ତିହିଡି,୧୦/୦୧: ତିହିଡି ବ୍ଲକ ଅଧିନ ମହରମପୁର ପଞ୍ଚାୟତ ମହାବୀରସାହି ସ୍ଥିତ ମା’ ବୀଣାପାଣି କ୍ରିକେଟ କ୍ଲବ ଆନୁକୂଲ୍ୟରେ ଅନୁଷ୍ଠିତ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆଜି ଅନୁଷ୍ଠିତ ହୋଇଯାଇଛି । ଉଦଯାପନୀ ମ୍ୟାଚରେ ସୟା କ୍ରିକେଟ ଟିମ କୁବେରା କ୍ରିକେଟ ଟିମକୁ ହରାଇ ଚାମ୍ପିୟନ ହୋଇଛି । କୁବେରା ଟିମ ପ୍ରଥମେ ବ୍ୟାଟିଂ କରି ୨୦ ଓଭର ମଧ୍ୟରୁ ୧୭.୨ ଓଭରରେ ସମସ୍ତ ଉଇକେଟ ହରାଇ ୧୧୦ ରନ ସଂଗ୍ରହ କରିଥିଲେ । ଏହାର ଜବାବରେ ସୟା କ୍ରିକେଟ ଟିମ ୧୦.୩ ଓଭରରେ ଲକ୍ଷ ହାସଲ କରିବାକୁ ସକ୍ଷମ ହୋଇଥିଲା । ସୟା ଟିମର ଗଗନବିହାରୀ ୫୭ ରନ କରିବା ସହିତ ୧୭ ରନ ବିନିମୟରେ ୩ ଉଇକେଟ ନେଇଥିବାରୁ ତାଙ୍କୁ ମ୍ୟାନ ଅଫ ଦି ମ୍ୟାଚ ଘୋଷଣା କରାଯାଇଥିଲା ।
କୁବେରା ଟିମର ମାନସ କୁମାର ମ୍ୟାନ ଅଫ ଦି ସିରିଜ ବିବେଚିତ ହୋଇଥିଲେ । ସନାତନ ରାଉତ ଓ ରାଜେଶ ସାହୁ ଖେଳ ପରିଚାଳନା କରିଥିଲେ । ଉଦଯାପନୀ ସଭାରେ ମୁଖ୍ୟ ଅତିଥି ଭାବେ ବିଜେପି ଜିଲ୍ଲା ଓବିସି ମୋର୍ଚ୍ଚା ସଭାପତି ତଥା ଧାମନଗର ପ୍ରଭାରୀ ବୁଦ୍ଧଦେବ ଜେନା, ସମ୍ମାନୀତ ଅତିଥି ଭାବେ ଶିକ୍ଷାବିତ ପ୍ରଫୁଲ ସାହୁ, କାନ୍ତକବିମଣ୍ଡଳ ସଭାପତି ତପନ ପାଢୀ, ସମାଜସେବୀ ଆଲୋକ ବିକାଶ ପ୍ରିୟଦର୍ଶୀ, ମନୋଜ ଦାସ ଓ ଜୟନ୍ତ ନାୟକ ଯୋଗ ଦେଇ ଚାମ୍ପିୟନ ଦଳକୁ ଟ୍ରଫି ରନର୍ସ ଦଳକୁ କପ ପ୍ରଦାନ କରିଥିଲେ । ଲକ୍ଷ୍ମଣ ପଶୁପାଳକ, ନିରଞ୍ଜନ ମଲ୍ଲିକ, ମୃତୁ୍ୟଞ୍ଜୟ ମଲ୍ଲିକ, ଭରତ ପଶୁପାଳକ, ରାଜେଶ ବେହେରା, ମାନସ ମଲ୍ଲିକ, ଜଗନ୍ନାଥ ସାହୁ ଓ ଅପୂର୍ବ ନାୟକ ପ୍ରମୁଖ ଟୁର୍ଣ୍ଣାମେଣ୍ଟ ପରିଚାଳନା କରିଥିଲେ ।
