Odisha news

ଆରସା ସରକାରୀ ହାଇସ୍କୁଲର ସୁବର୍ଣ୍ଣ ଜୟନ୍ତୀ ସମାରୋହର ୨ୟ ଦିବସ ପାଳିତ

0

ତିହିଡି,୧୧/୦୧(ଯଦୁମଣି ପାଣିଗ୍ରାହୀ): ତିହିଡି ବ୍ଲକ, ମୁକୁନ୍ଦପୁର ପଞ୍ଚାୟତ ଅଧିନ ଆରସା ସରକାରୀ ହାଇସ୍କୁଲର ୩ଦିନ ବ୍ୟାପୀ ପାଳିତ ହେବାକୁ ଥିବା ସୁବର୍ଣ୍ଣ ଜୟନ୍ତୀ ସମାରୋହର ୨ୟ ଦିବସର ପ୍ରଥମ ଅଧିବେଶନରେ ସ୍କୁଲ ପରିଚାଳନା କମିଟିର ସଭାପତି ରାଜେଶ କୁମାର ଭୋଇ ଅଧ୍ୟକ୍ଷତା କରିଥିବା ବେଳେ ମୁଖ୍ୟଅତିଥି ଭାବେ ପ୍ରାକ୍ତନ ସାଂସଦ ଖାରବେଳ ସ୍ୱାଇଁ, ସମ୍ମାନୀତ ଅତିଥି ଭାବେ ବିଡିଓ ଜ୍ୟେତିର୍ମୟ କର ଓ ତିହିଡି ଅଗ୍ନି ନିର୍ବାପନ ଅଧିକାରୀ ଅନନ୍ତ ପ୍ରସାଦ ବେହେରା ଯୋଗ ଦେଇଥିଲେ । ସୁବର୍ଣ୍ଣ ଜୟନ୍ତୀ କମିଟିର ସମ୍ପାଦକ ସୁଶାନ୍ତ କୁମାର ବାରିକ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ କମିଟିର କାର୍ଯ୍ୟକାରୀ ସଦସ୍ୟ ସୁଧାଂଶୁ ଶେଖର ନାୟକ ଧନ୍ୟବାଦ ଅର୍ପଣ କରିଥିଲେ । ଶିକ୍ଷକ ଦୀନବନ୍ଧୁ ମିଶ୍ର ବେଦପାଠ କରିଥିବା ବେଳେ ହାଇସ୍କୁଲର ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ସ୍ୱାଗତ ସଙ୍ଗୀତ ପରିବେଷଣ ଓ ଅତିଥିମାନଙ୍କୁ ଉତ୍ତରୀୟ ଓ ଚାରାଗଛ ପ୍ରଦାନ କରାଯାଇଥିଲା । ମିଡିଆ ସଂଯୋଜକ ତ୍ରିଲୋଚନ ଗୌତମ, କ୍ଷମାମୟ ପାଣ୍ଡବ, ହେମନ୍ତ ମହାନ୍ତି, ମଳୟ ନାୟକ, ଉମାକାନ୍ତ ଦାସ, ଅଜୟ ରାଉତ, ରତିକାନ୍ତ ଦାସ, ଧୀରେନ୍ଦ୍ର ସାହୁ, ସୁମନ୍ତ ମହାନ୍ତି, ରାଜେନ୍ଦ୍ର ପଣ୍ଡା ଓ ଲକ୍ଷ୍ମୀକାନ୍ତ ମହାନ୍ତି ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ସେହିପରି ୨ୟ ଅଧିବେଶନରେ ଓଡିଶା ବିଧାନସଭାର ବାଚସ୍ପତି ସୁରମା ପାଢୀ, ଉଚ୍ଚ ଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ, ସାଂସଦ ଅଭିମନୁ୍ୟ ସେଠୀ, ବିଧାୟକ ସୀତାଂଶୁ ମହାପାତ୍ର, ହାସ୍ୟାଭିନେତା ହରିହର ମହାପାତ୍ର ଓ ଅଭିନେତ୍ରୀ ବିଦୁସ୍ମିତା ଦାଶମନ୍ତ୍ରୀ ପ୍ରମୁଖ ଯୋଗଦେବାର କାର୍ଯ୍ୟକ୍ରମ ରହିଛି ।

Nalco
Leave A Reply