୍ତ ନାୟକ, ଉମାକାନ୍ତ ଦାସ. ସାଇଶରଣ ବେହେରା ପ୍ରମୁଖ ବହୁବ୍ୟକ୍ତି ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ପରେ ତାଙ୍କ ମରଶରୀରକୁ ପଞ୍ଚାୟତ ପରିକ୍ରମା କରାଯିବା ସହ ଅନ୍ତିମ ସଂସ୍କାର କରାଯାଇଥିଲା । ଏକମାତ୍ର ପୁଅ ଜ୍ଞାନପ୍ରକାଶ ନାୟକ ମୁଖାଗ୍ନି ଦେଇଥିଲେ । ଅପରାହ୍ଣରେ ପ୍ରାକ୍ତନ ସାଂସଦ ଅନନ୍ତ ପ୍ରସାଦ ସେଠୀ, ବିଧାୟକ ଅଶୋକ ଦାସ, ପ୍ରାକ୍ତନ ଜିଲ୍ଲା କଂଗ୍ରେସ ସଭାପତି ସୁବ୍ରତ ଦାସ ଓ ଯୁବନେତା ବଳରାମ ରାଉତ ପ୍ରମୁଖ ତାଙ୍କ ବାସଭବନରେ ପହଞ୍ଚି ତାଙ୍କ ପରିବାରକୁ ସମବେଦନା

Nalco
Leave A Reply