Odisha news

ଇଣ୍ଡିଆ ବୁକ ରେକର୍ଡରେ ସ୍ଥାନୀତ ହେଲେ କମଲ କିଶୋର

ଛୋଟ ରେଫ୍ରିଜିରେଟର ତିଆରି କରି ଚର୍ଚ୍ଚାରେ

ତିହିଡ଼ି, ୧୯/୧୦, ଧୀରେ ଧୀରେ ବିକଶିତ ହେବାରେ ଲାଗି କମଲ କିଶୋରଙ୍କ ପ୍ରତିଭା । ପୂର୍ବରୁ ହାଇଡ୍ରୋଜେନ କାର୍, ଛୋଟ ଭେକୁ୍ୟମକ୍ଲିନର ଆଦି ତିଆରି କରି ନିଜର ଦକ୍ଷତା ପ୍ରଦର୍ଶନ କରିଥିବା କମଲ ହେବେ ତିଆରି କରିଛନ୍ତି ଛୋଟ ରେଫ୍ରିଜିରେଟର । ଯାହା ସର୍ବଭାରତୀୟ ସ୍ତରରେ ପ୍ରଶଂସିତ ହୋଇଥିବା ବେଳେ ଇଣ୍ଡିଆ ବୁକ ରେକର୍ଡରେ ସ୍ଥାନୀତ ହେବାକୁ ସେ ଯୋଗ୍ୟ ବିବେଚିତ ହୋଇଛନ୍ତି । ତିହିହି ବ୍ଲକ ଗୋବିନ୍ଦପୁର ପଞ୍ଚାୟତ ଅଧିନ ସାଲପୁର ଗାଁରେ କମଲକିଶୋରଙ୍କ ଘର । ବାପା କୃଷ୍ଣଚନ୍ଦ୍ର ମାଝୀ ଶିକ୍ଷକତା କରୁଥିବା ବେଳେ ମାଆ କୁନ୍ତଳା ଜଣେ ଗୃହିଣୀ ଅଟନ୍ତି । ତେବେ କମଲ ସବୁବେଳେ କିଛି ନୂଆକରି ଦେଖାଇବାର ଉଦ୍ୟମ କରି ଆସିଛନ୍ତି । ତାଙ୍କର ପ୍ରଚେଷ୍ଟା ସଫଳ ହୋଇଥିଲା ସେ ଯେତେବେଳେ ହାଇଡ୍ରୋଜେନ କାର ତିଆରି କରି ଜାତୀୟସ୍ତରୀୟ ବିଜ୍ଞାନ ସେମିନାରକୁ ମନୋନୀତ ହୋଇଥିଲେ ।

ଭଦ୍ରକର କେନ୍ଦ୍ରୀୟ ବିଦ୍ୟାଳୟରେ ଅଧ୍ୟୟନ କରୁଥିବା ବେଳେ ସେ ଏହି ଗୌରବ ଅର୍ଜନ କରିବା ସହ ନିର୍ମାଣ କରିଥିଲେ ଛୋଟ ଭେକୁ୍ୟମ କ୍ଲିନର । ଏଥିପାଇଁ ସେ ମଧ୍ୟ ଗିନିଜ ୱାରଲ୍ଡ ରେକର୍ଡରେ ସ୍ଥାନ ପାଇଥିଲେ । ସାରା ବିଶ୍ୱ କରୋନା କବଳରେ ଥିବା ବେଳେ କମଲ ନିର୍ମାଣ କରିଥିଲେ ଫୁଟ ଅପରେଟର ସାନିଟାଇଜର । ଏଥିସହିତ କରୋନା ସଂକ୍ରମଣକୁ ହ୍ରାସ କରିବାକୁ ସେ ମଧ୍ୟ ନିର୍ମାଣ କରିଥିଲେ ମନି ସାନିଟାଇଜର ଯାହା ବେଶ ଚର୍ଚ୍ଚାର ପରିସରକୁ ଆସିଥିଲା । ତେବେ କମଲ ଦ୍ୱାଦଶ ପରୀକ୍ଷାରେ ଜିଲ୍ଲାରେ ୨ୟ ସ୍ଥାନ ହାସଲ କରିବା ସହିତ ଜେଇଇ ମେନ କ୍ଲିୟର କରିବା ସଙ୍ଗେ ସଙ୍ଗେ ଏନଆଇଟି ପାଇଁ ଜିଲ୍ଲାରୁ ଏକମାତ୍ର ଯୋଗ୍ୟ ହୋଇଛନ୍ତି । ତେବେ ଛୋଟ ରେଫ୍ରିଜିରେଟର ତିଆରି ସେ କେବଳ ଜିଲ୍ଲା ନୁହେଁ ରାଜ୍ୟର ଗୌରବ ବଢାଇବାରେ ସହାୟକ ହୋଇଛନ୍ତି । ଭଦ୍ରକ କେ.ଭିରୁ ଏକମାତ୍ର ପରିକ୍ଷାର୍ଥୀ ଭାବେ ଉତ୍ତୀର୍ଣ୍ଣ ହୋଇଥିବା କମଲ ଆଗାମୀ ଦିନରେ ନୂଆ ଉଦ୍ଭାବନ କରି ସମସ୍ତଙ୍କୁ ଚମକ୍ରୃତ କରିବା ଲକ୍ଷ୍ୟରେ ଥିବା ପ୍ରକାଶ କରିଛନ୍ତି । ଶିକ୍ଷକ ଓ ବାପା-ମାଆଙ୍କ ଆଶୀର୍ବାଦ ତାଙ୍କୁ ଏଥିରେ ସହାୟକ ହେବ ବୋଲି ସେ ବିଶ୍ୱାସ ରଖିଛନ୍ତି ।

Comments are closed.