Odisha news

ତିହିଡି ବ୍ଲକ କାର୍ଯ୍ୟାଳୟରେ ୨ୟ ପର୍ଯ୍ୟାୟ କରୋନା ଟିକାକରଣ

ତିହିଡି,୦୯/୦୨: ତିହିଡି ବ୍ଲକ କାର୍ଯ୍ୟାଳୟରେ ମଙ୍ଗଳବାର ୨ୟ ପର୍ଯ୍ୟାୟ କରୋନା ଟିକାକରଣ କରାଯାଇଛି । ତଦନୁଯାୟୀ ମୋଟ ୧୭୦ ଜଣଙ୍କୁ କରୋନା ଟିକା ଦିଆ ଯାଇଥିଲା । ବ୍ଲକ, ତହସିଲ, ସବ୍ ରେଜିଷ୍ଟ୍ରର କାର୍ଯ୍ୟାଳୟର କର୍ମଚାରୀଙ୍କ ସମେତ ଜିଲ୍ଲା ପରିଷଦ ସଭ୍ୟ, ସରପଞ୍ଚ ଓ ସମିତିସଭ୍ୟ ମାନଙ୍କୁ ଟିକା ଦିଆଯାଇଥିଲା । ବ୍ଲକ ଅଧ୍ୟକ୍ଷା ବିଦୁ୍ୟତଲତା ନାୟକ ଏହି କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ । ତହସିଲଦାର ରମେଶ ଚନ୍ଦ୍ର ପଣ୍ଡା, ବିଡିଓ ବସନ୍ତ କୁମାର ସାହାଣୀ, ଏବିଡିଓ ବୁଲ ଫିରଦୋସ ଓ ବ୍ଲକ ଉପାଧ୍ୟକ୍ଷ ମାନସ କୁମାର ପାଠୀ ଉପସ୍ଥିତ ଥିଲେ । ଡା. ଲକ୍ଷ୍ମୀକାନ୍ତ ପଣ୍ଡା ଓ ଡା. ଦିଲୀପ ଦାସଙ୍କ ସମେତ ସ୍ୱାସ୍ଥ୍ୟ କର୍ମଚାରୀ ବିପ୍ଳବ ରଞ୍ଜନ ପତି, ପ୍ରଗତି ସହାୟକ ମହମ୍ମଦ ତାଜୁଦ୍ଦିନ. ସେକ୍ସନ ଅଫିସର ଅନୱାର ହୋସେନ ଖାଁ, ନୋଡାଲ ଅଫିସର ସୌମ୍ୟନନ୍ଦନ ପଟ୍ଟନାୟକ ଓ ମଙ୍ଗଳ ଅଧିକାରୀ ଜ୍ଞାନେନ୍ଦ୍ର ସାମଲ, ଜଳ ପରିମଳ କନିଷ୍ଠ ଯନ୍ତ୍ରୀ ମାନସୀ ମହାପାତ୍ର, ସହକାରୀ ଯନ୍ତ୍ରୀ ରଶ୍ମୀରଞ୍ଜନ ମହାପାତ୍ର, କନିଷ୍ଠ ଯନ୍ତ୍ରୀ ରାଜକିଶୋର ଶତପଥି, ସୁଧାଂଶୁ ନାୟକ, ବୀରକିଶୋର ମହାପାତ୍ର, ତାପସ ମଲ୍ଲିକ, ରବିନ୍ଦ୍ର ଦତ୍ତ, ରୁନା ସୁନା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

Nalco

Comments are closed.