ତିହିଡି, ୦୯/୦୨(ଯଦୁମଣି ପାଣିଗ୍ରାହୀ): ତିହିଡି ବ୍ଲକ ସିନେ୍ଦାଳ ଓ କୋହ୍ଲ ପଞ୍ଚାୟତ ସ୍ତରୀୟ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ରାଜ୍ୟର ନବୀନ ପଟ୍ଟନାୟକ ଶାସନ ପରଠାରୁ ସାମଗ୍ରୀକ ଉନ୍ନତି ହେବାରେ ଲାଗିଛି । ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ ପରି ମୌଳିକ ସୁବିଧା ଯୋଗାଇବ ଓ ମହିଳାମାନଙ୍କୁ ସ୍ୱାବଲମ୍ବୀ କରିବାରେ ସଫଳତା ହାସଲ କରିଛି ରାଜ୍ୟ ସରକାର । ବିଏସକେୱାଇ ଯୋଜନାରେ ସ୍ୱାସ୍ଥ୍ୟ ସେବା ପାଇଁ ପୁରୁଷ ମାନଙ୍କ ପାଇଁ ୫ ଲକ୍ଷ ଓ ମହିଳାମାନଙ୍କୁ ପାଇଁ ୧୦ ଲକ୍ଷ ଟଙ୍କାର କାର୍ଡ ସୁବିଧା କରାଯାଇଛି । ପଞ୍ଚାୟତ ସ୍ତରରେ ଜଗନ୍ନାଥ ସଂସ୍କୃତିର ସଂରକ୍ଷଣ, ଧାର୍ମିକ ସ୍ଥଳୀ ଗୁଡିକର ରୂପାନ୍ତରୀକରଣ, ମହିଳା ସଶକ୍ତିକରଣ ଓ ଭିତ୍ତିଭୂମିର ବିକାଶ, ବ୍ୟାଙ୍କିଙ୍ଗ ଭିତ୍ତିଭୂମିର ବିକାଶ, ପ୍ରାଥମିକ ବିଦ୍ୟାଳୟ ଗୁଡିକର ରୂପାନ୍ତରୀକରଣ, କ୍ରୀଡା ଭିତ୍ତିଭୂମିର ବିକାଶ, ଐତିହ୍ୟ ଭିତ୍ତିଭୂମିର ବିକାଶ ଓ ସୁଗମ ପରିବହନ ବ୍ୟବସ୍ଥା କରାଯାଇଛି । ବିଶେଷ କରି ଲକ୍ଷ୍ମୀ ଯୋଜନା, ଆହାର ଯୋଜନା, ମମତା ଯୋଜନା, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଓ ସ୍ୱୟଂ ସହାୟିକା ଗୋଷ୍ଠୀକୁ ଦିଆଯାଉଥିବା ଅନୁଦାନ ରାଶି ଯୋଜନା ପ୍ରମୁଖ ଯୋଜନା ଗୁଡ଼ିକ ଗ୍ରାମାଞ୍ଚଳର ରୂପରେଖ ବଦଳାଇଛି । ପଞ୍ଚାୟତରେ ଥିବା ମହିଳା ଗୋଷ୍ଠୀଗୁଡ଼ିକ ସେମାନଙ୍କ ଦ୍ୱାରା ପ୍ରସ୍ତୁତ ସାମଗ୍ରୀର ଷ୍ଟଲ ଗୁଡ଼ିକ ପ୍ରଦର୍ଶିତ କରିଥିଲେ । ସିନେ୍ଦାଳ ପଞ୍ଚାୟତରେ ବିଧାୟକଙ୍କ ପ୍ରତିନିଧି ବାପୁଜୀ ନାୟକଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଶିବିରରେ ମୁଖ୍ୟ ଅତିଥିଭାବେ ବିଧାୟକଙ୍କ ଧର୍ମପତ୍ନୀ ଋତୁପୂର୍ଣ୍ଣା ରାଉତରାୟ, ସରପଞ୍ଚ ସୁପ୍ରଭା ପାଣି, ବିଡିଓ ଜ୍ୟୋତିର୍ମୟ କର, ବରିଷ୍ଠ ନେତା ସୁରେନ୍ଦ୍ର ନାୟକ, ଅଧ୍ୟାପିକା ଉଷାରାଣୀ ଜେନା, ସମିତି ସଭ୍ୟ ନକୁଳ ଚରଣ ବାରିକ, ବ୍ଲକ ଉପାଧ୍ୟକ୍ଷା ଶୁଭଦ୍ରା ଶତପଥି, ଜିଲ୍ଲା ପରିଷଦ ସଭ୍ୟା ସୁମତୀ ସେଠୀ, ପୂର୍ବତନ ସରପଞ୍ଚ ବୈକୁଣ୍ଠ ନାଥ ପାଣି ଓ କିର୍ତ୍ତନ ରାଉତ, ସମାଜସେବୀ ଅନିରୁଦ୍ଧ ବାରିକ ପ୍ରମୁଖ ସଞ୍ଚାସୀନ ହୋଇ ବକ୍ତବ୍ୟ ଦେଇଥିଲେ । ସେହିପରି କୋହ୍ଲ ପଞ୍ଚାୟତରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସରପଞ୍ଚ କୈଳାସ ପରିଡାଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ବିଡିଓ ଜ୍ୟୋତିର୍ମୟ କର, ବାପୁଜୀ ନାୟକ, ସମିତି ସଭ୍ୟା ତିଳୋତ୍ତମ ବେହେରା, ମଙ୍ଗଳପୁର ସେବା ସମବାୟ ସମିତିର ସଭାପତି ନିତ୍ୟାନନ୍ଦ ବେହେରା, ସୌମ୍ୟରଞ୍ଜନ ପରିଡା, କୈଳାସ ସାହୁ, ପୂର୍ଣ୍ଣଚନ୍ଦ୍ର ନାୟକ, ଅଲେଖ ଜେନା, ତରୁଣ ଦାସ, ପ୍ରଶାନ୍ତ ନାୟକ, ସ୍ମୃତିପ୍ରକାଶ ପରିଡା, ଆଦିତ୍ୟ ମହାଳିକ, ସୁଦାମ ସାହୁ, ଶଶିକାନ୍ତ ସାହୁ, ଜିତେନ୍ଦ୍ର ପରିଡା, କାହ୍ନୁଚରଣ ସେନାପତି, ସୁରେନ୍ଦ୍ର ନାୟକ, ଚନ୍ଦନ ଦାଶ, ଦୀପକ ଦାସ ପ୍ରମୁଖ ମଞ୍ଚାସୀନ ହୋଇ ରାଜ୍ୟ ସରକାରଙ୍କ ସଫଳତା ସମ୍ପର୍କରେ ବକ୍ତବ୍ୟ ରଖିଥିଲେ ।