Odisha news

ତିହିଡିରେ ବନ୍ଦ ପାଳନ

ତିହିଡି,୨୬/୦୩: ତିହିଡିରେ କୃଷକ ସଂଯୁକ୍ତ ମୋର୍ଚ୍ଚା ପକ୍ଷରୁ ବନ୍ଦ ପାଳନ କରାଯାଇଥିଲା । କେନ୍ଦ୍ର ସରକାରଙ୍କ କଳା କୃଷି ଆଇନ ପ୍ରତ୍ୟାହାର ଓ ବିଦୁ୍ୟତ ବିଲ-୨୦୨୦ ପ୍ରତ୍ୟାହର ଦାବିରେ ସକାଳ ୭ଟା ଠାରୁ ବନ୍ଦ ପାଳିତ ହୋଇଥିଲା । ତିହିଡିରେ ଥିବା ସମସ୍ତ ବ୍ୟାଙ୍କ, ସରକାରୀ କାର୍ଯ୍ୟାଳୟକୁ ବନ୍ଦ କରାଯଇଥିଲା ।

ଚାଷୀନେତା ନାରାୟଣ ଦାଶ, ବିଷ୍ଣୁ ଦାଶ, ନିର୍ମଳ ଚନ୍ଦ୍ର ଦଳେଇ, କୃଷ୍ଣଚନ୍ଦ୍ର ମଳିକ, ପୀତାମ୍ବର ମଳିକ, ଭାଗବତ ସେନାପତି, ଅକ୍ଷୟ ସାହୁ, ଦିଲୀପ ନାଥ, ସୁଶୀଲ ଦାସ, ଜୟୀରାମ ମଲ୍ଲିକ, ରବିନ୍ଦ୍ର ମହାଳିକ, ଦାମୋଦର ସେନାପତି, ଶଶିଭୂଷଣ ତ୍ରିପାଠୀ, କୃପାସିନ୍ଧୁ ମହାପାତ୍ର ଓ ଗୟାଧର ସେଠୀ ପ୍ରମୁଖ ବନ୍ଦ ପାଳନର ନେତୃତ୍ୱ ନେଇଥିଲେ ।

Comments are closed.