ତିହିଡି,୨୨/୦୩: ତିହିଡି ବ୍ଲକ କାର୍ଯ୍ୟାଳୟସ୍ଥିତ କୃଷି ସୂଚନା ପରାମର୍ଶ କେନ୍ଦ୍ର ସମ୍ମିଳନୀ କକ୍ଷରେ ସୋମବାର ବ୍ଲକସ୍ତରୀୟ ଶିଶୁ ସୁରକ୍ଷା କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଏଥିରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ବିଜୟ କେତନ ସାହୁ ଅଧ୍ୟକ୍ଷତା କରିଥିଲେ । ଶିଶୁମାନଙ୍କ ସୁରକ୍ଷା ପ୍ରତି ସମସ୍ତଙ୍କର ଦାୟିତ୍ୱବୋଧ ରହିବା ଆବଶ୍ୟକ । ଏହାଛଡା ବାଲ୍ୟ ବିବାହକୁ ରୋକିବା ପାଇଁ ସବୁ ସ୍ତରରେ ଉଦ୍ୟମ ହେବା ଆବଶ୍ୟକ ବୋଲି ଅଧିକାରୀ ସାହୁ କହିବା ସହ ବାଳ୍ୟ ବିବାହମୁକ୍ତ ପଞ୍ଚାୟତକୁ ସରକାରଙ୍କ ପକ୍ଷରୁ ପ୍ରୋତ୍ସାହନ ରାଶି ମଧ୍ୟ ଯୋଗାଇ ଦିଆଯିବ ବୋଲି କହିଥିଲେ । ବ୍ଲକ ଅଧ୍ୟକ୍ଷା ବିଦୁ୍ୟତଲତା ନାୟକ, ବିଡିଓ ବସନ୍ତ କୁମାର ସାହାଣୀ, ସାଂସଦଙ୍କ ପ୍ରତିନିଧିô ହରେକୃଷ୍ଣ ଜେନା, ଜିଲ୍ଲା ପରିଷଦ ସଭ୍ୟ ଚିନ୍ତାମଣୀ ଦାସ, ବ୍ଲକ ସାମାଜିକ ସୁରକ୍ଷା ଅଧିôକାରୀ ବନମାଳୀ ତ୍ରିପାଠୀ କର୍ମଶାଳାରେ ଅତିଥି ଭାବେ ଯୋଗ ଦେଇ ଶିଶୁ ମାନେ ଆମର ସମ୍ପଦ, ସେମାନଙ୍କ ମୁହଁରେ ହସ ଫୁଟିବା ଆବଶ୍ୟକ ବୋଲି ସେମାନେ କହିଥିଲେ । ସରପଞ୍ଚ କୀର୍ତ୍ତନ ରାଉତ, ମାନସ ରଞ୍ଜନ ସାହୁ, ଭୀମସେନ ବାରିକ, ସରପଞ୍ଚଙ୍କ ପ୍ରତିନିଧି ନିତ୍ୟାନନ୍ଦ ବେହେରା ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଏହି ଅବସରରେ ବିଭିନ୍ନ ଅଞ୍ଚଳର ୧୧ଜଣ ଅନାଥ ଶିଶୁଙ୍କୁ ସିଡବ୍ଲୁ୍ୟସି କୋର୍ଟରେ ହାଜର କରାଯାଇଥିଲା । ଏହି ଶିଶୁଙ୍କ ଅଭିଭାବକ ମାନଙ୍କୁ କୋର୍ଟରେ ଆଇନଗତ କରାଯାଇଥିଲା । ଅଙ୍ଗନୱାଡି ସୁପରଭାଇଜର ଉର୍ବଶୀ ମହାନ୍ତି, କୋକିଳ ସାହୁ, ରାଧାରାଣୀ ଦାସ, ଚାରୁଲତା ସାମଲ, ପଦ୍ମାଳୟା ମହାନ୍ତି, ମୁକ୍ତାମଣୀ ଦାସ ପ୍ରମୁଖ ଉପସ୍ଥିତ ଥିଲେ । ଶିଶୁ ସୁରକ୍ଷା ସମିତିର କର୍ମକର୍ତ୍ତା ଧୀରଜକୁମାର ବାରିକ, ମହେଶ ଚନ୍ଦ୍ର ଦାସ, ଚିନ୍ମୟ ପଣ୍ଡା, ରଶ୍ମିରଞ୍ଜନ ବେହେରା, ରଶ୍ମିତା ରାଉତ ଓ ରଶ୍ମିତା ସାହୁ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।
Comments are closed.