Odisha news

ଚୋରା କୋଇଲା ବୋଝେଇ ଟ୍ରାକ୍ଟର ଜବତ

0

ତିହିଡି, ୨୨/୦୪(ଯଦୁମଣି ପାଣିଗ୍ରାହୀ): ତିହିଡି ଥାନା ଅନ୍ତର୍ଗତ କୋହ୍ଲ ପଞ୍ଚାୟତର ମୂଷାଙ୍ଗ ଗାଁରୁ ପୋଲିସ ଏକ ଚୋରା କୋଇଲା ବୋଝେଇ ନମ୍ବର ବିହୀନ ଟ୍ରାକ୍ଟରକୁ ପୋଲିସ ଜବତ କରିଛି । ଏଥିରେ ୬୦ ବସ୍ତା କୋଇଲା ଥିବା ପୋଲିସ ସୂତ୍ରରୁ ଜଣାଯାଇଛି । ପ୍ରକାଶ ଯେ, ଗତକାଲି ରାତି ପ୍ରାୟ ୧୨ ବେଳେ ପୋଲିସ ପେଟ୍ରୋଲିଂରେ ଯାଇଥିବା ବେଳେ ଏଠାରେ ଏକ ଟ୍ରାକ୍ଟରରେ ଚୋରା କୋଲଲା ଚାଲାଣ ହେଉଥିବା କୌଣସି ସୂତ୍ରରୁ ଖବର ପାଇ ଘଟଣାସ୍ଥଳକୁ ଯାଇଥିଲା । ତେବେ ପୋଲିସକୁ ଦେଖି ଟ୍ରାକ୍ଟର ଡ୍ରାଇଭର ଗାଡି ଛାଡି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା । ପୋଲିସ ଉକ୍ତ ଟ୍ରାକ୍ଟରକୁ ଜବତ କରି ଥାନାକୁ ଆଣିଥିଲା । ପରେ ଏଥିନେଇ ଏକ ମାମଲା ନଂ-୧୮୭/୨୪ ରୁଜୁ କରି ଏହି ଚୋରା କୋଇଲା ଚାଲାଣ ସଂପର୍କରେ ଅଧିକ ଅନୁସନ୍ଧାନ କରୁଛି । ଗାଡିର ମାଲିକ କିଏ ତାହା ଠାବ ହେଲା ପରେ ଘଟଣା ଉପରୁ ପରଦା ହଟିବ ବୋଲି ପୋଲିସ ସୂଚନା ଦେଇଛି । ଏଠାରେ ସୂଚନାଥାଉ କି ସଂପ୍ରତି ନୟାନନ୍ଦ, ପାଳିଆ, ଜିଝାରପୁର, ବିନ୍ଧା. ହରିପୁର ଆଦି ସ୍ଥାନରେ ଚୋରା କୋଇଲା ବେପାରୀ ମାନେ ବେଶ ସକ୍ରି୍ରୟ ହୋଇ ଉଠିଛନ୍ତି । ପୋଲିସ ଏ ଦିଗରେ ନଜର ଦେବାକୁ ଦାବି ହେଉଛି ।

Leave A Reply