ତିହିଡି,୦୯/୧୧(ଯଦୁମଣି ପାଣିଗ୍ରାହୀ): ତିହିଡି ବ୍ଲକ ଅନ୍ତର୍ଗତ ସିନେ୍ଦାଳ ପଞ୍ଚାୟତର ସନ୍ଥପୁରା ଗ୍ରାମର ସଂଖ୍ୟାଲଘୁ ସମ୍ପ୍ରଦାୟର ୪୦ରୁ ଉଦ୍ଧ୍ୱର୍ ପରିବାର କଂଗ୍ରେସ ଓ ବିଜେଡି ତ୍ୟାଗ କରି ବିଜେପିରେ ସାମିଲ ହୋଇଛନ୍ତି । ସଂଖ୍ୟାଲଘୁ ସମ୍ପ୍ରଦାୟର ଏସ.କେ ଇଲିୟାସ, ସୟଦ କାଲା, ସୟଦ ମଇରାଜ, ମୌସୁମ ଖାନ, ମଇରାଜ ଖାନ, ସୟଦ ସବାବ, ସୟଦ ମାମିବ, ଏସ.କେ ଜଲାଲ, ଏସ.କେ ରହେମାନ, ସୟଦ ଇସଲାମ, ସୟଦ ଓସୁମ ପ୍ରମୁଖଙ୍କ ନେତୃତ୍ୱରେ ଏମାନେ ସମସ୍ତେ ବିଜେପିରେ ସାମିଲ ହୋଇଛନ୍ତି । ଓଡିଶାର ଉଚ୍ଚ ଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ନୀତି ଆଦର୍ଶରେ ଅନୁପ୍ରାଣୀତ ହୋଇ ଏମାନେ ସମସ୍ତେ ବିଜେପିରେ ବିଧିବଦ୍ଧ ଭାବେ ସାମିଲ ହୋଇଥିବା ପ୍ରକାଶ କରିଛନ୍ତି । ଏହି ଉପଲକ୍ଷେ ଆୟୋଜିତ ସଭାରେ ଜିଲ୍ଲା ସଂଖ୍ୟାଲଘୁ ମୋର୍ଚ୍ଚା ସଭାପତି ମହମ୍ମଦ ସବର ଅଲ୍ଲୀ, ସୀତାକାନ୍ତ ନାୟକ, ପ୍ରଦୀପ କୁମାର ବଳ, ସରୋଜ କୁମାର ନାୟକ, ନାରାୟଣ ପୁଷ୍ଟି, କେଶବ ବେହେରା, ବୁଦ୍ଧିରାମ ସେଠୀ ପ୍ରମୁଖ ଉପସ୍ଥିତ ରହି ବିଜେପି ପରିବାର ପକ୍ଷରୁ ସେମାନଙ୍କୁ ସ୍ୱାଗତ କରିଥିଲେ ।