ତିହିଡି, ୧୬/୦୨(ଯଦୁମଣି ପାଣିଗ୍ରାହୀ): କେନ୍ଦ୍ର ସରକାରଙ୍କ ଶ୍ରମିକ ବିରୋଧୀ, କୃଷକ ବିରୋଧୀ ଏବଂ ଜାତୀୟତା ବିରୋଧୀ ନୀତି ଗୁଡିକ ବିରୋଧରେ ସଂଯୁକ୍ତ କିଷାନ ମୋର୍ଚ୍ଚା, କେନ୍ଦ୍ରୀୟ ଟ୍ରେଡ ୟୁନିୟନମାନଙ୍କର ମିଳିତ ମଞ୍ଚ ଏବଂ କର୍ମଚାରୀ ସଂଗଠନମାନଙ୍କର ସ୍ୱାଧୀନ ଫେଡେରେସନ୍ ଗୁଡିକ ପକ୍ଷରୁ ଦିଆଯାଇଥିବା ଭାରତ ବନ୍ଦ ଡାକରା କ୍ରମେ ତିହିଡି ବ୍ଲକର ଗଦିବଜାର, ପୀରାହାଟ ଓ ତିହିଡି ସଦର ବଜାରରେ ପୃଥକ୍ ପୃଥକ ଭାବେ ବନ୍ଦ ପାଳନ କରାଯାଇଛି । ଫଳରେ ଯାନବାହନ ଚଳାଚଳ ବାଧାପ୍ରାପ୍ତ ହୋଇଛି । ଏହି ହରତାଳକୁ କଂଗ୍ରେସ ସମର୍ଥନ ଜଣାଇଥିବା ଜଣାଯାଇଛି । ଗଦିବଜାରରେ ସିପିଆଇଏମଏଲ(ଲିବରେସନ) ଜିଲ୍ଲା ସମ୍ପାଦକ ସମର ବଳଙ୍କ ନେତୃତ୍ୱରେ ସନ୍ଥଚରଣ ବିଶ୍ୱାଳ, ନରେନ୍ଦ୍ର ବିଶ୍ୱାଳ, ଅଭିମନୁ୍ୟ ରାଉତ, ଅନାଦି ରାଉତ, ପ୍ରଭାତ ନାୟକ, ବାଦଲ ମହାନ୍ତି, ମନ୍ମଥ ବାରିକ, ପିତାମ୍ବର ବାରିକ, ପ୍ରଶାନ୍ତ ମଳିକ, ବିଚିତ୍ରାନନ୍ଦ ଭୂୟାଁ, ମଧୁସୂଦନ ରାଉତ, ଶ୍ରଧର ଧଳ, ଅଜୟ ଦାସ ପ୍ରମୁଖଙ୍କ କଂଗ୍ରେସ ନେତା ସତ୍ୟାନନ୍ଦ ରାଉତ ଓ ଅନ୍ୟମାନେ ସାମିଲ ହୋଇଥିଲେ । ପୀରାହାଟରେ ରବିନ୍ଦ୍ର ବାରିକଙ୍କ ନେତୃତ୍ୱରେ ସନାତନ ଦାସ, ଅନିରୁଦ୍ଧ ବାରିକ, ନରେନ୍ଦ୍ର ବଳ, ଉପେନ୍ଦ୍ର ବେହେରା, ସୁଶାନ୍ତ ସେଠୀ, ମନୋଜ ପରିହାରୀ, ବୈଲୋଚନ ସାହୁ, ବନମାଳି ମହାନ୍ତି, ସୁରେନ୍ଦ୍ର ବେହେରା, ମେଘନାଦ ଜେନା, ନବଘନ ଜେନା, ହାରୁନ୍ ସାହା ଓ ସୁରେନ୍ଦ୍ର ରାଉତ ପ୍ରମୁଖ ସାମିଲ ହୋଇଥିଲେ । ସେହିପରି ତିହିଡି ବଜାରରେ ବିଷ୍ଣୁ ଦାଶ, ପ୍ରଫୁଲ ପାଡୀ, ନାରାୟଣ ଦାଶ, କୃଷ୍ଣଚନ୍ଦ୍ର ମଳିକ, ଦିଲ୍ଲିପ ନାଥ, ଗୟାଧର ସେଠୀ, ଭାଗବତ ସେନାପତି, ଅକ୍ଷୟ ସାହୁ, ଜ୍ୟୋତର୍ମୟ ମଳିକ, ପିତାମ୍ବର ମଳିକ, ବାବୁରାମ ମଳିକ, ସୋମନାଥ ମଳିକ, ତଉଲି ଦାସ, ଅଜୟ ମଳିକ, ମଧୁସୂଦନ ମଳିକ, ସତ୍ୟବ୍ରତ କୁଣ୍ଡ, ଶଶିଭୁଷଣ ତ୍ରିପାଠୀ, କରୁଣାକର ସାହୁ, ନିର୍ମଳ ଦଳାଇଙ୍କ ସମେତ ବ୍ଲକ କଂଗ୍ରେସ ସଭାପତି ସରୋଜ କୁମାର ଦାସ ପ୍ରମୁଖ ସାମିଲ ହୋଇଥିଲେ ।