Odisha news

ହାଇମାକ୍ସ ଲାଇଟ ପୋଷ୍ଟ ଉଦଘାଟନ ଓ ସମ୍ବର୍ଦ୍ଧନା ସଭା

ତିହିଡି,୧୭/୦୨: ତିହିଡି ବ୍ଲକ ଫତେପୁର ପଞ୍ଚାୟତ ଅଧିନ ଗୋଳାପୋଖରୀ ଛକରେ ସରସ୍ୱତୀ ପୂଜା ପାଳନ ଅବସରରେ ହାଇମାକ୍ସ ଲାଇଟ ଉଧଘାଟନ ହୋଇଯାଇଛି । ସାଂସଦ ମଞ୍ଜୁଲତା ମଣ୍ଡଳଙ୍କ ପାଣ୍ଠିରେ ନିର୍ମିତ ଏହି ଲାଇଟ ପୋଷ୍ଟକୁ ମୁଖ୍ୟ ଅତିଥି ଭାବେ ସାଂସଦଙ୍କ ପ୍ରତିନିଧି ହରେକୃଷ୍ଣ ଜେନା ଉଦଘାଟନ କରିଥିଲେ । ପରେ ବୀଣାପାଣି ଯୁବ ପରିଷଦର ସଭାପତି ସୁରେନ୍ଦ୍ର ନାୟକଙ୍କ ଅଧ୍ୟକ୍ଷତାରେ ଏକ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା । ମୁଖ୍ୟ ଅତିଥି ଶ୍ରୀ ଜେନା ଏଥିରେ ଯୋଗ ଦେଇ ମନ୍ଦିରର ସୌନ୍ଦର୍ଯ୍ୟ ଓ ଆଲୋକୀ କରଣରେ ଏହି ଲାଇଟ ସହାୟକ ହେବ ବୋଲି କହିଥିଲେ । ସମ୍ମାନୀତ ଅତିଥି ଭାବେ ବିଜେଡି ବ୍ଲକ ସଭାପତି ରଘୁନାଥ ପଣ୍ଡା, ଜିଲ୍ଲା ପରିଷଦ ସଭ୍ୟ ଚିନ୍ତାମଣୀ ଦାସ, ବିଜେଡି ଯୁବ ସଭାପତି ଉତ୍ତମ ମହାପାତ୍ର, ସରପଞ୍ଚଙ୍କ ପ୍ରତିନିଧି ନିତ୍ୟାନନ୍ଦ ବେହେରା, ପ୍ରାକ୍ତନ ସମିତିସଭ୍ୟ କୈଳାସ ରାଉଳ, ଉମାକାନ୍ତ ସେଠୀ ପ୍ରମୁଖ ଯୋଗ ଦେଇଥିଲେ । ଏହି ଅବସରରେ ଶିକ୍ଷାବିତ୍ ଦାଶରତô ମହାପାତ୍ର, ସୁଷମାମଞ୍ଜରୀ ମାହୁନ୍ତ, ବସନ୍ତ କୁମାର ମିଶ୍ର, ବଂଶୀଧର ସେନାପତି, ଗୋବିନ୍ଦ ଚନ୍ଦ୍ର ବେହେରା, ରାଧାକାନ୍ତ ନାୟକ ଓ କୀର୍ତ୍ତନ ଦାସଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ଅଜୟ ମହାପାତ୍ର, ରମାକାନ୍ତ ମହାପାତ୍ର, କମଳାକାନ୍ତ ବଳ, ସୁବାସ ବେହେରା, ବିମ୍ବାଧର ଭୋଇ, ଜୟନ୍ତ ସେନାପତି, ଦେବପ୍ରକାଶ ମାହୁନ୍ତ, ପ୍ୟାରିମୋହନ ସାବତ ପ୍ରମୁଖ ଉପସ୍ଥିତ ଥିଲେ ।

Comments are closed.