Odisha news

ତିହିଡି ବ୍ଲକ ପ୍ରଶାସନ ପକ୍ଷରୁ ସମ୍ଭାବ୍ୟ ବନ୍ୟା ସ୍ଥିତି ଅନୁଧ୍ୟାନ

0

ତିହିଡି, ୦୨/୦୭(ଯଦୁମଣି ପାଣିଗ୍ରାହୀ): ଲଘୁଚାପ ଜନିତ ଳଗାଣ ବର୍ଷା ଯୋଗୁଁ ତିହିଡି ବ୍ଳକର ତଳିଆ ପଞ୍ଚାୟତ ଗୁଡିକରେ ଜଳ ନିଷ୍କାସନ ହୋଇ ନପାରି ସମ୍ଭାବ୍ୟ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଏହିସବୁ ପଞ୍ଚାୟତ ଦେଇ ପ୍ରବାହିତ ନଈ ଗୁଡିକରେ ଜଳସ୍ତର ସାମାନ୍ୟ ବୃଦ୍ଧି ପାଇଥିବା ପରିଲକ୍ଷିତ ହୋଇଛି । ତେବେ ତିହିଡି ବ୍ଲକ ପ୍ରଶାସନ ପକ୍ଷରୁ ଆଜି ତଳଗୋପବିନ୍ଧା ପଞ୍ଚାୟତର ତଳିଆ ଗାଁ ତଳଗୋପ, ଖଟୁଆସାହି ଓ ମିରିପୁର ଠାରେ ସାଳନ୍ଦୀ ଓ ନାଳିଆ ନଈର ବନ୍ୟାଜଳର ପ୍ରଭାବ ଅନୁଧ୍ୟାନ କରାଯାଇଛି । ବିଡିଓ ନିରଞ୍ଜନ ବାରିକ, ଅତିରିକ୍ତ ତହସିଲଦାର ନମିତା ଧଳଙ୍କ ସହିତ ସରପଞ୍ଚ ସଞ୍ଜିବ ବେହେରା ଓ ଗ୍ରାମବାସୀମାନେ ଉପସ୍ଥିତ ରହି ସ୍ଥିତି ଅନୁଧ୍ୟାନ କରିଥିବା ଜଣାଯାଇଛି ।

Nalco
Leave A Reply