ତିହିଡି, ୧୬/୦୪(ଯଦୁମଣି ପାଣିଗ୍ରାହୀ): ତିହିଡି ବ୍ଲକ ସିଂଦୋଳ ପଞ୍ଚାୟତ ପ୍ରଶାସନ ପକ୍ଷରୁ ମଙ୍ଗଳବାର ସିଂଦୋଳ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖ ଏବଂ ଆରୁହା ସ୍କୁଲ ନିକଟରେ ଏକ ସଙ୍ଗେ ୨ଟି ଜଳଛତ୍ର ଖୋଲାଯାଇଛି । ତୃଷାର୍ତ୍ତ ବାଟୋଇ ଓ ପଥ·ରୀମାନଙ୍କ ତୃଷ୍ଣା ମେଣ୍ଟାଇବାର ଲକ୍ଷ୍ୟନେଇ ଏହି ଜଳଛତ୍ର ଖୋଲାଯାଇଛି । ଏହା ଏକ ମାସ ପର୍ଯ୍ୟନ୍ତ ·ଲିବ । ସରପଞ୍ଚ ସୁପ୍ରଭା ପାଣି ଓ ସମିତି ସଭ୍ୟ ନକୁଳ ଚରଣ ବାରିକ ଏହି ଜଳଛତ୍ରକୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ନାଏବ୍ ସରପଞ୍ଚ ସୟଦ୍ ଇବ୍ରାହିମ୍, ୱାର୍ଡ ସଭ୍ୟ ଅରୁପାନନ୍ଦ ଦାସ, ପାକ ଜେନା, ଜଗବନ୍ଧୁ ମଳିକ, ସୟଦ୍ ଖାତୁନ୍ଙ୍କ ସମେତ ପ୍ରଦୀପ ଦାସ, ଅନିରୁଦ୍ଧ ବାରିକ, ସେକ୍ କାଲା, ଭାଷ୍କର ଦାସ, ଲକ୍ଷ୍ମୀଧର ଦାସ, ଶ୍ରୀଧର ଦାସ, ଉମାକାନ୍ତ ବାରିକ, ଜଗବନ୍ଧୁ ରାଉଳ, ପ୍ରଭାତ ମଳିକ, ଉମାକାନ୍ତ ନାୟକ, ମାନସ ବାରିକ, ଦେବ ଦାସ, ରାଜେନ୍ଦ୍ର ସ୍ୱାଇଁ, ଚକ୍ରଧର ସ୍ୱାଇଁ ଓ ତପ ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ ।
