Odisha news

ବ୍ଲକ ସ୍ଥରୀୟ ସୁଭଦ୍ରା ଶକ୍ତି ପାରମ୍ପରିକ ଖାଦ୍ୟ ପ୍ରସ୍ତୁତି ପ୍ରତିଯୋଗିତା

0

ତିହିଡି, ୦୪ା୦୬(ଯଦୁମଣି ପାଣିଗ୍ରାହୀ) : ତିହିଡି ବ୍ଲକ ପରିସରରେ ମଙ୍ଗଳବାର ସୁଭଦ୍ରା ଶକ୍ତି ବ୍ଲକ ସ୍ତରୀୟ ପାରମ୍ପରିକ ଖାଦ୍ୟ ପ୍ରସ୍ତୁତି ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରତିଯୋଗିତାକୁ ବିଡିଓ ନିରଞ୍ଜନ ବାରିକ ଉଦ୍ଘାଟନ କରିଥିଲେ । ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିବାକୁ ଯୋଗ୍ୟ ୨୫ଟି ସ୍ୱୟଂସହାୟକ ଗୋଷ୍ଠୀ ମଧ୍ୟରୁ ୨୩ଟି ଗୋଷ୍ଠୀ ଅଂଶ ଗ୍ରହଣ କରିଥିଲେ । ସେମାନେ ବିଭିନ୍ନ ପ୍ରକାର ପାରମ୍ପରିକ ଖାଦ୍ୟ ପ୍ରସ୍ତୁତ କରିଥିଲେ । ପ୍ରତିଯୋଗିତାରେ ବିଚାରକ ଭାବେ ବିଏନଏମଏ କଲେଜର ଗୃହବିଜ୍ଞାନ ଅଧ୍ୟାପିକା ହୀରକଲତା ଦାସ, ତିହିଡି ସିଡିପିଓ ସବିତା ବେହେରା ଓ ଏବିଡିଓ ମାନସ କୁମାର ଯେନା ଯୋଗ ଦେଇଥିଲେ । ପ୍ରତିଯୋଗିତାରେ ଫତେପୁର ରଘୁନାଥ ସ୍ୱୟଂସହାୟକ ଗୋଷ୍ଠୀ ପ୍ରଥମ ହୋଇଥିବା ବେଳେ ସିନେ୍ଦାଳ ମା’ଜଞାଳି ସ୍ୱୟଂସହାୟକ ଗୋଷ୍ଠୀ ଦ୍ୱିତୀୟ ହୋଇଥିଲେ । ପ୍ରତିଯୋଗିତାେରେ ଅଂଶଗ୍ରହଣ କରିଥିବା ସମସ୍ତଙ୍କୁ ପ୍ରମାଣପତ୍ର ପ୍ର୍ଦାନ କରାଯାଇଥିବା ବେେଳେ ପ୍ରଥମ ଓ ଦ୍ୱିତୀୟ ହୋଇଥିବା ଗୋଷ୍ଠୀ ଜିଲ୍ଲାସ୍ତରୀୟ ପ୍ରତିଯୋଗିତାକୁ ମନୋନୀତ ହୋଇଛନ୍ତି । ସମସ୍ତ କାର୍ଯ୍ୟକ୍ରମକୁ ବିପିଏମ ରଶ୍ମିତା ବେହେରା ଓ ତାଙ୍କ ସହଯୋଗୀ ମାନେ ପରିଚାଳନା କରିଥିଲେ ।

Leave A Reply