Odisha news

ମାଫିଆଙ୍କୁ ମାଫ୍ କାହା ସ୍ୱାର୍ଥରେ! ପୀରହାଟ ପୋଲିସ ବିରୋଧରେ ଏସପିଙ୍କ ନିକଟରେ ଫେରାଦ୍

0

ତିହିଡି, ୦୨.୧୨(ଯଦୁମଣି ପାଣିଗ୍ରାହୀ): ମାଫିଆଙ୍କୁ ମାଫ୍ କାହା ସ୍ୱାର୍ଥରେ । ଆର୍ଥିକ କ୍ଷେତ୍ରରେ ପୂର୍ବରୁ ସାଧାରଣ ଜୀବନ ଯାପନ କରୁଥିବା ଜଣେ ଯୁବକ ସଂପ୍ରତି କୋଟିପତି । ଏହାର ମୂଳ ରହସ୍ୟ ହେଉଛି ଚୋରା କୋଇଲା ବେପାର । ପୋଲିସ ସହ ସଲାସୁତୁରାରେ ସେ ଚୋରା କାରବାର କରୁଛି ଏବଂ ପୋଲିସ ଧରୁନଥିବାରୁ ଛାତି ଫୁଲେଇ ·ଲୁଛି । ସଂପୃକ୍ତ ମାଫିଆଙ୍କ ଅର୍ଥଲୋଭରେ ବଶବର୍ତ୍ତୀ ହୋଇ ଗାଁର ଯୁବକ ସାଜିଲେଣି କୋଇଲା ଚୋର । ଏହି ଚୋରୀ ଏତେ ମାତ୍ରା ବୃଦ୍ଧି ପାଇଲା ଯେ ଶେଷକୁ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ରାତିଅଧିଆ ଚଢାଓ କରିବାକୁ ପଡିଲା । ଆଉ ଟ୍ରିପ୍ ଟ୍ରିପ୍ ଚୋରା କୋଇଲା ଗାଁ ମଧ୍ୟରୁ ଜବତ୍ ହେଲା । ଦୁଇ ଥାନାର ପୋଲିସ ଉପସ୍ଥିତିରେ ଟ୍ରାକ୍ଟରରେ ବୁହା ହେଲା ଚୋରା କୋଇଲା । ତେବେ କୌଣସି ଚୋର ଅଥାବା ମାପିଆଙ୍କୁ ଗିରଫ୍ କରାଯାଇନଥିବାରୁ ପୋଲିସ ବିରୋଧରେ କଟୁ ମନ୍ତବ୍ୟ ପ୍ରକାଶ ପାଇଆସୁଥିଲା । ତେବେ ଚୋର ନଧରିଲେ ପୋଲିସ ବଦନାମ ହେବା ଭୟରେ ସଂପୃକ୍ତ ମାଫିଆ ଜଣକ ଆଦମକାଇଦା କରି କେତେକ ନିରୀହ ଲୋକଙ୍କୁ ଗିରଫ୍ କରାଇଥିବା ଅଭିଯୋଗ କରିଛନ୍ତି ଭଦ୍ରକ ପୀରହାଟ ଥାନା ଅଧିନ ମଙ୍ଗଳପୁର ଗ୍ରାମର ୪ ଗିରଫ୍ ଅଭିଯୁ୍କ୍ତଙ୍କ ପରିବାର ଲୋକେ । ବିମଳା ଦାସ, ସବିତା ବେହେରା, ଗୀତାଞ୍ଜଳୀ ମହାଳିକ ଓ ବୈଶାଳୀ ମହାଳିକ ପ୍ରମୁଖ ସୋମବାର ମଧ୍ୟାହ୍ନରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କୁ ଭେଟି ପୀରହାଟ ପୋଲିସ ବିରୋଧରେ ଫେରାଦ୍ ହୋଇଛନ୍ତି । ବିନା ଦୋଷରେ ସେମାନଙ୍କ ସ୍ୱାମୀଙ୍କୁ ଗିରଫ୍ କରାଯାଇଥିବା ଅଭିଯୋଗ କରିଛନ୍ତି । ରବରିବାର ରାତିରେ ସେମାନେ ଘରେ ଶୋଇଥିବା ବେଳେ ହଠାତ୍ ପୋଲିସ ତାଙ୍କ ଦାଣ୍ଡ କବାଟ ବାଡେଇଥିଲେ । ଶୋଇବା ଘରେ ପଶି ସେମାନଙ୍କ ସ୍ୱାମୀ ମାନଙ୍କୁ ଟଣା ଘୋଷରା କରି ବଳପୂର୍ବକ ଗାଡିରେ ବସାଇବାକୁ ନେଉଥିଲେ । ଏହି ସମୟରେ କାହିଁକି ନେଉଛ ବୋଲି ପଚାରିବାରୁ ଏହି ମହିଳାମାନଙ୍କୁ ଅଶ୍ଳୀଳ ଭାଷା ପ୍ରୟୋଗ କରିବା ସହ ଆତ୍ମସମ୍ମାନ ହାନି ହେଲାପରି ବ୍ୟବହାର କରି ସେମାନଙ୍କ ସ୍ୱାମୀମାନଙ୍କୁ ଘୋଷାରି ଘୋଷାରି ଗାଡିରେ ବସାଇ ନେଇଯାଇଥିଲେ । ଚୋରା କୋଇଲା କାରବାର ସର୍ଦ୍ଦାର ତଥା ମାଫିଆ ଜଣକ ଦୀର୍ଘଦିନ ହେବ ଚଳନ୍ତା ରେଳରୁ କୋଇଲା ଚୋରମାନଙ୍କ ଦ୍ୱାରା ଟନ୍ ଟନ୍ କୋଇଲା କାଢି ବେପାର କରୁଛି । କୋଇଲା ଚୋରମାନଙ୍କୁ ଭିନ୍ନ ଭିନ୍ନ ଗୃପ୍ କରି ମଦ, ମାଂସ ଦେଇ ବିଭିନ୍ନ ଅସାମାଜିକ କାର୍ଯ୍ୟ କରୁଛି । ପୋଲିସ ବାବୁଙ୍କ ସହ ତାଙ୍କ ଉତ୍ତମ ସମ୍ପର୍କ ରହିଛି ଏବଂ ଏହାର ପ୍ରମାଣ ମଧ୍ୟ ରହିଛି । ମାଫିଆଙ୍କ ପରାମର୍ଶ କ୍ରମେ ପୋଲିସ ଏପରି ପଦକ୍ଷେପ ନେଇ ନିଜକୁ ନିଦେ୍ର୍ଦାଶ ସାବ୍ୟସ୍ଥ କରିବାକୁ ଭରପୁର ଉଦ୍ୟମ ଚଳାଉଛି । ଅଭିଯୋଗକୁ ତଦନ୍ତ କରି ସଂପୃକ୍ତ କୋଇଲା ଚୋରଙ୍କ ସର୍ଦ୍ଦାର ତଥା ମାଫିଆଙ୍କ ବିରୋଧରେ ଦୃଷ୍ଟାନ୍ତ ମୂଳକ ପଦକ୍ଷେପ ନେବାକୁ ଦାବି କରିଛନ୍ତି ।

Leave A Reply