Odisha news

ତଳଗୋପବିନ୍ଧାରେ ବିଜେଡିର କର୍ମୀ ସମ୍ମିଳନୀ ଓ ମିଶ୍ରଣ ପର୍ବ

0

ତିହିଡ଼ି, ୦୪/୦୫(ଯଦୁମଣି ପାଣିଗ୍ରାହୀ): ଧାମନଗର ନିର୍ବାଚନ ମଣ୍ଡଳୀ ତିହିଡି ବ୍ଲକ ଅଧିନ ତଳଗୋପବିନ୍ଧାରେ ବିଜେଡିର କର୍ମୀ ସମ୍ମିଳନୀ ଓ ମିଶ୍ରଣ ପର୍ବ ଶୁକ୍ରବାର ସଂଧ୍ୟାରେ ଅନୁଷ୍ଠିତ ହୋଇଯାଇଛି । ପଞ୍ଚାୟତ ସଭାପତି ଆଦିତ୍ୟ ଜେନାଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଉକ୍ତ କର୍ମୀ ସମ୍ମିଳନୀରେ ମୁଖ୍ୟ ଅତିଥିଭାବେ ବିଧାୟକ ପ୍ରାର୍ଥି ଡାକ୍ତର ସଞ୍ଜୟ କୁମାର ଦାସ ଯୋଗଦେଇ ସାଂସଦ ପ୍ରାର୍ଥôନୀ ମଞ୍ଜୁଲତା ମଣ୍ଡଳ ଓ ତାଙ୍କୁ ବିଧାୟକଭାବେ ନିର୍ବାଚିତ କରିବା ସହିତ ନବୀନ ପଟ୍ଟନାୟକଙ୍କୁ ଷଷ୍ଠଥର ମୁଖ୍ୟମନ୍ତ୍ରୀଭାବେ ବିଜୟୀ କରିବାକୁ ଆହ୍ୱାନ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ବ୍ଲକ ଅଧ୍ୟକ୍ଷା ଅବନ୍ତୀ ଦାସ, ପୂର୍ବତନ ବ୍ଲକ ଅଧ୍ୟକ୍ଷା ତଥା ଏବର ଜିଲ୍ଲା ପରିଷଦ ସଭ୍ୟା ସୁଶ୍ରୀ ବିଦୁ୍ୟତଲତା ନାୟକ, ମୃତୁ୍ୟଞ୍ଜୟ ସାମଲ, ବିଦ୍ୟାଧର ପଣ୍ଡା, ଗଙ୍ଗାଧର ବେହେରା, ଚିନ୍ମୟ ସାହୁ ଓ କୁଳମଣି ବେହେରା ପ୍ରମୁଖ ମଞ୍ଚାସୀନ ହୋଇ ବିଜେଡିର ସଫଳତା ସମ୍ପର୍କରେ ବକ୍ତବ୍ୟ ରଖିବା ସହିତ ବିଜେପିର ଆଞ୍ଚଳିକ ନେତାଙ୍କ ବିରୋଧରେ ବର୍ଷିଥିଲେ । ଏହି ଅବସରରେ ଦେବେନ୍ଦ୍ର ପାତ୍ର, ହାଡିବନ୍ଧୁ ବେହେରା, ସପନ ନାୟକ, ତପନ ନାୟକ, ସୀତାକାନ୍ତ ମଳିକ, ବିଦ୍ୟାଧର ମଳିକ, ବିଦ୍ୟାଳର ସାହୁ ପ୍ରମୁଖ ଅନ୍ୟଦଳ ପରିତ୍ୟାଗ କରି ବିଜେଡିରେ ସାମିଲ ହୋଇଛନ୍ତି । ବିଧାୟକ ପ୍ରାର୍ଥି ଡାକ୍ତର ସଞ୍ଜୟ ଦାସଙ୍କ ସେମାନଙ୍କୁ ଦଳୀୟ ଉତ୍ତରୀୟ ପିନ୍ଧାଇ ସ୍ୱାଗତ କରିବା ସହିତ ଦଳପାଇଁ କାମ କରିବାକୁ ପରାମର୍ଶ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଶତାଧିକ ପୁରୁଷ ଓ ମହିଳା କର୍ମୀ ଯୋଗଦେଇଥିଲେ ।

Nalco
Leave A Reply