Odisha news

ତିହିଡିରେ ଶ୍ରୀରାମ ନବମୀ ପାଇଁ କଳସ ଶୋଭାଯାତ୍ରା

0

ତିହିଡି, ୧୬/୦୪(ଯଦୁମଣି ପାଣିଗ୍ରାହୀ): ଦୀର୍ଘ ଦିନର ତ୍ୟାଗ-ତିତିକ୍ଷା-ବଳିଦାନର ଅନ୍ତ ଘଟାଇ ତଥା କୋଟି କୋଟି ରାମପ୍ରେମୀଙ୍କ ଅପେକ୍ଷାରେ ପରିସମାପ୍ତ ହୋଇ ଶ୍ରୀରାମ ଜନ୍ମଭୂମି ଅଯୋଧ୍ୟାର ଚଳିତ ବର୍ଷ ରାମ ମନ୍ଦିର ପ୍ରତିଷ୍ଠା କରାଯାଇଛି । ଏହି ପୁଣ୍ୟ ଅବସରରେ ରାଜ୍ୟର ସାଂସ୍କୃତିକ-ଆଧ୍ୟାତ୍ମିକ-ସାମାଜିକ ପ୍ରାଣକେନ୍ଦ୍ର ତିହିଡି ମାଟିରେ ନବମ ଥର ନିମନ୍ତେ ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କର ବିଜୟତ୍ସୋବ ମହା ସମାରୋହରେ ପାଳିତ ହେଉଛି । ଚଳିତ ମାସ ୫ ତାରିଖରେ ଗଣଦୌଡ ଓ ୯ ତାରିଖରେ ବିଶାଳ ବାଇକ୍ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିବା ବେଳେ ୧୬ ତାରିଖରେ ଶ୍ରୀରାମ ନବମୀ ମହାଯଜ୍ଞ ପାଇଁ କଳସ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ମଙ୍ଗରାଜପୁର ହନୁମାନ ମନ୍ଦିର ନିକଟସ୍ଥ ପୋଖରୀରୁ ମହାଯଜ୍ଞରେ ଶୁଭ କଳସ ସ୍ଥାପନ ପାଇଁ ଏକ ବିଶାଳ କଳସ ଶୋଭାଯାତ୍ରା ବାହାରିଥିଲା । ବଜାର ପରିକ୍ରମା କରି ତିହିଡି ରାମମନ୍ଦିରସ୍ଥିତ ଯଜ୍ଞ ମଣ୍ଡପ ନିକଟରେ ପହଞ୍ଚି ଶୁଭ କଳସ ସ୍ଥାପନ କରିଥିଲେ । ଶ୍ରୀରାମ ନବମୀ ସମିତିର ସଭାପତି କିଶୋର କୁମାର ନାୟକ, ଉପସଭାପତି ରବିନ୍ଦ୍ର ଦାସ, ସମ୍ପାଦକ ଯଯାତି କେଶରୀ ଦାସ, ସହସମ୍ପାଦକ ରାଜେଶ ନାୟକ, କୋଷାଧ୍ୟକ୍ଷ ନୀଳମଣି ସାବତ, ସର୍ବବ୍ୟବସ୍ଥା ପ୍ରମୁଖ ସୀତାକାନ୍ତ ନାୟକ, ଉପଦେଷ୍ଟା ବିଶ୍ୱଜିତ ବେହେରା, ରଘୁନାଥ ପାତ୍ର, ଗଗନ ମହାନ୍ତି, ଦେବବ୍ରତ ପାଢ଼ୀ, ଶୁକଦେବ ମଳିକ, ଗଙ୍ଗାଧର ଦତ୍ତ, କାର୍ଯ୍ୟକର୍ତ୍ତା ଅଜୟ ନାୟକ, ପ୍ରଶାନ୍ତ ବଳ, ତପନ ପଣ୍ଡା, କେଶବ ବେହେରା, ତପୁନ ପାଣି, ହାରିଶ୍ଚନ୍ଦ୍ର ନାୟକ, ନିତ୍ୟାନନ୍ଦ ଜେନା, ଚନ୍ଦ୍ରକାନ୍ତ ନାଥ, ପ୍ରିୟବ୍ରତ ପାଢ଼ୀ ଓ ପି.ହୃଷିକେଶ ପ୍ରମୁଖ ସାମିଲ ହୋଇଥିଲେ । ଏତତ୍ବ୍ୟତିତ ହରିଦ୍ୱାର ଋଷିକେଶ, କୈଳାସ ଆଶ୍ରମରୁ ସ୍ୱାମୀ କୈବଲ୍ୟା ନନ୍ଦ ଗିରି ଓ ମହର୍ଷି ବାଲ୍ମିକୀ ଆଶ୍ରମରୁ ବାବା ଶ୍ରୀଗଙ୍ଗାରାମ ଦାସ ଯୋଗଦେଇ ପରିସରକୁ ଉତ୍ସବ ମୁଖର କରିଥିଲେ । ଅପରାହ୍ନରେ ଆରସାରେ ଗୋମାତା ଓ ସାଧୁସନ୍ଥ ପୂଜନ ଅନୁଷ୍ଠିତ ହୋଇଥିବା ବେଳେ ସଂଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ରହିଛି । ସେହିପରି ୧୭ ତାରିକରେ ସାଂସ୍କୃତିକ କାର୍ଯ୍ୟକ୍ରମ ଓ ୧୮ ତାରିଖରେ ବିଶାଳ ନଗର ସଂକୀର୍ତ୍ତନ ଓ ପ୍ରସାଦ ସେବନର କାର୍ଯ୍ୟକ୍ରମ ରହିଛି ।

Nalco
Leave A Reply