Odisha news

ଶ୍ୟାମସୁନ୍ଦରପୁର ପଞ୍ଚାୟତକୁ ତିହିଡି ଥାନା ଅଧିନରେ ରଖିବାକୁ ଦାବି

0

ତିହିଡି, ୦୧/୦୭(ଯଦୁମଣି ପାଣିଗ୍ରାହୀ): ତିହିଡି ବ୍ଳକ ଅନ୍ତର୍ଗତ ଶ୍ୟାମସୁନ୍ଦରପୁର ପଞ୍ଚାୟତକୁ ତିହିଡି ଥାନା ଅଧିନରେ ରଖିବାକୁ ପଞ୍ଚାୟତବାସୀ ଭଦ୍ରକ ଏସପି ମନୋଜ କୁମାର ରାଉତଙ୍କ ଠାରେ ଦାବି ଜଣାଇଛନ୍ତି । ସେମାନଙ୍କ ଅଭିଯୋଗ ଅନୁସାରେ ଏହି ପଞ୍ଚାୟତଟି ସଂପ୍ରତି ପୀରହାଟ ଥାନା ଅଧିନରେ ରହିଛି ଯାହାକି ସେମାନଙ୍କ ପଞ୍ଚାୟତ ଠାରୁ ପ୍ରାୟ ୩୦ କିମି ଦୂର ଅଟେ । ଯେଉଁଥିପାଇଁ ପଞ୍ଚାୟତ ବାସୀ ପୋଲିସ ଠାରୁ ଆବଶ୍ୟକ ସ୍ଥଳେ ସଠିକ ସହାୟତା ଓ ନିରାପତ୍ତା ପାଇବାକୁ ସକ୍ଷମ ହୋଇ ପାରୁନାହାନ୍ତି । ଅନ୍ୟପକ୍ଷେ ସାଧାରଣ ଲୋକଟିଏ ନିଜ ସମସ୍ୟା ନେଇ ପୀରହାଟ ଥାନାକୁ ଯିବାଦ୍ୱାରା ଉଭୟ ଆର୍ଥିକ ଓ ମାନସିକ ଭାବେ ଶୋଷଣର ଶିକାର ହେବାକୁ ପଡୁଛି । ସେହିପରି ଗାଡି ଓ ଆବଶ୍ୟକ ପୋଲିସ କର୍ମଚାରୀଙ୍କ ଅଭାବ ଦର୍ଶାଇ ପୀରହାଟ ପୋଲିସ ଘଟଣାସ୍ଥଳକୁ ଆସିବାକୁ ଅନେକ ସମୟରେ ଅନିଚ୍ଛା ପ୍ରକାଶ କରୁଥିବା ପଞ୍ଚାୟତବାସୀ ଅଭିଯୋଗ କରିବା ସହ ଏହାକୁ ଗୁରୁତର ସହ ଗ୍ରହଣ କରି ଶ୍ୟାମସୁନ୍ଦରପୁର ପଞ୍ଚାୟତକୁ ତିହିଡି ଥାନା ଅଧିନରେ ରଖିବାକୁ ସରପଞ୍ଚ ପବିତ୍ରମୋହନ ମଳିକ, ଶରତଚନ୍ଦ୍ର ଦାସ, ରମେଶ ଚନ୍ଦ୍ର ରାଉତ, ସୁରେନ୍ଦ୍ର ନାୟକ, ଶରତ ନାୟକ, ନରୋତ୍ତମ ମଳିକ, ଯୁଗଳକିଶୋର ମଳିକ, ରାମଚନ୍ଦ୍ର ଦାସ, ସୁବାସ ସେଠୀ ଓ କାଳନ୍ଦୀ ମଳିକ ପ୍ରମୁଖ ଶତାଧିକ ଲୋକ ଦାବି କରିଛନ୍ତି ।

Leave A Reply