ତିହିଡି, ୦୬/୦୭(ଯଦୁମଣି ପାଣିଗ୍ରାହୀ): ଶ୍ରୀ ସତ୍ୟସାଇ ସେବା ସଙ୍ଗଠନ, ତିହିଡି ସେବା ସମିତିରେ ଏକ ଜିଲ୍ଲାସ୍ତରୀୟ ସାଧନା ଶିବର ଅନୁଷ୍ଠିତ ହୋଇଯାଇଛି । ଭଦ୍ରକ(୧) ସାଇ ଜିଲ୍ଲାର ସଭାପତି ଡା.ରଣଜିତ ଖଟୁଆ ଏହାକୁ ଉଦଘାଟନ କରିଥିଲେ । ସନାତନ ଧର୍ମ, ଶ୍ରୀମଦ ଭଗବତ ଗୀତା, ଭଜ ଗୋବିନ୍ଦମ, ବୃକ୍ଷ ହିଁ ଜୀବନ, ସବୁ ଧର୍ମକୁ ଭଲ ପାଇବା, ମାନବ ସେବା ହିଁ ମାଧବ ସେବା ଆଦି ବିଷୟ ଉପରେ ଶିବିରରେ ଆଲୋଚନା ହୋଇଥିଲା । ଭଗବାନ ଶ୍ରୀ ସତ୍ୟସାଇ ବାବାଙ୍କ ୧୦୦ତମ ଜନ୍ମବାର୍ଷିକ ଚଳିତ ବର୍ଷ ନଭେମ୍ବରରେ ପାଳନ କରାଯାଉଥିବାରୁ ତାଙ୍କ ଉଦେ୍ଦଶ୍ୟରେ ସମସ୍ତ କାର୍ଯ୍ୟ ସଙ୍ଗଠନ ପକ୍ଷରୁ କରାଯିବ ବୋଲି ବକ୍ତାମାନେ ମତପ୍ରକାଶ କରିଥିଲେ । ଜିଲ୍ଲା ସଂଯୋଜକ ବିଜୟ କୁମାର ପତି, ପୂର୍ଣ୍ଣଚନ୍ଦ୍ର ସେଠୀ, ବାଦଲ ମହାପାତ୍ର, ସୁବାସ ବେହେରା, ସାଇଶମ୍ଭୁ ମିଶ୍ର, ଜୟଚନ୍ଦ୍ର ବେହେରା, ପୁଷ୍ପାଞ୍ଜଳି ମିଶ୍ର, ଭାନୁମତୀ ମାଠିଆ, ଲିପିକା ବେହେରା, ସସ୍ମିତା ପଣ୍ଡା ଶିବିରରେ ବକ୍ତବ୍ୟ ରଖିଥିଲେ । ଭଦ୍ରକ ଶ୍ରୀ ସତ୍ୟସାଇ ବିଦ୍ୟାବିହାରର ସଂଯୋଜକ ପାର୍ଥସାରଥୀ ନାୟକ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ତିହିଡି ସତ୍ୟସାଇ ସେବା ସମିତିର ଆବାହକ ସଞ୍ଜୟ ମହାପାତ୍ର ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ । ତିହିଡି ସେବା ସମିତି, ପୀରହାଟ ଭଜନ ମଣ୍ଡଳୀ, ସାହାପୁର ସେବା ଗ୍ରୁପ, ସୟା, ମହରମପୁର, ମଙ୍ଗଳପୁର, ଲକ୍ଷ୍ମୀପ୍ରସାଦ ସେବା ଗ୍ରୁପରୁ ସକ୍ରିୟ ସଦସ୍ୟ ମାନେ ଏଥିରେ ଅଂଶଗ୍ରହଣ କରିଥିଲେ । ତିହିଡି ସମିତିର କର୍ମୀ ହିମାଂଶୁ ଭଟ୍ଟାଚାର୍ଯ୍ୟ, ଦେବକିଶୋର ଦାସ, ପ୍ରଭାତ ରାଉଳ, ନିରାକାର ପ୍ରଧାନ, ରମାକାନ୍ତ ନାଥ, ରାଜୁ ଜେନା, ଏଲି ଭଟ୍ଟାଚାର୍ଯ୍ୟ ଓ ମଞ୍ଜୁଳା ବାରିକ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।
