Odisha news

ମାଟ୍ରିକ ପରୀକ୍ଷା ଫଳ, ତିହିଡି ବ୍ଲକରେ ୧୬ ଜଣ ଏ-୧ରେ ଉତ୍ତୀର୍ଣ୍ଣ : ୫୫୩ ନମ୍ବର ରଖି ପ୍ରଭାସ ମଞ୍ଜରୀ ହେଲେ ବ୍ଲକ ଟପ୍ପର

ତିହିଡି,୨୬/୦୬: ଓଡିଶା ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ମାଟ୍ରିକ ପରୀକ୍ଷା ଫଳ ୨୫ ତାରିଖରେ ପ୍ରକାଶ ପାଇଛି । ଏଥିରେ ବିଲଣା ବାଳିକା ହାଇସ୍କୁଲର ଛାତ୍ରୀ ପ୍ରଭାସମଞ୍ଜରୀ କର ତିହିଡି ବ୍ଲକ ଟପ୍ପର ହୋଇଥିବା ଜଣାଯାଇଛି । ସେ ମୋଟ ୬ଶହ ନମ୍ବରରୁ ୫୫୩ ରଖିଛନ୍ତି । ସେହିପରି ତିହିଡି ବ୍ଲକରେ ମୋଟ ୧୬ ଜଣ ଏ-୧ରେ ଉତ୍ତୀର୍ଣ୍ଣ ହୋଇଥିବା ଜଣାଯାଇଛି । ସେମାନେ ହେଲେ ସାହାପୁର ଲକ୍ଷ୍ମୀ ନାରାୟଣ କୃଷକ ସହଯୋଗ ହାଇସ୍କୁଲର ଛାତ୍ର ଲକି ମହାରଣା(୫୪୬), ତିହିଡି ସିଆରଏସ୍ ହାଇସ୍କୁଲର ଛାତ୍ରୀ ଶୁଭଲକ୍ଷ୍ମୀ ତ୍ରିପାଠୀ(୫୪୫), ଦୋଳସାହି ରାମ ନାରାୟଣ ହାଇସ୍କୁଲର ଛାତ୍ର କୃଷ୍ଣମାଧବ ଦାସ(୫୪୪), ସାହାପୁର ଲକ୍ଷ୍ମୀ ନାରାୟଣ କୃଷକ ସହଯୋଗ ହାଇସ୍କୁଲର ଛାତ୍ରୀ କଳ୍ପନା ପଣ୍ଡା(୫୪୩), ସିଆରଏସ୍ ହାଇସ୍କୁଲର ଛାତ୍ରୀ ବଂଶୀ ଆଶ୍ୱାସନା ବେହେରା(୫୪୨),ସଦାନନ୍ଦପୁର ଶଶିଶୋଭା ବାଳିକା ହାଇସ୍କୁଲର ଛାତ୍ରୀ ସୋନାଲି ପାଣିଗ୍ରାହୀ(୫୪୧), ସଦାନନ୍ଦପୁର ଶଶିଶୋଭା ବାଳିକା ହାଇସ୍କୁଲର ଛାତ୍ରୀ ମନୀଷାରାଣୀ ସେଠୀ(୫୪୦), ପାଳିଆବିନ୍ଧା ହାଇସ୍କୁଲର ଛାତ୍ର ଜ୍ୟୋତିରଞ୍ଜନ ମଲ୍ଲିକ(୫୪୦), ସାହାପୁର ଲକ୍ଷ୍ମୀନାରାୟଣ କୃଷକ ସହଯୋଗ ହାଇସ୍କୁଲର ଛାତ୍ରୀ ମନୀଷା ପ୍ରିୟଦର୍ଶନୀ(୫୪୦), ଅମ୍ଳାନ ସେନାପତି(୫୪୦), ସଞ୍ଜନା ପାଣିଗ୍ରାହୀ(୫୪୦), ଚନ୍ଦନ କୁମାର ମହାପାତ୍ର(୫୪୦), ଦୋଳସାହି ହାଇସ୍କୁଲର ଛାତ୍ର ଜ୍ୟୋର୍ତିମୟୀ ଶତପଥି(୫୪୦), ପୀରହାଟ ଶାନ୍ତିଶୈଳେନ୍ଦ୍ର ହାଇସ୍କୁଲର ଛାତ୍ର ସତ୍ୟପ୍ରକାଶ ବିଶ୍ୱାଳ(୫୪୦), କୋହ୍ଲ ଦିବ୍ୟଭୂମିର ଛାତ୍ରୀ ଅରୋସ୍ମିତା ସାହୁ(୫୪୦) ।

Ad2

Comments are closed.