ତିହିଡି, ୦୫/୧୦(ଯଦୁମଣି ପାଣିଗ୍ରାହୀ): ସିପିଆଇ(ଏମ)ର ତିହିଡି ଆଞ୍ଚଳିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରେ ତିହିଡି ବ୍ଲକର ୩୧ ପଞ୍ଚାୟତରୁ ଆସିଥିବା ପ୍ରତିନିଧି ମାନେ ଏକ ଶୋଭାଯାତ୍ରାରେ ବଜାର ପରିକ୍ରମା କରିଥିଲେ । ସିପିଆଇ(ଏମ)ର ରାଜ୍ୟ ସମ୍ପାଦକ ମଣ୍ଡଳୀ ସଦସ୍ୟ ଶିଶିର ହୁଇ ଏହି ସମ୍ମିଳନୀକୁ ଉଦଘାଟନ କରି ସାମ୍ପ୍ରଦାୟିକ ଶକ୍ତିକୁ ପରାହତ କରି ଗଣତାନ୍ତ୍ରିକ-ଧର୍ମ ନିରପେକ୍ଷ ଦଳଙ୍କ ଶକ୍ତି ବୃଦ୍ଧି କରିବାକୁ ଆହ୍ୱାନ ଦେଇଥିଲେ । ଅନ୍ୟତମ ବକ୍ତା ଦିବ୍ୟ ସିଂ ନାୟକ ଓ ଚନ୍ଦ୍ରଶେଖର ନାୟକ ସେମାନଙ୍କ ବକ୍ତବ୍ୟରେ ତିହିଡି ଅଞ୍ଚଳରେ ସିପିଆଇ(ଏମ)ର ଶକ୍ତି ବୃଦ୍ଧି କରିବାକୁ ଆହ୍ୱାନ ଦେଇଥିଲେ । ସିପିଆଇ(ଏମ)ର ଆଞ୍ଚଳିକ ସମ୍ପାଦକ ବିଷ୍ଣୁ ଦାସ ଗତ ୩ ବର୍ଷ କାର୍ଯ୍ୟର ସମୀକ୍ଷାମୂଳକ ରିପୋର୍ଟ ଉପସ୍ଥାପନ କରିଥିଲେ । ଏହି ପରିପ୍ରେକ୍ଷୀରେ ଆସନ୍ତା ୩ ବର୍ଷ ଲାଗି ବିଷ୍ଣୁ ଦାସଙ୍କୁ ଆଞ୍ଚଳିକ ସମ୍ପାଦକ ଭାବେ ପୁନଃନିର୍ବାଚିତ କରାଯାଇଥିଲା । ସମ୍ମିଳନୀ ପରିଚାଳନା କରିବା ପାଇଁ ନାରାୟଣ ଦାସ, ନିର୍ମଳ ଦଳାଇ ଓ ଶ୍ରୀଧର ଯେନା ସଭାପତି ଭାବେ ନିର୍ବାଚିତ ହୋଇଥିଲେ । ତିହିଡି ବ୍ଲକର ବାରୋ, କାଁପଡା, ଶ୍ୟାମସୁନ୍ଦରପୁର, ବୋଡକ, ବିଲଣା, ତଳଗୋପବିନ୍ଧା, ଗୋବିନ୍ଦପୁର ଓ ବାରସର ପଞ୍ଚାୟତରେ ବନ୍ୟା ସମସ୍ୟାର ସ୍ଥାୟୀ ସମାଧାନ ଲାଗି ଏକ ଆନେ୍ଦାଳନ ସଙ୍ଗଠିତ କରିବାକୁ ସମ୍ମିଳନୀରେ ଆହ୍ୱାନ ଦିଆଯାଇଥିଲା । ସେହିପରି ଅଙ୍ନୱାଡି, ଆଶା, ପାଚିକା ମାନଙ୍କୁ ସ୍ଥାୟୀ ନିଯୁକ୍ତି ଓ ସେମାନଙ୍କ ଦରମା ବୃଦ୍ଧି, ତିହିଡି ବଜାର ରାସ୍ତା ସମସ୍ୟା, ବସଷ୍ଟାଣ୍ଡ ଓ ଡାକବଙ୍ଗଳା ନିର୍ମାଣ, ଡାକ୍ତରଖାନାରେ ଡାକ୍ତର ଏବଂ ସ୍କୁଲରେ ଶିକ୍ଷକ ନିଯୁକ୍ତି କରିବାକୁ ଦାବି କରାଯାଇଥିଲା । ଅନ୍ୟପକ୍ଷେ ତିହିଡିରୁ ଆରଡି ରାସ୍ତାକୁ ପୂର୍ତ୍ତବିଭାଗକୁ ହସ୍ତାନ୍ତର ଓ ରାସ୍ତାର ପୁନଃନିର୍ମାଣ ନେଇ ଆନେ୍ଦାଳନ କରିବାକୁ ସମ୍ମିଳନୀରେ ନିଷ୍ପତ୍ତି ହୋଇଥିଲା । ସିପିଆଇ(ଏମ)ର ବରିଷ୍ଠ ନେତା ପ୍ରଫୁଲ୍ଲ ପାଢୀ ନିଜର ଉଦଯାପନୀ ବକ୍ତବ୍ୟରେ ବାମ ପନ୍ଥୀ ମାନଙ୍କର ପ୍ରଭାବ ବୃଦ୍ଧି ନ ହେଲେ ଲୋକଙ୍କ ଅବସ୍ଥାର ପରିବର୍ତ୍ତନ ଅସମ୍ଭବ ବୋଲି କହିଥିଲେ । ସିପିଆଇ(ଏମ) ନେତା ଭାଗବତ ସେନାପତି ଓ ଜ୍ୟୋର୍ତିମୟ ମଳିକ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ । ବିଜୟ ଦାସ, ବାବୁରାମ ମଳିକ, ସୁବାସ ମହାଳିକ, ଅଭିରାମ ମହାଳିକ, ବନମାଳୀ ମହାନ୍ତି, ମୋହନ ମହାଳିକ, କନକଲତା ଦାସ, ମାୟାଧର ଦାସ ଓ କରୁଣାକର ସାହୁ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।