Odisha news

ଭଗବାନ ଶ୍ରୀ ସତ୍ୟସାଇ ବାବାଙ୍କ ୯୯ତମ ଜନ୍ମୋତ୍ସବ ଓ ନିର୍ମଳ ଝର ଲୋକାର୍ପିତ

0

ତିହିଡି, ୨୩.୧୧: ଭଦ୍ରକ ଜିଲ୍ଲା ତିହିଡି ବ୍ଲକର ବିଭିନ୍ନ ସ୍ଥାନରେ ଭଗବାନ ଶ୍ରୀ ସତ୍ୟସାଇ ବାବାଙ୍କ ୯୯ତମ ଜନ୍ମ ଉତ୍ସବ ମହାଆଡମ୍ବର ସହକାରେ ପାଳିତ ହୋଇ ଯାଇଛି । ତିହିଡି ସତ୍ୟ ଫାଉଣ୍ଡେସନ ଆନୁକୂଲ୍ୟରେ ·ନ୍ଦବାଲି କାଳୀମନ୍ଦିର ଓ ତିହିଡି ସରକାରୀ ହାଇସ୍କୁଲ ପରିସରରେ ଶ୍ରୀ ସତ୍ୟସାଇ ସେବା ସଂଗଠନର ରାଜ୍ୟ ସଭାପତି ଡ. ସତ୍ୟସ୍ୱରୁପ ପଟ୍ଟନାୟକଙ୍କ କରକମଳରେ ୨ଟି ନିର୍ମଳ ଝର ଲୋକାର୍ପିତ ହୋଇଯାଇଛି । ସମ୍ମାନୀତ ଅତିଥିଭାବେ ଭଦ୍ରକ ଜିଲ୍ଲା ସଂଗଠନର ସଭାପତି ନକୁଳ ଚରଣ ଜେନା, ଜିଲ୍ଲା ସଂଯୋଜକ ପଙ୍କଜ ନାୟକ, ସତ୍ୟ ଫାଉଣ୍ଡେସନର ଟ୍ରଷ୍ଟି ପାର୍ଥସାରଥି ନାୟକ, ତିହିଡି ସମିତିର ଆବାହକ ଜିତେନ୍ଦ୍ର ବେହେରା ପ୍ରମୁଖ ଯୋଗ ଦେଇଥିଲେ । ଏହି ଅବସରରେ ମେଧାବୀ ଛାତ୍ର ଅଜୟ ପତି, ତୃପ୍ତିରେଖା ଭଞ୍ଜ ଓ ଗରିବ ରୋଗୀ ସୁନାରାଣୀ ପାଣିଗ୍ରାହୀଙ୍କୁ ସତ୍ୟ ଫାଉଣ୍ଡେସନ ତରଫରୁ ଆର୍ଥିକ ସହାୟତା ପ୍ରଦାନ କରାଯାଇଥିଲା । ତିହିଡି ସେବା ସମିତି ପକ୍ଷରୁ ପ୍ରେମ, ଭକ୍ତି ଓ ଶୃଙ୍ଖଳା ସହିତ ଏହି ଉତ୍ସବ ପାଳିତ ହୋଇ ଯାଇଛି । ସକାଳା ଔଁକାରମ, ନଗର ସଂକିର୍ତ୍ତତନ, ପ୍ରଶାନ୍ତି ଧ୍ୱଜା ଉତ୍ତୋଳନ, ତିହିଡି ଡାକ୍ତରଖାରେ ଅନ୍ତେବାସୀଙ୍କ ଫଳ ବଣ୍ଟନ, ଅନାଥ ଆଶ୍ରମରେ ମିଷ୍ଠାନ ବଣ୍ଟନ ଆଦି କରାଯାଇଥିଲା । ସେହିପରି ପୀରହାଟ, ସାହାପୁର, ଦୋହରାସାହି ଭଜନ ମଣ୍ଡଳୀରେ ଭଗବାନ ଶ୍ରୀ ସତ୍ୟସାଇ ବାବାଙ୍କ ୯୯ତମ ଜନ୍ମୋତ୍ସବ ଧୂମଧାମରେ ପାଳିତ ହୋଇଅଛି । ହିମାଂଶୁ ଭଟ୍ଟା·ର୍ଯ୍ୟ, ପ୍ରଭାତ କୁମାର ରାଉଳ, ଜୟକୃଷ୍ଣ ସେଠୀ, ରମାକାନ୍ତ ନାଥ, ପ୍ରହ୍ଲାଦ ବଳ, ଦେବଦର୍ଶନ ଦାସ, ବିଜୟ ନାୟକ, ସଞ୍ଜୟ ମହାପାତ୍ର ଓ ରବିନ୍ଦ୍ର ଦାସ ପ୍ରମୁଖ ସହଯୋଗ କରିଥିଲେ ।

Leave A Reply