ତିହିଡି,୨୪/୦୧(ଯଦୁମଣି ପାଣିଗ୍ରାହୀ): ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ ବେକାରୀ ନିଯୁକ୍ତି ଓ ଚାଷୀ ସମସ୍ୟା ନେଇ ଆଦାନି-ଧାମରା ବନ୍ଦର ବିରୋଧରେ ଏପରି ଗଣପଦଯାତ୍ରା ଆରମ୍ଭ ହୋଇଯାଇଛି । ସଙ୍ଗଠନର କର୍ମକର୍ତ୍ତା ଓ କର୍ମୀମାନେ ଭଦ୍ରକ ଗାନ୍ଧୀ ପଡିଆରୁ ପଦଯାତ୍ରାରେ ବାହାରି ଧାମରା ପୋର୍ଟ ଅଭିମୂଖେ ଯାଉଛନ୍ତି । ଧାମରା ବନ୍ଦରରେ ଓଡିଆଙ୍କୁ ନିଯୁକ୍ତି ଦାବୀ, ·ଷଜମିକୁ ଜଳ ସେଚନ, ·ଷୀର ଉତ୍ପାଦିତ ଦ୍ରବ୍ୟର ଉଚିତ ମୂଲ୍ୟ, ·ଷୀଙ୍କୁ ମାସକୁ ୫ ହଜାର ଟଙ୍କା ସୁରକ୍ଷା ଭତ୍ତା, ବେକାର ଯୁବକ/ଯୁବତୀମାନଙ୍କୁ ସ୍ଥାୟୀ ନିଯୁକ୍ତି, ପରିବା ·ଷୀଙ୍କ ପାଇଁ ଜିଲ୍ଲାର ବିଭିନ୍ନ ସ୍ଥାନରେ ଶୀତଳ ଭଣ୍ଡାର ଖୋଲିବା, ସୁଦୃଢ କୃଷି ପାଇଁ ଭିତ୍ତିଭୂମି ପ୍ରସ୍ତୁତ କରିବା, ଆଦାନୀ ଶୋଷଣ ବିରୋଧରେ ନେତାଜୀ ଜୟନ୍ତୀରେ କୃଷକ ଓ ଯୁବ ଅଧିକାର ହାସଲ ପାଇଁ ଏହି ପଦଯାତ୍ରା ଆରମ୍ଭ ହୋଇଛି । ପର୍ଯ୍ୟାପ୍ତ ପରିମାଣରେ ଖଣିତ ସମ୍ପତ୍ତି ଥାଇ ବି ଓଡ଼ିଶା ଆଜି କାଙ୍ଗାଳ । ଭଦ୍ରକ ଜିଲ୍ଲା ଧାମରାରେ ଆଦାନି ବନ୍ଦର କମ୍ପାନୀ ୩ ଶହ ଏକର ଜମି ସମେତ ଓଡ଼ିଶାର ହଜାର ହଜାର ଏକର ଜମିର ଲିଜ୍ ନେଇ ଲକ୍ଷ ଲକ୍ଷ କୋଟି ଟଙ୍କାର ଖଣିଜ ସମ୍ପତ୍ତି ଶାଗ ମାଛ ମୂଲ୍ୟରେ ଲୁଟି ନେଉଛି । ଓଡ଼ିଶା ପ୍ରତି ଅବହେଳାରେ ସରକାରଙ୍କ ମଧ୍ୟ ଆଦାନୀ ପ୍ରତି ଅହେତୁକ ଅନୁକମ୍ପା ରହିଛି । ଓଡ଼ିଶାର ସମସ୍ତ ବିକାଶ ମୂଳକ ପ୍ରକଳ୍ପ ଅଣ-ଓଡ଼ିଆ ଠିକାଦାରଙ୍କ କବଜାରେ । ଫଳରେ ଯୁବକ କାମ ନପାଇ ବେକାର, ଅନ୍ୟ ରାଜ୍ୟରେ ଦାଦନ ଖଟୁଛି, ଚାଷୀ ଅବହେଳିତ, ଶୋଷିତ ଓ ଲା‚ିତ ହେଉଥିବା ସଙ୍ଗଠନ ପକ୍ଷରୁ କୁହାଯାଇଛି । ବୁଧବାର ମଧ୍ୟାହ୍ନରେ ତିହିଡି ଅତିକ୍ରମ କରିବା ପରେ ବାଟରେ ସଂଧ୍ୟାରେ ପଥପ୍ରାନ୍ତ ସଭା ଅନୁଷ୍ଠିତ ହେବ ଏବଂ ୨୫ ତାରିଖରେ ·ନ୍ଦବାଲିରୁ ଧାମରା ଯାଇ ସେଠାରେ ସାଧାରଣତନ୍ତ୍ର ଦିବସରେ ଏକ ମହାଚେତାବନୀ ସମାବେଶ କରାଯିବାର କାର୍ଯ୍ୟକ୍ରମ ରହିଛି । ଗତକାଲି ଏମାନେ ପଦଯାତ୍ରାରେ ଆସି ସଂଧ୍ୟାରେ ତିହିଡି ଡାକବଙ୍ଗଳା ନିକଟରେ ପ୍ରତିବାଦ ସଭା କରିଥିଲେ । ୨୪ ତାରିଖ ସକାଳୁ ·ନ୍ଦବାଲି ଅଭିମୁଖେ ପଦଯାତ୍ରା ବାହାରିଛି । ଉକ୍ତ ପଦଯାତ୍ରାରେ ସଙ୍ଗଠନର ରାଷ୍ଟ୍ରୀୟ ସଂଯୋଜକ ଅକ୍ଷୟ କୁମାର, ରାଜ୍ୟ ସଂଯୋଜକ ଶେଷଦେବ ନନ୍ଦ, ସହସଂଯୋଜକ ଉମାକାନ୍ତ ରାଉତ, ସୂଚନା ଅଧିକାର ଆବାହକ ପ୍ରଦୀପ ପ୍ରଧାନ, ଯୁବଛାତ୍ର ସଂଯୋଜକ ମନୱର ଅଲ୍ଲୀ, ଭଦ୍ରକ ଜିଲ୍ଲା ସଂଯୋଜକ ତ୍ରିଲୋଚନ ପଣ୍ଡା, ସହସଂଯୋଜକ ସତ୍ୟପ୍ରକାଶ ନାୟକ, ଭଦ୍ରକ ଜିଲ୍ଲା ଛାତ୍ର ସଂଯୋଜକ ଜାହିର ଖାଁ, ତିହିଡି ବ୍ଲକ ସଂଯୋଜକ ଗଗନ ବିହାରୀ ମହାନ୍ତି, ·ନ୍ଦବାଲି ସଂଯୋଜକ କୃଷ୍ଣଚନ୍ଦ୍ର ବିଶ୍ୱାଳ, ଧାମନଗର ସଂଯୋଜକ ପିତବାସ ମହାନ୍ତି, ରାଜ୍ୟ କମିଟି ସଭ୍ୟ ଦେବୀପ୍ରସାଦ ମହାରଣା, ଅଶୋକ ଶାସ୍ତ୍ରି, ଖଗେଶ୍ୱର ମହାନ୍ତି, ରୀତାରାଣୀ ରାଉତ, ବିଳାସିନୀ ମହାନ୍ତି, ମହେଶ୍ୱର ଯେନା, ଅଶି୍ୱନୀ ନାୟକ, କୃଷଚନ୍ଦ୍ର ବିଶ୍ୱାଳ, ବିବେକାନନ୍ଦ ଜେନା, ପ୍ରଦିପ ସାମଲ, ରବିନ୍ଦ୍ର ନାଥ ପଣ୍ଡା, ଗୌରହରି ନାୟକ, ସାବିର ଖାଁ, ଶଶୀକାନ୍ତ ଦତ୍ତ, ପିତ୍ତବାସ ମହାନ୍ତି, ପ୍ରଭାତ ମହାନ୍ତି, ରମେଶ ଗିରି, ଅନାମ ପାଳ, ବିନୋଦ ନାୟକ ଓ ଜଗଦୀଶ ପାର୍ଥ ନାୟକ ପ୍ରମୁଖ ଶତାଧିକ ସାମିଲ ହୋଇଥିବା ଜଣାଯାଇଛି ।
