Odisha news

ବିଜୁ ମହିଳା ଜନତା ଦଳର କାର୍ଯ୍ୟକାରିଣୀ ବୈଠକ : ମହିଳା ମାନଙ୍କ ସୁଖସମୃଦ୍ଧି ରାଜ୍ୟ ସରକାରଙ୍କ ଲକ୍ଷ୍ୟ

ତିହିଡ଼ି,୦୫ା୦୮: ତିହିଡି ସ୍ଥିତ ମନେ୍ଦାଦରୀ କଲ୍ୟାଣ ମଣ୍ଡପରେ ରବିବାର ବିଜୁ ମହିଳା ଜନତା ଦଳର ବ୍ଲକସ୍ତରୀୟ କାର୍ଯକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟଅତିଥି ଭାବେ ସାଂସଦ ମଞ୍ଜୁଲତା ମଣ୍ଡଳ ଯୋଗଦେଇ ଏହାକୁ ଉଦଘାଟନ କରିଥିଲେ । ଜିଲ୍ଲା ପରିଷଦ ସଭ୍ୟା ରୀତାଞ୍ଜଳି ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ସାଂସଦ ମଣ୍ଡଳ କହିଥିଲେ ଯେ ବିଜେଡି ସରକାର ସବୁବେଳେ ମହିଳା ମାନଙ୍କୁ ଅଗ୍ରାଧିକାର ଦେଇଆସିଛି । ମହିଳା ମାନଙ୍କ ଲାଗି ୫୦ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା, ସ୍ୱୟଂ ସହାୟକ ଗୋଷ୍ଠୀ ମାଧ୍ୟମରେ ମହିଳା ମାନଙ୍କର ଆର୍ଥିକ ଅବସ୍ଥାର ଉନ୍ନତି ଏହାର ଜ୍ୱଳନ୍ତ ଉଦାହରଣ । ମହିଳା ମାନଙ୍କର ସୁଖ ସମୃଦ୍ଧି ସରକାରଙ୍କ ଲକ୍ଷ୍ୟ ବୋଲି ସାଂସଦ ମଣ୍ଡଳ ବକ୍ତବ୍ୟରେ କହିଥିଲେ ।

ମୁଖ୍ୟବକ୍ତା ଭାବେ ରାଜ୍ୟ ବିଜୁ ମହିଳା ଜନତାଦଳର କାର୍ଯ୍ୟକାରୀ ସଭାପତି ସୁବାସିନୀ ଜେନା ଯୋଗ ଦେଇ ମହିଳା ମାନେ ସବୁକ୍ଷେତ୍ରରେ କିପରି ଅଗ୍ରଣୀ ହୋଇପାରିବେ ସରକାର ସେ ଦିଗରେ ଉଦ୍ୟମ ଜାରି ରଖିଥିବାରୁ ମୁଖ୍ୟମନ୍ତ୍ରୀ ମହିଳା ମାନଙ୍କର ପ୍ରିୟ ହୋଇ ପାରିଥିବା କହିଥିଲେ । ଜିଲ୍ଲା ସଭାନେତ୍ରୀ ତଥା ବ୍ଲକ ଅଧ୍ୟକ୍ଷା ସୁଶ୍ରୀ ବିଦୁ୍ୟତଲତା ନାୟକ ଯୋଗ ଦେଇ ମହିଳା ମାନଙ୍କ ପାଇଁ ବିଜେଡି ସରକାରର ବିଭିନ୍ନ କଲ୍ୟାଣକାରୀ ଯୋଜନା ବିଷୟରେ ସୂଚନା ଦେଇଥିଲେ ।

ସମ୍ମାନୀତ ବକ୍ତାଭାବେ ଜିଲ୍ଲା ପର୍ଯ୍ୟବେକ୍ଷକ ସୁଭଦ୍ରା ଦାସ, ବ୍ଲକ ସଭାନେତ୍ରୀ କଳ୍ପନା ନାୟକ, ଜିଲ୍ଲା ପରିଷଦ ସଭ୍ୟ ଗୀତାଞ୍ଜଳି ବିଶ୍ୱାଳ ଯୋଗ ଦେଇ ବକ୍ତବ୍ୟ ଦେଇଥିଲେ । ସରପଞ୍ଚ ତିଳୋତ୍ତମା ବେହେରା, ଝରଣା ବାରିକ ଓ ରୀନାରାଣୀ ମହାକୁଡ, ରାଜଶୀ ନାୟକ, ସ୍ୱର୍ଣ୍ଣଲତା ସାହୁ, ଶଶିରେଖା ଯତି, ନନ୍ଦିନୀ ମିଶ୍ର, ବ୍ଲକ ବିଜେଡି ସଭାପତି ରଘୁନାଥ ପଣ୍ଡା, ବିଧାୟକଙ୍କ ପ୍ରତିନିଧି ବାପୁଜୀ ନାୟକ, ପ୍ରଶାନ୍ତ ବିଶ୍ୱାଳ, ଜିଲ୍ଲା ପରିଷଦ ସଭ୍ୟ ଚିନ୍ତାମଣୀ ଦାସ, ଜିଲ୍ଲା ଉପସଭାପତି ସୁରେନ୍ଦ୍ର ନାୟକ, ଜିଳ୍ଲା ପରିଷଦ ସଭ୍ୟ କମଳାକାନ୍ତ ଦାସ, ଯୁବ ବିଜେଡି ସଭାପତି ଉତ୍ତମ ମହାପାତ୍ର, ସରପଞ୍ଚ କୀର୍ତ୍ତନ ରାଉତ ଉପସ୍ଥିତ ଥିଲେ ।

Ad2

Comments are closed.