Odisha news

ବେଆଇନ୍ ମାଟି ଉଠାଣ ଘଟଣାରେ ତହସିଲଦାରଙ୍କ ତଦନ୍ତ ବେଳେ ଯୁବକଙ୍କୁ ଆକ୍ରମଣ

0

ତିହିଡି,୨୧/୧୨(ଯଦୁମଣି ପାଣିଗ୍ରାହୀ): ତିହିଡି ତହସିଲ ବାରସର ପଞ୍ଚାୟତ ଅଧିନ ମୁଟୁରିଗଡରେ ଗୋଚର ଜମର ବେଆଇନ୍ ମାଟି ଉଠାଣକୁ ନେଇ ଗ୍ରାମବାସୀଙ୍କ ପକ୍ଷରୁ ଅଭିଯୋଗ ହୋଇଥିଲା । ତେବେ ତହସିଲଦାରଙ୍କ କ୍ଷେତ୍ରୀୟ ତଦନ୍ତ ବେଳେ ଜଣେ ଯୁବକଙ୍କୁ ଆକ୍ରମଣ ଓ ଜୀବନରୁ ମାରିଦେବାକୁ ଧମକ ଦିଆଯାଇଥିବା ଥାନାରେ ଅଭିଯୋଗ ହୋଇଛି । ସୂଚନା ମୁତାବକ,ଏହା ନିକଟରେ ପ୍ରବାହିତ ଗେଙ୍ଗୁଟି ନଦୀରେ ଗ୍ରାମ୍ୟ ଉନ୍ନୟନ ପକ୍ଷରୁ ଏକ ପୋଲ ନିର୍ମାଣ ହେଉଛି । ତେବେ ଗ୍ର୍ାମ ନିକଟସ୍ଥ ଗୋଚର ଜମିରୁ ସଂପୃକ୍ତ ଠିକାଦାର ମେସିନ୍ ଲଗାଇ ମାଟି ଉଠାଉଥିବା ଏବଂ ପୋଖରୀ ଖୋଳୁଥିବା ନେଇ ଗତ କିଛିଦିନ ତଳେ ତହସିଲଦାରଙ୍କ ନିକଟରେ ଅଭିଯୋଗ ହୋଇଥିଲା । ଏନେଇ ସଂପୃକ୍ତ ରାଜସ୍ୱ ନିରୀକ୍ଷକ ସର୍ଜମିନ ତଦନ୍ତ କରିବା ସହିତ ମାଟି ଉଠାଣ କାର୍ଯ୍ୟ ବନ୍ଦ କରିଥିଲେ ମଧ୍ୟ ଅଭିଯୁକ୍ତମାନେ ମାନି ନଥିଲେ । ଏହି ଘଟଣାକୁ ନେଇ ଗ୍ରାମବାସୀ ପୁନଶ୍ଚ ତହସିଲଦାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ତେବେ ଘଟଣାର ତଦନ୍ତ କରିବା ଲାଗି ତହସିଲଦାର ଘଟଣା ସ୍ଥଳକୁ ଯାଇଥିଲେ । ସେ ମଧ୍ୟ ମାଟି ଖୋଳିବାକୁ ମନା କରିଥିଲେ । ଏହି ସମୟରେ ଉପସ୍ଥିତ ଥିବା ଗ୍ରାମବାସୀଙ୍କ ମଧ୍ୟରୁ ଅନିଲ ରାଉତଙ୍କୁ ସ୍ଥାନୀୟ ୨ ଜଣ ରାଜନୈତିକ ପ୍ରଭାବଶାଳୀ ବ୍ୟକ୍ତି ହଠାତ୍ ଦୌଡି ଆସି ଧକ୍କା ମାରିବା ସହିତ ଜୀବନରୁ ମାରିଦେବାକୁ ଧମକ ଦେଇଥିଲେ । କେବଳ ସେତିକି ନୁହେଁ ଅଭିଯୁକ୍ତମାନଙ୍କର ୧୦ରୁ ୨୦ ଜଣ ସମର୍ଥକ ଅନିଲଙ୍କୁ ଘେରିଯାଇ ନାନାଦି ଧମକ ଚମକ ଦେଇଥିବା ପୀରହାଟ ଥାନାରେ ଏତଲା ଦେଇଛନ୍ତି ଅନିଲ । ଏହାର ତଦନ୍ତ କରି ଅଭିଯୁକ୍ତମାନଙ୍କ ବିରୋଧରେ ବିହିତ ପଦକ୍ଷେପ ଗ୍ରହଣ କରିବାକୁ ସେ ନିବେଦନ କରିଛନ୍ତି । ଅନ୍ୟପଟେ ସରକାରୀ ତଥା ଗୋଚର ଜମିରୁ ବେଆଇନ୍ ଭାବେ ମାଟି ଖୋଳା ଯାଇଛି ଯାହା ପୋଖରୀ ପରି ଦୃଶ୍ୟମାନ ହେଉଛି ଏବଂ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ତହସିଲଦାର ଜୟଦ୍ରଥ ଆ·ର୍ଯ୍ୟ କହିଛନ୍ତି ।

Leave A Reply