ତିହିଡି,୨୪/୦୨(ଯଦୁମଣି ପାଣିଗ୍ରାହୀ): ତିହିଡି ବ୍ଲକରେ ଆଜି ଜିଲ୍ଲାପାଳଙ୍କ ମିଳିତ ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ବିଭିନ୍ନ ପ୍ରକାର ମୋଟ ୧୧୭ଟି ଅଭିଯୋଗ ଆଗତ ହୋଇଥିଲା । ଏଥିମଧ୍ୟରୁ ୮୬ଟି ବ୍ୟକ୍ତିଗତ, ୨୬ଟି ଗ୍ରାମ୍ୟ ସମସ୍ୟା ସମ୍ଭନ୍ଧୀୟ ଓ ୫ଟି ରେଡକ୍ରସ ସମ୍ଭନ୍ଧୀୟ ଥିଲା । ୨୮ଟି ଅଭିଯୋଗର ତତ୍କାଳ ସମାଧାନ କରାଯାଇଥିଲା । ସେହିପରି ରେଡକ୍ରସ ସମ୍ଭନ୍ଧୀୟ ୫ ଜଣ ଆବେଦନକାରୀଙ୍କୁ ୩୧ ହଜାର ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯିବାକୁ ଜିଲ୍ଲାପାଳ ଅନୁମୋଦନ କରିଥିଲେ । ଏହି ଶିବରରେ ଜିଲ୍ଲାପାଳ ଦିଲ୍ଲୀପ ରାଉତରାଏ, ଆରକ୍ଷୀ ଅଧିକ୍ଷକ ମାଡକର ସନ୍ଦୀପ ସମ୍ପତ, ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ସରୋଜ କୁମାର ଦତ୍ତ, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା. ସୁଧାଂଶୁ ଶେଖର ବଳ, ତିହିଡି ବ୍ଲକ ଅଧ୍ୟକ୍ଷା ଅବନ୍ତୀ ଦାସ, ତହସିଲଦାର ଜୟଦ୍ରଥ ଆଚାର୍ଯ୍ୟ, ପ୍ରାକ୍ତନ ବିଡିଓ ଜ୍ୟୋତିର୍ମୟ କର ଏବଂ ନୂତନ ଭାବେ ଯୋଗ ଦେଇଥିବା ବିଡିଓ ନିରଞ୍ଜନ ବାରିକ ପ୍ରମୁଖଙ୍କ ଅନ୍ୟ ଅଧିକାରୀ ମାନେ ଏହି ଶିବିରରେ ଉପସ୍ଥିତ ରହି ଅଭିଯୋଗ ଶୁଣିଥିଲେ ।