Odisha news

ରୁପ୍ରାରୋଡ ହାଇ ସ୍କୁଲକୁ ପୋଷ୍ୟ ଭାବେ ଗ୍ରହଣ କଲେ ସମାଜସେବୀ ଡ଼ଃ ସାଧୁରାମ ଅଗ୍ରଓ୍ବାଲ

କଳାହାଣ୍ଡି:(ଦୀପକ କୁମାର ଠାକୁର )ବିଶିଷ୍ଟ ସମାଜସେବୀ ଡଃ ସାଧୁରାମ ଅଗ୍ରଓ୍ବାଲ ନର୍ଲା ବ୍ଲକର ରୁପ୍ରାରୋଡ ସରକାରୀ ଉଚ୍ଚ ବିଦ୍ୟାଳୟକୁ ପୋଷ୍ୟ ସ୍କୁଲ ଭାବେ ଗ୍ରହଣ କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ କ୍ରମେ ମୋ ସ୍କୁଲ ଅଭିଯାନ ମାଧ୍ୟମରେ ଅନେକ ବଦାନ୍ୟ ବ୍ୟକ୍ତି, ରାଜନେତା, ସମାଜସେବୀ ଓ ସତେତନ ନାଗରିକମାନେ ସରକାରୀ ବିଦ୍ୟାଳୟମାନଙ୍କୁ ପୋଷ୍ୟ ଭାବେ ଗ୍ରହଣ କରୁଛନ୍ତି। ଏହାଦ୍ବାରା ସଂପୃକ୍ତ ବିଦ୍ୟାଳୟର ସର୍ବାଙ୍ଗୀନ ବିକାଶ ହେବାସହ ଏକ ସୁନ୍ଦର ଶୈକ୍ଷିକ ବାତାବରଣ ସୃଷ୍ଟି ହୋଇପାରିବ। ସେହି କ୍ରମରେ ଡ଼ଃ ଅଗ୍ରଓ୍ବାଲ ମଧ୍ୟ ରୁପ୍ରାରୋଡ ହାଇ ସ୍କୁଲକୁ ପୋଷ୍ୟ ଭାବେ ଗ୍ରହଣ କରିଛନ୍ତି। ମୋ ସ୍କୁଲ ଅଭିଯାନ ପକ୍ଷରୁ ଜାରି ହୋଇଥିବା ପତ୍ରରେ ଏହା ସୂଚୀତ ହୋଇଛି। ଏହି ଖବର ଜଣାପଡିବାପରେ ବିଦ୍ୟାଳୟର ଛାତ୍ରଛାତ୍ରୀ, ପୁରାତନ ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ, ବିଦ୍ୟାଳୟ ପରିଚାଳନା କମିଟି, ଅଭିଭାବକ ତଥା ରୁପ୍ରାରୋଡବାସୀ ଡ଼ଃ ଅଗ୍ରଓ୍ବାଲଙ୍କୁ ସାଧୁବାଦ ଜ୍ଞାପନ କରିଛନ୍ତି

Govt

Comments are closed.