ତିହିଡି,୧୭/୦୨: ତିହିଡି ବ୍ଲକ ଅବସରପ୍ରାପ୍ତ କର୍ମଚାରୀ ସଂଘର ୬ଷ୍ଠ ବାର୍ଷିକ ସମ୍ମିଳନୀ ଓ ସମ୍ବର୍ଦ୍ଧନା ସଭା ବୁଧବାର ଦିନ ସ୍ଥାନୀୟ ଟାଉନହଲ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ଆୟୋଜିତ ସଭାରେ ସଂଘର ସଭାପତି ଶିକ୍ଷାବିତ୍ ଭଗବାନ ନାୟକ ଅଧ୍ୟକ୍ଷତା କରିଥିଲେ । ମୁଖ୍ୟଅତିଥି ଭାବେ ଭାରତୀୟ ଷ୍ଟେଟବ୍ୟାଙ୍କ ତିହିଡି ଶାଖାର ପରିଚାଳକ ନାଗେଶ୍ୱର ମୁର୍ମୁ, ମୁଖ୍ୟବକ୍ତା ଭାବେ ଶିକ୍ଷାବିତ ନାରାୟଣ ଚନ୍ଦ୍ର ବାରିକ, ସମ୍ମାନୀତ ଅତିଥି ଭାବେ ଭଦ୍ରକ ଅବସର ପ୍ରାପ୍ତ କର୍ମଚାରୀ ସଂଘର କୋଷାଧ୍ୟକ୍ଷ ଦୈତାରୀ ଦାସ, ଶିକ୍ଷାବିତ ରାମଚନ୍ଦ୍ର ବାରିକ, ମାୟାଧର ପରିଡା, ସର୍ବେଶ୍ୱର ବଳ, ଭାଗିରଥି ସୂତାର ଯୋଗ ଦେଇ ଅବସରପ୍ରାପ୍ତ କର୍ମଚାରୀଙ୍କ ସମସ୍ୟା ଉପରେ ଆଲୋଚନା କରିଥିଲେ । ସଂଘର ସଂପାଦକ କାଳିଚରଣ ମଲ୍ଲିକ ବିବରଣୀ ପାଠ କରିଥିଲେ । ଏହି ଅବସରରେ ଶିକ୍ଷାବିତ୍ କାଳନ୍ଦୀ ଚରଣ ନାୟକ, ଯୋଗେଶ ଚନ୍ଦ୍ର ପାଣିଗ୍ରାହୀ, ପଦନ ଚରଣ ନାୟକ, ନିତ୍ୟାନନ୍ଦ ନାୟକ, ଦାମୋଦର ସେନାପତି, ଦାଶରତô ମହାପାତ୍ର, ଭାସ୍କର ଚନ୍ଦ୍ର ପରିଡା, ପ୍ରହ୍ଲାଦ ମହାପାତ୍ର, ରାମଚନ୍ଦ୍ର ବାରିକ ଓ ଭାଗିରଥି ସୂତାରଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଶିକ୍ଷାବିତ ସୁରେନ୍ଦ୍ର ସେନାପତି ଧନ୍ୟବାଦ ଦେଇଥିଲେ । ଶିକ୍ଷାବିତ ସୁରେନ୍ଦ୍ର ବଳ, ନିର୍ମଳ ଦଳେଇ, ପ୍ରେମାନନ୍ଦ ବଳ, ଉମାକାନ୍ତ ତ୍ରିପାଠୀ, ନିତ୍ୟାନନ୍ଦ ବଳ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।
Comments are closed.