Odisha news

ଭାଟପଡା ଭଗବତୀ ମା’ ତାରିଣୀଙ୍କର ବାର୍ଷିକୋତ୍ସବ

0

ତିହିଡି,୧୩/୦୪(ଯଦୁମଣି ପାଣିଗ୍ରାହୀ): ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ପବିତ୍ର ପଣାସଂକ୍ରାନ୍ତି ଅବସରରେ ତିହିଡି ବ୍ଲକ ଅନ୍ତର୍ଗତ ଭାଟପଡା ପଞ୍ଚାୟତର ଭାଟପଡାସ୍ଥିତ ଭଗବତୀ ମା’ ତାରିଣୀଙ୍କର ୫ ଦିନ ବ୍ୟାପୀ ବାର୍ଷିକୋତ୍ସବ ଗତ ୧୧ ତାରିଖରୁ ଆରମ୍ଭ ହୋଇଛି ଓ ଏହା ଆସନ୍ତା ୧୫ ତାରିଖରେ ଶେଷ ହେବ । ଗତ ୧୧ ତାରିଖ ଦିନ ଏଠାରେ ନାମ ସଂକୀର୍ତ୍ତନ ଉତ୍ସବ ଅନୁଷ୍ଠିତ ହୋଇଥିବା ବେଳେ ୧୨ ତାରିଖରୁ ଆରମ୍ଭ ହୋଇଥିବା ବିଶ୍ୱକଲ୍ୟାଣ ମହାଯଜ୍ଞର ପୂର୍ଣ୍ଣାହୂତି କାର୍ଯ୍ୟକ୍ରମ ୧୪ ତାରିଖ ସନ୍ଧ୍ୟାରେ ଅନୁଷ୍ଠିତ ହେବ । ସେହିପରି ୧୫ ତାରିଖ ଦିନ ମା’ଙ୍କ ପୀଠରେ ପାଟୁଆ ମେଳନ ଅନୁଷ୍ଠିତ ହେବ । ୧୨ ତାରିଖ ସନ୍ଧ୍ୟାରେ ପୀଠରେ ଭଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ୧୩ ଓ ୧୪ ତାରିଖ ଦୁଇଦିନ ଧରି ରାଜ୍ୟ ସଂସ୍କୃତି ବିଭାଗ ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି । ଏହି ବାର୍ଷିକୋତ୍ସବ ଅବସରରେ ଆଖପାଖ ଅଞ୍ଚଳରୁ ମା’ଙ୍କ ପୀଠକୁ ଆସୁଥିବା ହଜାର ହଜାର ଶ୍ରଦ୍ଧାଳୁଙ୍କ ଲାଗି ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିବା ମା’ଙ୍କ ପୀଠର ପୂଜକ ଦୀନବନ୍ଧୁ ବେହେରା ପ୍ରକାଶ କରିଛନ୍ତି । ଏହି କାର୍ଯ୍ୟକ୍ରମକୁ ଭଗବତୀ ମା’ତାରିଣୀ ପୂଜା କମିଟିର ସମସ୍ତ କର୍ମକର୍ତ୍ତା ମାନେ ପରିଚାଳନା କରୁଥିବା ଜଣାଯାଇଛି ।

Nalco
Leave A Reply