ତିହିଡି,୨୭/୧୨(ଯଦୁମଣି ପାଣିଗ୍ରାହୀ): ଷଣ୍ଢ ଚାଲାଣକାରୀ ଓ ସେମାନଙ୍କ ସହଯୋଗୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଛି । ହିନ୍ଦୁ ଧର୍ମରେ ଷଣ୍ଢକୁ ଦେବତା ଭାବେ ପୂଜା କରାଯାଇଥାଏ । ପରିବାରର ସୁଖଶାନ୍ତି ପାଇଁ ମାନସିକଧାରୀମାନେ ଷଣ୍ଢ ଛାଡିଥାନ୍ତି । ମାତ୍ର ଏହାକୁ ଏକ ନିଦ୍ଦିଷ୍ଟ ସଂପ୍ରଦାୟର ଲୋକେ ମନ୍ଦ ଉଦେ୍ଦଶ୍ୟରେ ବାହାରକୁ ଚାଲାଣ କରିଥାନ୍ତି । ବିନା ମୁଲ୍ୟରେ ରାସ୍ତାଘାଟରୁ ଧରିନେଇ ବାହାରକୁ ଚାଲାଣ କରିବାକୁ ସୁବିଧା ହେଉଥିବା ଏହାର ମୂଳ କାରଣ । ଗୋଚାଲାଣକୁ ନେଇ ରାଜ୍ୟ ସରକାରୀ କଡ୍ଡା ପଦକ୍ଷେପ ଗ୍ରହଣ କରୁଥିବା ବେଳେ କିଛିଦିନ ହେବ ଗୋ-ହତ୍ୟା ମଧ୍ୟ ସମ୍ପୂର୍ଣ୍ଣ ନିଷିଦ୍ଧ କରାଯାଇଛି । ତେବେ ପୋଲିସ ଆଖିରେ ଧୂଳିଦେଇ ମାଫିଆମାନେ ଗୋ·ଲାଣ କରୁଛନ୍ତି ଏବଂ ଅଧିକାଂଶ ସ୍ଥଳରେ ଷଣ୍ଢ ଚାଲାଣ କରାଯାଉଥିବା ଘଟଣା ପଦାକୁ ଆସୁଛି । ଚଳିତ ମାସ ୨୩ ତାରିଖ ବିଳମ୍ବିତ ରାତିରେ ପୀରହାଟ ପୋଲିସ ସ୍ଥାନୀୟ ସାହାପୁର ପଞ୍ଚାୟତ ଅଧିନ ଜାଫରାବାଦରୁ ଚାଲାଣ କରାଯାଉଥିବା ୫ଟି ଷଣ୍ଢ ଉଦ୍ଧାର କରିବା ସହିତ ୨ ଜଣଙ୍କୁ ଗିରଫ୍ କରିଥିଲା । ଅଭିଯୁକ୍ତମାନେ ମତୋ ଅଞ୍ଚଳର ବୋଲି ପୋଲିସ ସୂତ୍ରରୁ ସୂଚନା ମିଳିଥିବା ବେଳେ ଏଥିରେ ସ୍ଥାନୀୟ ଲୋକଙ୍କ ସହଯୋଗ ରହିଥିବା ସନେ୍ଦହ କରାଯାଉଛି । ସେହିପରି ଗତ ଅକ୍ଟୋବର ମାସ ୧୯ ତାରିଖ ରାତିରେ ସ୍ଥାନୀୟ ଦରପୁର ରାସ୍ତାରେ ୬ଟି ଷଣ୍ଢକୁ ଚାଲାଣ କରାଯାଉଥିବା ବେଳେ ପୋଲିସ ଧରିବାରେ ସକ୍ଷମ ହୋଇଥିଲା । ଘଟଣା ସ୍ଥଳରୁ ୩ ଜଣଙ୍କୁ ଗିରଫ୍ କରିବା ସହିତ ବ୍ୟବହୃତ ପିକ୍ଅପ ଭ୍ୟାନ୍ ଏବଂ ଏସକର୍ଟ ଯୋଗାଉଥିବା ଏକ ଜାଇଲୋ କାର୍ ଓ ଏକ ବାଇକ୍କୁ ଜବତ୍ କରିଥିଲା । ସେହିପରି ଚଳିତ ମାସ ୧୧ ତାରିଖ ବିଳମ୍ବିତ ରାତିରେ ସ୍ଥାନୀୟ ପୁରୁଣା ବଜାରସ୍ଥିତ ମୁସଲମାନ ବସ୍ତିରୁ ଏକ ଗୋରୁ ବୋଝେଇ ପିକ୍ଅପ ଭ୍ୟାନକୁ ଜବତ୍ କରିଥିଲା ପୋଲିସ । ଗାଡିରେ ଅତି ଶୋଚନୀୟ ଓ ମୁମୂର୍ଷ ଅବସ୍ଥାରେ ୩ଟି ଷଣ୍ଢ ସମେତ ୧୯ଟି ଗୋରୁଙ୍କୁ ଉଦ୍ଧାର କରାଯାଇଥିଲା । ସରକାରଙ୍କ ପକ୍ଷରୁ ଷଣ୍ଢଗୁଡିକୁ ସୁରକ୍ଷିତଭାବେ ଗୋଶାଳାରେ ରଖିବାର ବ୍ୟବସ୍ଥା କରାଗଲେ ଏପରି ସମସ୍ୟା ଦେଖା ଦିଅନ୍ତା ନାହିଁ ବୋଲି ସାଧାରଣରେ ମତପ୍ରକାଶ ପାଇଛି ।