Odisha news

ଆଧ୍ୟାତ୍ମିକ ପୁସ୍ତକ ଉନ୍ମୋଚନ ଓ କବିତା ପାଠୋତ୍ସବ

0

ତିହିଡି,୧୦/୦୧: ତିହିଡି ବ୍ଲକ ଅଧିନ କୋହ୍ଲ ହାଇସ୍କୁଲର ପ୍ରାକ୍ତନ ପ୍ରଧାନଶିକ୍ଷକ ଗଙ୍ଗାଧର ଦାସଙ୍କ ଆଧ୍ୟାତ୍ମିକ ପୁସ୍ତକ ଉନ୍ମୋଚନ ଓ କବିତା ପାଠୋତ୍ସବ ରବିବାର ଦିନ ତିହିଡି ଟାଉନହଲ ଠାରେ ଅନୁଷ୍ଠିତ ହୋଇଯାଇଛି । ଅଖିଳ ଭୂମଣ୍ଡଳୀୟ ସର୍ବ ଶିରୋମଣି ମୁନି ସମାଜ ଭଦ୍ରକ ପ୍ରାନ୍ତ ପକ୍ଷରୁ ଅନୁଷ୍ଠିତ ଉତ୍ସବରେ ବରିଷ୍ଠ କଥାକାର ଉମାକାନ୍ତ ମିଶ୍ର ଅଧ୍ୟକ୍ଷତା କରିଥିଲେ । ମୁଖ୍ୟ ଅତିଥି ଭାବେ ବିଧାୟକ ତଥା ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ, ମୁଖ୍ୟବକ୍ତା ଭାବେ ଅଧ୍ୟାପକ ଡ.ଅଭୟ କୁମାର ଦାସ, ସମ୍ମାନୀତ ଅତିଥି ଭାବେ କବି ତଥା ଆଲୋଚକ ନିର୍ମଳ ସେନାପତି, ଯୋଗୀ ସର୍ବେଶ୍ୱର ବଳ, ଯୋଗାଚାର୍ଯ୍ୟ ବାଇଧର ମୁନି, ମୁନିରତ୍ନ ଯୋଗୀ ଅଭୟ ମୁନି ଯୋଗ ଦେଇଥିଲେ । ଆଧ୍ୟାତ୍ମିକ ଓ ଆତ୍ମ ଜ୍ଞାନ ବିନା ମଣିଷ ଜୀବନରେ ମୁକ୍ତିର ମାର୍ଗ କଷ୍ଟ ସାଧ୍ୟ ହୋଇଥାଏ ବୋଲି ଅତିଥି ମାନେ ମତବ୍ୟକ୍ତ କରିଥିଲେ ।

ସ୍ୱାଗତ ଭାଷଣ ନିରଞ୍ଜନ ପାଢୀ ଦେଇଥିଲେ । ଏହି ଅବସରରରେ ଅତିଥି ମାନେ ଆଧ୍ୟାତ୍ମିକ ପୁସ୍ତକ ମୁକ୍ତି ମାର୍ଗକୁ ଉନ୍ମୋଚନ କରିଥିଲେ । ଆରମ୍ଭରେ କବି ବିଜୟ ବେହେରା ଓ ରବି କୁମାର ମହାନ୍ତିଙ୍କ ସଂଯୋଜନାରେ କବିତା ପାଠ ଉତ୍ସବ ଅନୁଷ୍ଠିତ ହୋଇଥିଲା । କବି ନିର୍ମଳ ଦଳେଇ , ସୁବାସ ଦାସ, ମୁକୁନ୍ଦଦେବ ନାୟକ, ରାମଚନ୍ଦ୍ର ବାରିକ, ଆଶୁତୋଷ କରଣ, ବିଭୂତି ସେନାପତି, ଦେବେନ୍ଦ୍ର ମହାଳିକ, ଶୀତଳ ବେହେରା, ମଥୁରାମୋହନ ବେହେରା, ଭାସ୍କର ସେଠୀ ପ୍ରମୁଖ କବିତା ପାଠ କରିଥିଲେ । ରାଜକିଶୋର ପଣ୍ଡା ଧନ୍ୟବାଦ ଦେଇଥିଲେ । ମନୋଜ ଗୁଇଁ, ଶୁଭେନ୍ଦୁ ଦାସ, ରାଜଶ୍ରୀ ଦାସ ଓ ପୁଷ୍ପଶ୍ରୀ ଦାସ ଉତ୍ସବ ପରିଚାଳନା କରିଥିଲେ ।

Govt
Leave A Reply