Odisha news

ମୋ ସ୍କୁଲ ଅଭିଯାନରେ ନୂତନ ଗୃହର ଭୂମିପୂଜନ ଉତ୍ସବ

ତିହିଡ଼ି,୦୫ା୦୮: ତିହିଡି ବ୍ଲକ ଅନ୍ତର୍ଗତ ପୀରହାଟ ଶାନ୍ତିଶୈଳେନ୍ଦ୍ର ହାଇସ୍କୁଲରେ ମୋ ସ୍କୁଲ ଅଭିଯାନରେ ନୂତନ ଗୃହର ଭୂମି ପୂଜନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ସ୍କୁଲର ପୁରାତନ ଛାତ୍ରଛାତ୍ରୀ ଓ ସରକାରଙ୍କ ପ୍ରଦତ୍ତ ଅର୍ଥ ରାଶିକୁ ମିଶାଇ ପ୍ରାୟ ୭୫ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ନିର୍ମାଣ ହେବାକୁ ଥିବା ସ୍କୁଲର ନୂତନ ଗୃହର ଭୂମି ପୂଜନ କାର୍ଯ୍ୟକ୍ରମକୁ ସ୍କୁଲର ପୁରାତନ ଶିକ୍ଷକ ଭାଗବତ ପ୍ରସାଦ କରଙ୍କୁ ସମର୍ପିତ କରାଯାଇଥିଲା । ପ୍ରାକ୍ତନ ଶିକ୍ଷକ ହରିହର ବେହେରା ଓ ପ୍ରାକ୍ତନ ଶିକ୍ଷକ ସ୍ୱର୍ଗତ ପୁରୁଷୋତ୍ତମ ବାରିକଙ୍କ ଧର୍ମପତ୍ନୀ ଶାନ୍ତିଲତା ବାରିକ ନଡିଆ ଭାଙ୍ଗି ଭୂମି ପୂଜନ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ହାଇସ୍କୁଲର ସର୍ବାଙ୍ଗୀନ ବିକାଶ ଲାଗି ସେମାନେ ସଦାସର୍ବଦା ପ୍ରୟାସ ଜାରି ରଖିବେ ବୋଲି ପୁରାତନ ଛାତ୍ରଛାତ୍ରୀ ମାନେ କହିବା ସହ ନ୍ୟସ୍ତ ସ୍ୱାର୍ଥ ଗୋଷ୍ଠୀଙ୍କ ସମାଲୋଚନାକୁ ଭୃକ୍ଷେପ ନ କରି ସ୍କୁଲର ସମସ୍ତ କାର୍ଯ୍ୟକ୍ରମକୁ ଆଗେଇ ନେବାକୁ ପ୍ରଧାନଶିକ୍ଷକଙ୍କୁ ଅନୁରୋଧ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ସ୍କୁଲର ଭାରପ୍ରାପ୍ତ ପ୍ରଧାନଶିକ୍ଷକ ଲକ୍ଷ୍ମୀଧର ପତି ଓ ସମସ୍ତ ଶିକ୍ଷକ-ଶିକ୍ଷୟିତ୍ରୀଙ୍କ ସମେତ ପୁରାତନ ଛାତ୍ର ତଥା ସାଂସଦ ଖାରବେଳ ସ୍ୱାଇଁ, ଗଗନ ବିହାରୀ ରାଉତ, ଅମରେଶ ବିଶ୍ୱାଳ, ରାଧାକାନ୍ତ ବେହେରା, ବିଷ୍ଣୁମୋହନ ରଥ, ଶୈଳେନ୍ଦ୍ର ନାୟକ, ମଦନ ମହାକୁଡ, ଶିକ୍ଷାବିତ ଉମାକାନ୍ତ ମିଶ୍ର, ହରେକୃଷ୍ଣ ମହାକୁଡ, ସାଧୁଚରଣ ମିଶ୍ର. ଭାଗିରଥି ବଳ, ସରପଞ୍ଚଙ୍କ ପ୍ରତିନିଧି ପାର୍ଥସାରଥୀ ନାୟକ, ହିମାଦ୍ରୀ ମିଶ୍ର, ବିପିନ ରାଉତ, ଚିତ୍ତରଞ୍ଜନ ମହାନ୍ତି, ସତ୍ୟପ୍ରଭା ପାଣି ପ୍ରମୁଖ ବହୁ ବ୍ୟକ୍ତି ଉପସ୍ଥିତ ଥିଲେ ।

Shares