Odisha news

ଜାମସେଦପୁର ଠାରେ ଅନୁଷ୍ଠିତ ଜାତୀୟ ସ୍ତରୀୟ ଭାରୋତ୍ତୋଳନ ପ୍ରତିଯୋଗୀତାରେ କରଞ୍ଜିଆରୁ ୫ଜଣ ପ୍ରତିଯୋଗୀଙ୍କ ମଧ୍ୟରୁ ସେହେନାଜ ବେଗମଙ୍କୁ ସ୍ୱର୍ଣ୍ଣ ଓ ପପୁ ବିଶ୍ୱାଳଙ୍କୁ କାଂସ୍ୟ ପଦକ

 ମାର୍ଚ୍ଚ ୧୭-୧୯ ତାରିଖ ପର୍ଯ୍ୟନ୍ତ ଝାଡ଼ଖଣ୍ଡ ରାଜ୍ୟର ଠାରେ ଅନୁଷ୍ଠିତ ହୋଇଥିବା  ଜାତୀୟ ସ୍ତରୀୟ ଭାରାତ୍ତୋଳନ ପ୍ରତିଯୋଗୀତାରେ ବିଭିନ୍ନ ବର୍ଗରେ ମୟୁରଭଞ୍ଜ ଜିଲ୍ଲା ପରି ଆଦିବାସୀ ବହୁଳ ଜିଲ୍ଲାର କରଞ୍ଜିଆରୁ ୫ ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରି ସେହେନାଜ ବେଗମ ମାଷ୍ଟର (୨) ବର୍ଗରେ ସ୍ୱର୍ଣ୍ଣ ଓ ପପୁ ବିଶ୍ୱାଳ ୫୯ କିଲୋ ବର୍ଗରେ କାଂସ୍ୟ ପଦକ ହାସଲ କରିଛନ୍ତି ବୋଲି ଜଣାପଡିଛି। ଅନ୍ୟ ଦୁଇ ଜଣ ଅମିତ୍ ଓ ବିଶ୍ୱଜିତ ଅଳ୍ପକେ ପଦକ ହାସଲ କରିବାରୁ ବଞ୍ଚିତ ହୋଇଥିବା ବେଳେ ସତ୍ୟାନନ୍ଦଙ୍କୁ ଦ୍ୱିତୀୟ ପର୍ଯ୍ୟାୟରେ ଆହାତ ଜନିତ କାରଣରୁ ପ୍ରତିଯୋଗୀତାରୁ ଓହରିବାକୁ ପଡ଼ିଥିଲା। ସୂଚନାଯୋଗ୍ୟ ଯେ ସିନିଅର ବର୍ଗର (୯୩ କିଲୋ)ରେ ବିଜୁ ଯୁବ ଜନତା ଦଳର ସହର ସଭାପତି ସତ୍ୟାନନ୍ଦ ଜେନା ଓ ବିଶ୍ୱଜିତ ତ୍ରିପାଠୀ, ଜୁନିଅର ବର୍ଗର (୬୬କିଲୋ) ଅମିତ୍ କୁମାର ମିରିଡିହା,୫୯କିଲୋ ବର୍ଗରେ ପପୁ ବିଶ୍ୱାଳ ଓ ମାଷ୍ଟର ୨ ବର୍ଗରେ ସେହେନାଜ ବେଗମ ରାଜ୍ୟ ସ୍ତରୀୟ ପ୍ରତିଯୋଗୀତାରେ ଅଂଶଗ୍ରହଣ କରି ଜାତୀୟ ସ୍ତରୀୟ ପ୍ରତିଯୋଗୀତା ପାଇଁ ପାଇଁ ଯୋଗ୍ୟ ବିବେଚିତ ହୋଇ ଜାମସେଦପୁର ଠାରେ ଅଂଶ ଗ୍ରହଣ କରିଥିଲେ। ସେହେନାଜ ଓ ପପୁଙ୍କ ଏହି କୃତିତ୍ବ ପାଇଁ  ଅଞ୍ଚଳରେ ଆନନ୍ଦ ର ଲହରୀ ଖେଳିଯାଇଛି।
Govt

Comments are closed.