ତିହିଡି,୩୦/୦୩(ଯଦୁମଣି ପାଣିଗ୍ରାହୀ): ତିହିଡି ବ୍ଲକ ପକ୍ଷରୁ ଆଜି ୨ ଜଣ ଦିବ୍ୟାଙ୍ଗଙ୍କୁ ଉପକରଣ ବଣ୍ଟନ କରାଯାଇଛି । ବାରସର ପଞ୍ଚାୟତର ଶାନ୍ତିଲତା ବିଶ୍ୱାଳଙ୍କୁ ହୁଇଲ ଚେୟାର ପ୍ରଦାନ କରାଯାଇଥିବା ବେଳେ ତଳଗୋପବିନ୍ଧା ପଞ୍ଚାୟତର ସୁରଥ ଜେନାଙ୍କୁ ଟ୍ରାଇ ସାଇକେଲ ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ବିଡିଓ ନିରଞ୍ଜନ ବାରିକ, ବ୍ଲକ ଅଧ୍ୟକ୍ଷା ଅବନ୍ତୀ ଦାସଙ୍କ ସମେତ ବ୍ଲକର ଅନ୍ୟ ଅଧିକାରୀ ଗଣ ଓ ବିଭିନ୍ନ ପଞ୍ଚାୟତର ସରପଞ୍ଚ ଓ ସମିତିସଭ୍ୟ ମାନେ ଉପସ୍ଥିତ ଥିଲେ ।