Odisha news

ବରପୁତ୍ର ଐତିହ୍ୟ ଗ୍ରାମ ଯୋଜନାରେ ସାମିଲ ହେଲା ତାଳପଦା

0

ତିହିଡି, ୨୦/୦୬(ଯଦୁମଣି ପାଣିଗ୍ରାହୀ): ‘ବନେ୍ଦ ଉକ୍ରଳ ଜନନୀ’ ଭଳିି କାଳଜୟୀ ସଙ୍ଗୀତର ରଚୟିତା କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ସମ୍ମାନାର୍ଥେ ତାଙ୍କ ପୈତୃକ ଗାଁ ତିହିଡି ବ୍ଲକ ଅଧୀନ ତାଳପଦାକୁ ବରପୁତ୍ର ଐତିହ୍ୟ ଗ୍ରାମ ଯୋଜନାରେ ସାମିଲ କରାଯାଇଛି । ଆଜି ଅପରାହ୍ଣରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭୁବନେଶ୍ୱରରୁ ଭିଡିଓ କନଫେରେନ୍ସିଂ ମାଧ୍ୟମରେ ଏହି ଘୋଷଣା କରିଛନ୍ତି । ଯାହାକୁ ଏଲଇଡି ମାଧ୍ୟମରେ ସର୍ବସାଧାରଣଙ୍କ ସମ୍ମୁଖରେ ପ୍ରଦର୍ଶିତ କରାଯାଇଥିଲା । ଯାହାକୁ ନେଇ ତାଳପଦା ସମେତ ତିହିଡି ଅଞ୍ଚଳରେ ଆନନ୍ଦ ପ୍ରକାଶ ପାଇଛି । ଆଜିର ଏହି କାର୍ଯ୍ୟକ୍ରମରେ ଜିଲ୍ଲା କଲଚୁରାଲ ଅଫିସର ତନୁଜା ସିର୍କା, ଚାନ୍ଦବାଲି ତହସିଲଦାର ଭବତୋଷ ମଲ୍ଲିକ, ତିହିଡି ତହସିଲଦାର ଜୟଦ୍ରଥ ଆଚାର୍ଯ୍ୟ, ବିଡିଓ ନିରଞ୍ଜନ ବାରିକ, ବ୍ଲକ ଅଧ୍ୟକ୍ଷା ଅବନ୍ତୀ ଦାସ, ସିଡିଓ ଶୁଭେନ୍ଦୁ ସାମଲ, ବରିଷ୍ଠ ବିଜେପି ନେତା କବି ଦୀନବନ୍ଧୁ ପତି, କାନ୍ତକବି ସ୍ମୃତି ପରିଷଦର ସଭାପତି ଚିନ୍ତାମଣି ଦାସ, ସମ୍ପାଦକ ତଥା କାନ୍ତକବିଙ୍କ ନାତି ବାଣୀକଲ୍ୟାଣ ମହାପାତ୍ର, ନାମକଲ୍ୟାଣ ମହାପାତ୍ର ପ୍ରମୁଖଙ୍କ ସମେତ ତାଳପଦା ପଞ୍ଚାୟତର ବହୁ ପୁରୁଷ ଓ ମହିଳା ଉପସ୍ଥିତ ଥିଲେ ।

Leave A Reply