ନୂଆପଡା-୨୬/୬ ଜିଲ୍ଲା ଆଦିବାସୀ ଗଣ୍ଡୱାନା ସେବା ସଂଘ ଟ୍ରଷ୍ଟ ଆନୁକୂଲ୍ୟରେ ୪୫୮ତମ ବିରଙ୍ଗନା ରାଣୀ ଦୁର୍ଗାବତୀ ବଳିଦାନ ଦିବସ ଓ ମହିଳା, ବାଳିକାଙ୍କ ଆତ୍ମ ସୁରକ୍ଷା ତାଲିମ ଶିବିର ପତୋରା ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ଅନୁଷ୍ଠିତ ହୋଇ ଯାଇଛି। ଏହି ଦୁଇ ଦିବସିୟ କାର୍ଯ୍ୟକ୍ରମ ରେ ଟ୍ରଷ୍ଟ ର ସଭାପତି ବଜରଙ୍ଗ ମାଝୀଙ୍କ ପରିଚାଳନା ରେ ମୁଖ୍ୟ ଅତିଥି ରୂପେ ପୋଲିସ ଅଧିକାରୀ ଗୌତମ ମାଝୀ ଓ ମୁଖ୍ୟ ବକ୍ତା ଭାବେ ଜିଲ୍ଲା କୋଷଗାର ଅଧିକାରୀ ମହେଶ୍ୱର ମାଝୀ ଯୋଗଦେଇ ପ୍ରଥମେ ରାଣୀ ଦୁର୍ଗାବତୀଙ୍କ ବଳିଦାନ ର ସ୍ମୃତିଚାରଣ କରି ଫଟୋ ଚିତ୍ର ରେ ମାଲ୍ୟର୍ପଣ କରିଥିଲେ। କିଭଳି ମହିଳା ଓ ବାଳିକାମାନେ ଆତ୍ମ ସୁରକ୍ଷା କରି ନିଜ କୁ ସୁରକ୍ଷିତ ରଖୁବେ ସେ ଉପରେ ଆଲୋକପାତ କରିଥିଲେ। ଏହି ଦୁଇ ଦିବସିୟ ତାଲିମ ଶିବିରରେ ସମାଜର ଶତାଧିକ ମହିଳା ଓ ବାଳିକାମାନେ ଉତ୍ସାହ ସହ ଅଂଶ ଗ୍ରହଣ କରିଥିଲେ। ଆତ୍ମ ସୁରକ୍ଷା କରିବାର ବିଭିନ୍ନ ଉପାୟ ଏବଂ କୌଶଳ ତାଲିମ ଦିଆଯାଇଥିଲା। ଯେକୌଣସି ପରିସ୍ଥିତି ରେ ନିଜ ର ସୁରକ୍ଷା କରି ସେଠାରୁ ବାହାରି ପାରିବା ଉପାୟ ଓ କୌଶଳ ଶିଖାଯାଇଥିଲା । ମାଷ୍ଟର ଟ୍ରେନର ଫୁଲେଶ୍ୱରୀ ସାହୁ ତାଲିମ ଦେଇ ମହିଳା ଓ ବାଳିକା ମାନଙ୍କୁ ସମ୍ବୋଧନ କରି ବିପଦ ସମୟ ରେ ଏହି ତାଲିମ କୁ ପ୍ରୟୋଗ କରି ଆତ୍ମରକ୍ଷା ନିମନ୍ତେ ଉତ୍ସାହିତ କରିଥିଲେ। ତାଲିମ ଶିବିରରେ ଅଂଶଗ୍ରହଣ କରିଥିବା ସମସ୍ତ ବାଳିକାଙ୍କୁ ଉଦଯାପନି ଉତ୍ସବରେ ଅତିଥି ଙ୍କ ଦ୍ଵାରା ପ୍ରଶଂସା ପତ୍ର ପ୍ରଦାନ କରାଯାଇଥିଲା।

Comments are closed.