Odisha news

ଦୁର୍ଷ୍କମକାରୀଙ୍କୁ ଗିରଫ ନେଇ ପୋଲିସ ପ୍ରଶାସନକୁ ବିଜେଡିର କୃତଜ୍ଞତା

ତିହିଡ଼ି,୦୫ା୦୮: ତିହିଡି ବ୍ଲକ ଅନ୍ତର୍ଗତ କାଁପଡା ପଞ୍ଚାୟତ ମଠସାହି ଗାଁର ଜଣେ ନାବାଳିକା ଦୁର୍ଷ୍କମ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିବାରେ ସକ୍ଷମ ହୋଇଥିବାରୁ ବ୍ଳକ ବିଜେଡି ପକ୍ଷରୁ ପୋଲିସ ପ୍ରଶାସନକୁ କୃତଜ୍ଞତା ପ୍ରଦାନ କରାଯାଇଛି । ରବିବାର ବିଜେଡି କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ବିଜେଡି କାର୍ଯ୍ୟକର୍ତ୍ତା ମାନେ ଉପସ୍ଥିତ ରହି ମଠସାହି ନାଳିକା ଦୁର୍ଷ୍କମ ଅଭିଯୁକ୍ତ କାର୍ତ୍ତିକ ଦାସଙ୍କୁ କଠୋର ଦଣ୍ଡ ଦିଆଯିବାକୁ ଦାବି କରିଥିଲେ । ବୃଦ୍ଧ କାର୍ତ୍ତିକ ଦୀର୍ଘ ୨ ବର୍ଷ ହେବ ସଂପୃକ୍ତା ନାବାଳିକା ସହ ଦୁର୍ଷ୍କମ କରିଆସୁଥିଲା ।

ଏହା ଗତ ମାସ ୧୬ ତାରିଖରେ ଜଣାପଡିବା ପରେ ନାବାଳିକାଙ୍କ ପକ୍ଷରୁ ଥାନାରେ ଅଭିଯୋଗ ହୋଇଥିଲା । ତେବେ କାର୍ତ୍ତିକ ବିଜେପିର ଜଣେ କାର୍ଯ୍ୟକର୍ତ୍ତା ହୋଇଥିବାରୁ ପଞ୍ଚାୟତର ବିଜେପି ନେତାମାନେ ନାବାଳିକାଙ୍କୁ ନ୍ୟାୟ ଦେବେ ବୋଲି କହି ଅଭିଯୁକ୍ତଙ୍କୁ ଖସେଇ ଦେଇଥିଲେ । ମାତ୍ର ବହୁ ଉଦ୍ୟମ କରି ତିହିଡି ପୋଲିସ ଅଭିଯୁକ୍ତଙ୍କ ଗିରଫ କରିବାକୁ ସକ୍ଷମ ହୋଇଛି ତେଣୁ ପୋଲିସ ଧନ୍ୟବାଦର ପାତ୍ର ବୋଲି ବ୍ଲକ ବିଜେଡି ସଭାପତି ରଘୁନାଥ ପଣ୍ଡା, ବ୍ଳକ ଅଧ୍ୟକ୍ଷା ବିଦୁ୍ୟତଲତା ନାୟକ, ବିଧାୟକଙ୍କ ପ୍ରତିନିଧି ବିଜୟ ନାୟକ, ଜିଲ୍ଲା ଉପସଭାପତି ସୁରେନ୍ଦ୍ର ନାୟକ, ଜିଲ୍ଲା ପରିଷଦ ସଭ୍ୟ କମଳାକାନ୍ତ ଦାସ, ଶରତ ଦାସ, ଚିନ୍ତାମଣୀ ଦାସ ଓ କୀର୍ତ୍ତନ ରାଉତ ପ୍ରମୁଖ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଥିଲେ ।

Comments are closed.